ଟେମରୀ (ମ ନି ସ):-୧୯/୧୨ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମ ପଞ୍ଚାୟତ ଖେଳ ପଡିଆ ଠାରେ ହକି ବିଶ୍ଵ କପ ୨୦୨୨ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖୁକୁ , ଭଳି ବଲ, ଆଦି ଅନ୍ୟାନ୍ୟ ଖେଳ ପ୍ରତିଯୋଗିତାରେ ଏହି ଅଞ୍ଚଳର ଛାତ୍ର ଛାତ୍ରୀ, ଯୁବକ ମାନେ ଭାଗ ନେଇ ଥିଲେ । ଏଥିରେ କୁମ୍ଭାରୀ ପ୍ରକଳ୍ପ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଟେମରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଖୁକୁ ପ୍ରତିଯୋଗିତା ଆୟୋଜିତ କରା ଯାଇ ଥିଲା। ଏହି ଖୁକୁ ପ୍ରତିଯୋଗିତାରେ କୁମ୍ଭାରୀ ସ୍କୁଲର ମାମଲା ପଟେଲ ଓ ମିନୁ ପଧାନ ଗ୍ରୁପ ଛାତ୍ରଛାତ୍ରୀ ପ୍ରଥମ ଓ ଦ୍ବିତୀୟ ପୁରସ୍କାର ବିଜେତା ହୋଇଥିବା ବେଳେ ଟେମରି ସ୍କୁଲ ଛାତ୍ର ଛାତ୍ରୀ ପରାସ୍ତ ହୋଇ ଥିଲେ । ସେହିପରି ଭଲିବଲ ପ୍ରତିଯୋଗିତାରେ ଟେମରୀ ଗ୍ରାମର ଜିତୁ ନାଗ ଓ ମାଧବ ସୁନାନୀ ଗ୍ରୁପ ପ୍ରଥମ ସ୍ଥାନ ଅଧିକାର କରି ପ୍ରଥମ ପୁରସ୍କାର ବିଜେତା ହୋଇଥିବା ବେଳେ ଲିଙ୍ଗ ସୁନାନୀ ଓ ମୁକେଶ ସୁନାନୀ ଗ୍ରୁପ ଦ୍ବିତୀୟ ସ୍ଥାନ ହାସଲ କରି ଦ୍ବିତୀୟ ପୁରସ୍କାର ବିଜେତା ହୋଇ ଥିଲେ। ଏଥିରେ ସରପଞ୍ଚ ପ୍ରତିନିଧି କୁମୁଦ ସା, କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ନାଏକ, ଜିଆରଏସ ସୁରେନ୍ଦ୍ର ପଟେଲ, ବିଜେଡ଼ି ପ୍ରତିନିଧି ବେଭରି ସା, ସମିତି ସଦସ୍ୟଙ୍କ ପ୍ରତିନିଧି ଖଗେଶ୍ବର ନାଏକ, ଦିଗମଲ ନାଏକ, ସୁଦାମ ଚରଣ ପଧାନ , ମୁଖ୍ୟ ରାମ ସା ,ୱାର୍ଡ ମେମ୍ବର ବୃନ୍ଦ, ଟେମରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ପୂଝାରୀ , କୁମ୍ଭାରୀ ସ୍କୁଲର ପ୍ରଧାନ ଶିକ୍ଷକ କୁମ୍ବ ସୁନାନୀ, ତିଲକରାମ ସୁନାନୀ, ପ୍ରଦୀପ ପଟେଲ, ରଜପାଲି ନିଆଲ, ପ୍ରମୋଦ ପଧାନ, ପ୍ରମୁଖ ଯୋଗ ଦେଇଥିଲେ।
ଜଗଜ୍ଜିବନ ସା ଙ୍କ ରିପୋର୍ଟ