କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗୋଇନ୍ଦିମୁଣ୍ଡା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ବାଇକ ରୁ ଖସି ଦୁର୍ଘଟଣା ର ଶିକାର ହୋଇଥିବା ବାଇକ ଆରୋହୀ ଗୁରୁତର।. ସୂଚନା ଯେ ଗୋଲାମୁଣ୍ଡା ବ୍ଲକ ନକଟିକାନୀ ଗ୍ରାମପଞ୍ଚାୟତ ଝୁଲେନବର ଗ୍ରାମର ଦିଲ୍ଲୀପ ମାଝୀ ଆଜି ସଂଧ୍ୟା ସମୟରେ ଗୋଇନ୍ଦିମୁଣ୍ଡା ରାସ୍ତା ଦେଇ ଯାଉଥିବା ବେଳେ ଗୋଇନ୍ଦିମୁଣ୍ଡା ଛକ ନିକଟରେ ଭାରସାମ୍ୟ ହରାଇ ବାଇକ ରୁ ଖସି ଦୁର୍ଘଟଣା ର ଶିକାର ହୋଇଥିଲେ । ଦୁର୍ଘଟଣା ହେଵା ଫଳରେ ଦିଲ୍ଲୀପ ଙ୍କ ମୁହଁ ର ବିଭିନ୍ନ ସ୍ଥାନ ରେ ଅଧିକ କ୍ଷତାକ୍ତ ହୋଇଥିବା ବେଳେ ହାତ ଏବଂ ଗୋଡ଼ ରେ ମଧ୍ୟ କ୍ଷତାକ୍ତ ହୋଇଥିବା ଦେଖିବାକୁ ମିଳିଥିଲା. । ଦୁର୍ଘଟଣା ହେବା ଖବର ପାଇ ଅଞ୍ଚଳବାସୀ 108 ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇ ଭର୍ତ୍ତି କରିଥିଲେ।. ଅଧିକ ଗୁରୁତର ଥିବାରୁ ଦିଲ୍ଲୀପ କୁ ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ସ୍ଥାନାନ୍ତର କରିଥିଲେ .।