ବାଲେଶ୍ଵର,୨୧/୧୨/୨୨- ବାଲେଶ୍ଵର ଜିଲ୍ଲା କୁପାରୀ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିବା ବ୍ଲକ ସ୍ତରୀୟ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ତା ୨୦/୧୨/୨୨ ରିଖରେ ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ଗୋଷ୍ଠୀ ଶିକ୍ଷାଧିକାରୀ ଗୋଲୋକ ବିହାରୀ ପାଢୀଙ୍କ ସଭାପତିତ୍ବରେ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭା ମଞ୍ଚରେ ଏବିଇଓ ଶ୍ରୀଧର ବେହେରା, ଗୌରାଙ୍ଗ ମହାପାତ୍ର, ହେମନ୍ତ କୁମାର ମିଶ୍ର, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗବନ୍ଧୁ ବେସ୍ରା, ସହକାରୀ ଶିକ୍ଷକ ଅଭୟ କୁମାର ଦଳେଇ, ଅବସରପ୍ରାପ୍ତ ଖେଳ ଶିକ୍ଷକ ରଘୁନାଥ ଜେନା ଓ ଶିକ୍ଷକ ସଂପାଦକ ସନ୍ତୋଷ କୁମାର ଦକ୍ଷିଣରାୟ ମଞ୍ଚାସୀନ ଥିଲେ । ପିଲାମାନଙ୍କୁ ଖେଳର ଉପକାରିତା ବିଷୟରେ ଖୁବ୍ ସୁନ୍ଦର ଭାବରେ ବୁଝାଇ ଥିଲେ ମଞ୍ଚାସୀନ ଅତିଥିମାନେ । ୨ ଦିନ ଧରି ଅନୁଷ୍ଠିତ ହୋଇଥିବା ଖେଳରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପିଲାମାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଏଥିରେ ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଖେଳ ଶିକ୍ଷକ ମାନେ ଉପସ୍ଥିତ ଥିଲେ । ସଭା କାର୍ଯ୍ୟରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ