ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଲାମୁଣ୍ଡା ଠାରେ ଏକଲ ଅଭିଯାନର ଅଂଚଳସ୍ତର ଖେଳକୁଦ ପ୍ରତିଯୋଗିତା 

ଟେମରି (ମ ନି ସ ):  ଗୋଲାମୁଣ୍ଡା ବ୍ଲକ ଶିବାଜୀ ଷ୍ଟାଡିୟମ ଠାରେ ଖେଲେଗା ଭାରତ ବଢ଼େଗା ଭାରତ ଏକଲ ଅଭିଯାନ ଅଭ୍ୟୁଦୟ ୟୁଥ କ୍ଲବ ଦ୍ୱାରା ଅଂଚଳ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଆୟୋଜିତ ହୋଇ ଯାଇଛି lଏଠାରେ ବିଭିନ୍ନ ଗ୍ରାମ ମାନଙ୍କରେ ଏକଲ ସ୍କୁଲ ଦ୍ୱାରା ଶିକ୍ଷା ଦାନ କରାଯାଉଥିବା କୁନା କୁନି ଶିକ୍ଷ୍ୟାର୍ଥୀଙ୍କୁ ନେଇ ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଦୌଡ ତଥା ଅନ୍ୟାନ୍ୟ ଖେଳ ପ୍ରତିଯୋଗିତାର ଆୟୋଜନ କରାଯାଇଛି lପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଛି l ଗଗନ ବିହାରୀ ମୁଣ୍ଡ ସଂସ୍କାର ପ୍ରମୁଖ, ରାଜେଶ ଅଗ୍ରୱାଲ ଅଂଚଳ ସମ୍ପାଦକ, ହୃଦାନନ୍ଦ ସା ଅଂଚଳ ସଂସ୍କାର ପ୍ରମୁଖ, ସୁରେନ୍ଦ୍ର ରାଉତ ଅଂଚଳ ସ୍ୱରାଜ ପ୍ରମୁଖ,ଧନଞ୍ଜୟ ନାଏକ ଅଂଚଳ ପ୍ରମୁଖ,ଶ୍ୟାମ ସୁନ୍ଦର ଅଗ୍ରୱାଲ, ରଙ୍ଗାଧର ମୁଣ୍ଡ,ଦଶପୁର ଉଚ୍ଚ ବିଦ୍ୟାଳୟ ପୂର୍ବତନ ପ୍ରଧାନ ଶିକ୍ଷକ ଗଣେଶ ରାଉତ, ବିଏଲସି ଅଜୟ ମାଝୀ ତଥା ଅନ୍ୟାନ୍ୟ ଆଚାର୍ଯ୍ୟ ବୃନ୍ଦ ଯୋଗ ଦେଇଛନ୍ତି l ଦାସକାଠି ଗାୟକ ନରୁତମା ଟୋଲଟିଆ,ପାଳିଆ ଧନଲୋଚନ ନାଏକ,ଚଉବନ ଟୋଲଟିଆଙ୍କ ଦ୍ୱାରା ଦାସକାଠିଆ ନୃତ୍ୟ ପରିବେଷଣ କରାଯାଇଛି l

ଜଗଜ୍ଜୀବନ ସାଙ୍କ ରିପୋର୍ଟ

 

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଵିରହୀ ଗୀତ

Sunil Chandra Nayak

ଖଟୁଶ୍ୟାମ ସମାରୋହ ଉଦଯାପିତ

ଶିକ୍ଷକ ନିଯୁକ୍ତି ଦାବିରେ ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ର

Sunil Chandra Nayak

Leave a Comment

error: Content is protected !!