ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ନାରୀ

       

       ନାରୀ

               ଅପର୍ତ୍ତି ସେଠୀ

ନାରୀ ଆଶାର ଆଲୋକଟିଏ
   ନାରୀ ପ୍ରେମର ପରିଧୀ ‌ସିଏ
      ନାରୀ ବାତ୍ସଲ୍ଯ ତଟିନୀଟିଏ,
        ନାରୀ ମମତା ବାରିଧୀସିଏ।
      ନାରୀ ସ୍ନେହର ଅମୃତ ଧାର,
    ନାରୀ ଶ୍ରଦ୍ଧାର ପୂର୍ଣ୍ଣ ଭଣ୍ଡାର,
  ନାରୀ ଆବେଗର ସ୍ଵପ୍ନ ପୁର
ନାରୀ ସୃଷ୍ଟିର ଯେ ମୂଳାଧାର ।           
  ନାରୀ ସଂସାରର କୂଳଦୀପ,
    ନାରୀ ସନ୍ଧ୍ୟା ଆଳତିର ଧୂପ,
      ନାରୀ ସଂସ୍କୃତିର ମଧୁ ସ୍ତୂପ,
          ନାରୀ ସମ୍ପର୍କର ସୁଖ ହାଟ।
         ନାରୀ ସୁହାଗ ସିନ୍ଦୂର ବିନ୍ଦୁ
        ନାରୀ କଳ୍ପନା ଆକାଶ ଇନ୍ଦୁ,
      ନାରୀ ମୁକ୍ତିର ଅମୃତ ସିନ୍ଧୁ,
    ନାରୀ ପ୍ରଭାତ ଶିଶିର ବିନ୍ଦୁ।
ନାରୀ ପ୍ରତିଘର ମାଣବସା
 ନାରୀ ବାରବ୍ରତ ତେର ଓଷା,
   ନାରୀ ଶରୀରର ପ୍ରାଣ ହଂସା
      ନାରୀ ଶାନ୍ତିର ପହିଲି ଊଷା।
   ନାରୀ ଉତ୍ସାହର ଉଦ୍ଦୀପନା
ନାରୀ ସମୟ ଗତି ସୂଚନା ,
ନାରୀ ପୂର୍ଣ୍ଣ କଳସୀ କାମନା
ନାରୀ ସ୍ମୃତିର ମିଠା ଭାବନା।
  ନାରୀ ଶୁଭଙ୍କରୀ ଇସ୍ତାହାର
     ନାରୀ ପ୍ରେମକଲ୍ୟାଣ ସ୍ଵାକ୍ଷର,
        ନାରୀ ମଙ୍ଗଳର ସାତସୁର
           ନାରୀ ଶବ୍ଦଟି ଶୁଭ ଶଙ୍ଖର।
          ନାରୀ ପ୍ରକୃତିର ଅନ୍ୟ ନାମ
        ନାରୀ ସର୍ବ ଧର୍ମ ସାର୍ବଭୌମ,
      ନାରୀ ପ୍ରତି ସମସ୍ୟା ନିଦାନ
   ନାରୀ ଶେଷ ଗୀତ ରାମ ନାମ।
ନାରୀ ହୃଦୟର ଚିହ୍ନା ମୁହଁ
  ନାରୀ ଭଲ ପାଇବାର ମୋହ,
    ନାରୀ ମନର ଅକୁହା କୋହ
       ନାରୀ ପ୍ରିତୀର ଆନନ୍ଦ ଲୁହ।
      ନାରୀ ଓଜୋସ୍ଵନୀ ବେଦମନ୍ତ୍ର
    ନାରୀ ତେଜସ୍ଵିନୀ ତତ୍ତ୍ଵ ଯନ୍ତ୍ର,
   ନାରୀ ସକଳ ପୁରାଣ ଶାସ୍ତ୍ର
  ନାରୀ ଜୀବନର ମୂଳମନ୍ତ୍ର।
ନାରୀ ପବିତ୍ର ଓଁକାର ଧ୍ଵନି 
  ନାରୀ ଭରଷା ପଣତ କାନି,
     ନାରୀ ଭଗିନୀ, ଜାୟା, ଜନନୀ
        ନାରୀ ସ୍ଵଭାବେ ସୃଷ୍ଟି କାରିଣୀ।
       ନାରୀ କୋମଳ କୁସୁମଟିଏ
     ନାରୀ ସୁନ୍ଦରୀ ଉଦ୍ଯାନସିଏ,
   ନାରୀ ମିଠା କଥା ପଦୁଟିଏ
ନାରୀ ବଞ୍ଚିବାର ପଥଟିଏ।  
  ନାରୀ ସତ୍ଯନ୍ଯାୟର ପାଳିନୀ
    ନାରୀ ପୁଣି ଦୁଷ୍ଟ ସଂହାରିଣୀ,
       ନାରୀ ଲେଖକଟିର‌ ଲେଖନୀ
          ନାରୀ ଜଗତଜନ ବନ୍ଦିନୀ ।
          ନାରୀ ନିରାଶାର ଚିର ସାଥୀ
        ନାରୀ ସ୍ଵରୂପଟି ଭାବ ଭକ୍ତି,
      ନାରୀପାଦେ ମୋ କୋଟିବିନତୀ
    ନାରୀ ବିନା ଅଧୁରା‌ ଏ ସୃଷ୍ଟି।
 

ପାଳକଣା‌, କୋରୋ‌, କେନ୍ଦ୍ରାପଡ଼ା

 
     

Related posts

ବିଦ୍ୟୁତବିଲ ପୈଠ ନ ହେବାରୁ ଚାରବାହାଲ ଗାଁ ରେ ଜଳ ଯୋଗାଣ ଠପ

Sunil Chandra Nayak

ମମତା ଶତପଥୀ ଙ୍କ କବିତା ମୁଁ ଆଜିକା ସୁନ୍ଦରୀଝିଅ

Sunil Chandra Nayak

ଧର୍ମକବି ସୁଧୀର ପଣ୍ଡା ଙ୍କ କବିତା ଧର୍ମ ସମନ୍ଧ 

Sunil Chandra Nayak

Leave a Comment

error: Content is protected !!