ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ସାହୁ ଙ୍କ କବିତା ମାଆ ଆସିଛନ୍ତି

 ମାଆ ଆସିଛନ୍ତି

             

              କବିତା ସାହୁ

ଏ ସନ ମାଆ ଆସିଛନ୍ତି ଆନନ୍ଦ ସବୁରୀ ମନ 
ମରତରୁ ଦୂରେଇବେ ଦୁଃଖ ରୋଗ କଷଣ 
ସିଂହବାହିନୀ କରୁଅଛୁ ଗୁହାରୀ ନିବେଦନ। 
୨- ମାଆ ଆସିଛନ୍ତି ଗଜ ବାହାନ ରେ 
    କି ସୁନ୍ଦର ଦିଶେ ମହୀ
ଆଲଟ ଚାମରେ କରଇ ସ୍ବାଗତ
   କାଶତଣ୍ଡୀ ଝୁଲି ଝୁଲି 
ଘଣ୍ଟ ଢୋଲ ଝାଞ୍ଜ ମର୍ଦ୍ଦଳ ବାଦନେ 
    କମ୍ପଇ ସହର ବଜାର 
ସବୁରୀ ମନରେ ଆନନ୍ଦ ଲହରୀ 
ମାଆଙ୍କୁ କରି ଦର୍ଶନ। 
୩- ଖଣ୍ଡା ତ୍ରିଶୂଳ ଧରି ମାଆ ଆସିଛନ୍ତି 
    ଏଧରା ଧାମକୁ 
    ଦୁର୍ଗତି ନାଶିନୀ ମଙ୍ଗଳ କାରିଣୀ 
   ରଖିବେ ଏକା ସେ ମହୀ।
  ନବରାତ୍ର ରୁ ନବଦୁର୍ଗା ରୂପେ 
ପୂଜା ପାଉଛନ୍ତି ରହି। 
୪- ଶରତର ପାର୍ବଣ ଋତୁରେ 
  ମାଆ ଆସିଛନ୍ତି ମୃଣ୍ମୟୀ ରୂପରେ 
ଦଶହାତେ ଦଶ ପ୍ରହରଣ ଧରି
ନାଶିବେ କଳିର ମହିଷାକୁ ମାରି 
ନାରୀ ଜାତିର ଗର୍ବ ଆମରି।

ଜୟପୁର

Related posts

ଜିଲ୍ଲା ଆଦିମ ଜନଜାତି ଜୁଆଙ୍ଗ ମହାସଂଘ ତରଫରୁ ସଭା ଅନୁଷ୍ଠିତ

Sunil Chandra Nayak

କୋକସରା ବ୍ଲକ ନିର୍ଦ୍ୱନ୍ଦ ରେ ବ୍ଲକ ଅଧ୍ୟକ୍ଷା ହେଲେ ରିତା ଅଗ୍ରୱାଲ

Sunil Chandra Nayak

ଅବିନାଶ ମହାପାତ୍ର ଙ୍କ କବିତା ପ୍ରେମ ଫୁଲ ଶର ମାରି

Leave a Comment

error: Content is protected !!