ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ର ସାଧରଣ ବୈଠକ ରାକିକିଆ ଠାରେ ଅନୁଷ୍ଠିତ 

ଫୁଲବାଣୀ -: କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ଫୁଲବାଣୀ ପକ୍ଷରୁ ରାଇକିଆ ସ୍ଥିତ ସ୍ୱସ୍ତିକ କଲ୍ୟାଣ ମଣ୍ଡପ ଠାରେ ସଂଘର ସାଧାରଣ ପରିଷଦ ବୈଠକ ସଙ୍ଘ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡ଼ଃ ଅରୂପ କୁମାର ଜେନା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ସମସ୍ତେ ଏକ ମନ ହୋଇ ମିଳିମିଶି ସଂଘୀୟ ମନୋବୃତି ନେଇ କାର୍ଯ୍ୟ କଲେ ସଙ୍ଘ ସୁଦୃଢ଼ ହେବା ସହ ସାମ୍ବାଦିକ ମାନଙ୍କର ସୁରକ୍ଷା ହୋଇପାରିବ ବୋଲି ସଙ୍ଘ ସଭାପତି ଶ୍ରୀ ଜେନା କହିଥିବା ବେଳେ ବରିଷ୍ଠ ସାମ୍ବାଦିକ ତଥା ସଙ୍ଘ ର କାର୍ଯ୍ୟକାରୀ ସଭାପତି ସୁନିଲ ପଟ୍ଟନାୟକ ମଧ୍ୟ ଏହି କ୍ରମରେ ଉଦବୋଧନ ଦେଇଥିଲେ ।   ସଙ୍ଘ ଉପଦେଷ୍ଟା ବିଦ୍ୟାଧର ପାଳ,ସାଧାରଣ ସମ୍ପାଦକ ଅଶୋକ ପରିଡା,ରାଇକିଆ ଜୋନ ଉପ ସଭାପତି ଅଭିମନ୍ୟୁ ପଣ୍ଡା,ସମ୍ପାଦକ ଅଜିତ ନାୟକ,ଯୋଗ ଦେଇ କହିଥିଲେ। ଅନ୍ୟ ସାମ୍ବାଦିକ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନା,ସମୀର ପାଢ଼ୀ, ଜୟସେନ ପରିଡା,ପ୍ରକାଶ ନାୟକ, ଅଶୋକ ରାଏ, ସଙ୍ଘ ସୁଦୃଢ ହେବା ସହ ସାମ୍ବାଦିକ ମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେବା ପାଇଁ ପରାମର୍ଶ ଦେଇଥିଲେ। ଉକ୍ତ ବୈଠକରେ ଫୁଲବାଣୀ, ଜି .ଉଦୟଗିରି, ବାଲିଗୁଡା, ଫିରିଙ୍ଗିଆ, ଖଜୁରିପଡା ଦାରିଙ୍ଗିବାଡି ଟିକାବାଲି ଆଦି ବ୍ଲକର ସାମ୍ବାଦିକ ମାନେ ଯୋଗ ଦେଇଥିଲ। ସଂଘର ସାଧାରଣ ସମ୍ପାଦକ ଅଶୋକ ପରିଡା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଶେଷରେ ଧନ୍ୟବାଦ ମଧ୍ୟ ଅର୍ପଣ କରିଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ଶିଶୁ ମହୋତ୍ସବ ସୁରଭି , ମନ ମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ

Sunil Chandra Nayak

ସହଦେବ ପରିଡ଼ା ଙ୍କ କବିତା ଜଣାଣ

Sunil Chandra Nayak

ଦଳ ବଦ୍ଧ ହାତୀଙ୍କ ସଂଘର୍ଷରେ ଶିଶୁ ହାତୀର ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!