ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମିଶନ ଶକ୍ତିର ଋଣ ମେଳା 

ମ.ରାମପୁର: ୨୯/୯(ମସୀହା): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ମିଶନ ଶକ୍ତି ଦ୍ୱାରା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ମ.ରାମପୁର,ଉତ୍କଳ ଗ୍ରାମୀଣ ବ୍ୟାଙ୍କ ମୋହନଗିିରୀ ଓ ସମବାୟ ସମିତି ମ.ରମପୁର ପକ୍ଷରୁ ଋଣ ମେଳା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହେଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଧାୟକ ଭୂପିନ୍ଦର ସିଂ ଯୋଗଦେଇଥିବା ବେଳେ ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓ, ବିଡ଼ିଓ ବିନୟ ଭୋଇ,ସିଡ଼ିପିଓ କୁସୁମ ପ୍ରହରାଜ, ଡ଼ିପିସି ଅମ୍ରିତ କୁମାର ପାଢୀ, ଏଲଡ଼ିଏମ୍ ଧୃବ ପ୍ରସାଦ ସିଂ, ମିଶନଶକ୍ତି ସଂଯୋଜକ ସତ୍ୟବାନ ସାହୁ ପ୍ରମୁଖ ମଂଚାସୀନ ରହିଥିଲେ । ବିପିଏମ୍ (ଓଏଲ୍‌ଏମ୍‌) ଦୀପ୍ତି କିଶୋର ନାୟକ ମଂଚ ପରିଚାଳନା କରିଥିବାବେଳେ ବ୍ଲକର ୨୨୦ ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ପ୍ରାୟ ତିନି କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଋଣ ପ୍ରଦାନ କରାଯାଇଥିଲା । ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ବିଧାୟକ ଶ୍ରୀ ସିଂ ଚେକ୍ ପ୍ରଦାନ କରି ଏହାର ଉଚିତ ପରିଶୋଧ କରିବା ଏବଂ ସୁପରିଚାଳନା କରି ଆଗକୁ ବଢିବା ଉଚିତ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ମ.ରାମପୁର ବ୍ଲକରେ ଥିବା ପାଂଚଟି ବ୍ୟାଙ୍କର ଶାଖା ପରିଚାଳକ ମାନସ ରଂଜନ ସ୍ୱାଇଁ,ବିଶ୍ୱନାଥ ଟୁଡ଼ୁ,ପଙ୍କଜ କୁମାର ରାଏ,ହିମାଂଶୁ ଭୂଷଣ ପାତ୍ର ଙ୍କ ସମେତ ମ.ରାମପୁର ବ୍ଲକର ପଂଚାୟତ ସ୍ତରୀୟ ଏମ୍‌,ବି,କେ, ସିଆରପି, କୃଷି ମିତ୍ର,ପ୍ରାଣୀ ମିତ୍ର, ବ୍ୟାଙ୍କ ମିତ୍ର ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ସରୋଜ କୁମାର ଟୋଲଟିଆ ଙ୍କ କବିତା ଅର୍ନଦାତା

Sunil Chandra Nayak

ଅର୍ଦ୍ଧେନ୍ଦୁ ଦାସ ଙ୍କୁ ଗିରଫ ର ପ୍ରତିବାଦ ରେ କୋକସରା ବ୍ଲକ ପ୍ରେସ କ୍ଲବ ପକ୍ଷରୁ ଦାବିପତ୍ର ପ୍ରଦାନ

ଖଡ଼ିଆଳ ଏନଏସି ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ

Sunil Chandra Nayak

Leave a Comment

error: Content is protected !!