ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶହୀଦ ମିନାରର ମାଟି ଓ ଟୁରୀ ନଦୀର ପବିତ୍ର ଜଳ ପଠା ଗଲା ରାଜଧାନୀ

ପାପଡାହାଣ୍ଡି,29/9, ମନିସ — ସ୍ୱାଧୀନତା ସଂଗ୍ରାମୀଙ୍କ ଭୂମି ପାପଡାହାଣ୍ଡିର ଶହୀଦ ପୀଠର ପବିତ୍ର ମାଟି ଓ ଟୁରୀ ନଦୀର ପବିତ୍ର ଜଳ ପଠାଗଲା ରାଜଧାନୀ ଭୁବନେଶ୍ୱର | ସାରା ରାଜ୍ୟର ସ୍ୱାଧୀନତା ସଂଗ୍ରାମି ର ଜଡିତ ଗାଁ ଓ ନଦୀର ଜଳ ଏକତ୍ରିତ ହୋଇ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ରଖାଯିବ | ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଗୁରୁବାର ପାପଡାହାଣ୍ଡି ଶହୀଦ ପୀଠର ମାଟି ଓ ଟୁରୀ ନଦୀର ଜଳକୁ ଏହି ଅବସରରେ ପଠାଯାଇଛି | ଜିଲାପାଳ କମଳ ଲୋଚନ ମିଶ୍ରଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରା ବାହାରି ଶହୀଦ ମିନାର ପହଁଚି ଥିଲା | ପ୍ରଥମେ ଟୁରୀ ନଦୀର ପବିତ୍ର ଜଳଓ ପରେ ଶହୀଦ ପୀଠର ମାଟି ଏକତ୍ରିତ କରାଯାଇ ପୁଷ୍ପ ମାଲ୍ୟ ଦିଆଯାଇଥିଲା | ଆଜାଦି କା ଅମୃତ ମହୋତ୍ସବ ଅବସରରେବାହାରିଥିବା ଅହିଂସା ରଥ ସହ ଏହିମାଟି ଏବଂ ଜଳ ରଖାଯିବ | ଏହି ଅବସରରେ ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ପିଡି ରତ୍ନାକର ସାହୁ, ଏଡିଏମ ଭାସ୍କର ରୋଇତ, ବ୍ଲକ ଅଧକ୍ଷା ହେମଲତା ମାଝୀ, ଉପଧକ୍ଷ ସୁଶାନ୍ତ ବେହେରା, ରାଜ୍ୟ ସହିଦ ସ୍ମୃତି କମିଟି ର ସଭାପତି ମନରଞ୍ଜନ ମିଶ୍ର, ଉପସଭାପତି ସୋମନାଥ ବିଶୋଇ, ବିଡ଼ିଓ ରଞ୍ଜିତା ମଲିକ ସହ ଡି ଆଇ ପିଆର ହଳଧର ନିଆଲ, ସିଡିପିଓ ଏସ ଗୀତା,ତହସିଲଦାର ଯୋଗେଶ୍ୱର ଭୋଇ ଏବଂ ବ୍ଲକର ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ମାଓ ଦମନ ଅପରେଶନକୁ ମିଳିଛି ବଡ଼ ସଫଳତା

Sunil Chandra Nayak

ଦରଗୁଲା ନଦୀଶଯ୍ୟା ବାଲୁକା ଖଣି ଉପରେ ଜନ ଶୁଣାଣି

Sunil Chandra Nayak

ସାହିତ୍ୟ ଜୀବନ ତରଫରୁ ରାଜ୍ୟ ସ୍ତରୀୟ ଶାରଦୀୟ ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!