ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ

ଭବାନୀପାଟଣା ତା ୨୯.୯.୨୦୨୨:(ମ ନି ସ) ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତିକରଣ ଓ ଆତ୍ମନିର୍ଭରଶିଲ ହେବାକୁ ବିଭିନ୍ନ ଯୋଜନା ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ସେଥିମଧ୍ୟରୁ ମିଶନ ଶକ୍ତି ମାଧ୍ୟମରେ ସ୍ଵୟଂ ସହାୟକ ଗୋଷ୍ଠୀ ମାନଂକୁ ଋଣ ପ୍ରଦାନ କରାଯାଉଅଛି।ଏହି କ୍ରମରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ ହୋଇଯାଇଛି। ଆଜି ମଧ୍ୟ ଜିଲ୍ଲାର ୧୩ ଟି ବ୍ଲକରେ ସ୍ଵୟଂ ସହାୟକ ଗୋଷ୍ଠୀକୁ ସଶକ୍ତ କରିବା ପାଇଁ ବ୍ୟାଙ୍କ ପକ୍ଷରୁ ଋଣ ପ୍ରଦାନ କରାଯାଇଛି। ଏହି ଜିଲ୍ଲା ସ୍ତରୀୟ ଋଣ ମେଳାରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓ , ସମ୍ମାନିତ ଅତିଥି ରୂପେ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରା,ବ୍ଲକ ଉପାଧ୍ୟକ୍ଷ ପୁଷ୍ପାଞ୍ଜଳି ସାହୁ ଓ ବି ଡି ଓ ଭବାନୀପାଟଣା ପ୍ରିତ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।ଏହି ଭବାନୀପାଟଣା ବ୍ଲକର ୪୪୨ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀ ଓ ସହରାଞ୍ଚଳ ପୌରପାଳିକାର ୫୯ ଗୋଟି ମୋଟ ୫୦୧ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀ କୁ ବ୍ୟାଙ୍କ୍ ପକ୍ଷରୁ ୧୧ କୋଟି ୨୩ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଗଲା।ଏହି ଅବସରରେ ଋଣ ଗ୍ରହୀତା ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କୁ ଅତିଥି ମାନେ ଚେକ୍ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ସିଂହଦେଓ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ମହିଳାମାନେ ଋଣ ନେଇ ବିଭିନ୍ନ ଆତ୍ମନିର୍ଭରଶିଳ ପ୍ରକଳ୍ପ ରେ ନିଯୁକ୍ତି ପାଇବା ସଙ୍ଗେ ସଙ୍ଗେ ଆର୍ଥିକ ସ୍ୱଚ୍ଛଳ ହୋଇପାରିଛନ୍ତି ଏବଂ ଏଥି ସହିତ କିଭଳି ନିର୍ଦ୍ଧାରିତ ସମୟରେ ଋଣ ପରିଶୋଧ କରିବେ ସେ ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ।ଏହି ମେଳା ରେ ଏସ ବି ଆଇ ମୁଖ୍ୟ ଶାଖା ସର୍ବାଧିକ ୧୩୬ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀକୁ ୨ କୋଟି ୮୩ ଲକ୍ଷ ଟଂକା ର ଋଣ ମଞ୍ଜୁର କରିଥିଲେ।ସେ ଭଳି ନର୍ଲା ବ୍ଲକ ସ୍ତରୀୟ ଋଣ ମେଳାରେ ଆଜି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ମୁଖ୍ୟ ଅତିଥି ରୂପେ ଯୋଗେ ଦେଇ ଋଣ ଗ୍ରହୀତା ମାନଙ୍କୁ ଚେକ୍ ପ୍ରଦାନ କରିଥିଲେ।ବିଭିନ୍ନ ବ୍ୟାଙ୍କ ତରଫରୁ ନର୍ଲା ରେ ୨୧୬ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୫ କୋଟି ୬୧ ଲକ୍ଷ ଋଣ ପ୍ରଦାନ କରାଯାଇଥିଲା। ସମସ୍ତ ବ୍ଲକ ରେ ବିଭିନ୍ନ ବ୍ୟାଙ୍କ ତରଫରୁ ୫୨ କୋଟି ୯୦ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଥିଲା।

Related posts

ମାଓ ପ୍ରବଣ ଫିରିଙ୍ଗିଆ ଅଞ୍ଚଳରେ ଗମନାଗମନର ସୁବ୍ୟବସ୍ଥା: ୨ କୋଟି ୮୫ ଲକ୍ଷ ଟଙ୍କା ବ୍ୟୟରେ ପକ୍କା ରାସ୍ତା

Sunil Chandra Nayak

ରାଇରଙ୍ଗପୁର ପୌରାଞ୍ଚଳର ୧୧,୧୨ ଏବଂ ୧୪ ନମ୍ଵୂ ଓ୍ବାର୍ଡରେ ବିଜେଡିର ଜନ ସଂପର୍କ ପଦଯାତ୍ରା 

Sunil Chandra Nayak

ଗୋଲାମୁଣ୍ଡା ବ୍ଲକର କଂଗ୍ରେସ କମିଟି ଗଠିତ

Leave a Comment

error: Content is protected !!