ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ଲା ରେ ସାର୍ବଜନୀନ ଦୁର୍ଗା ପୂଜା ଆରମ୍ବ, ମନ ମୋହିବ ମନୋରଞ୍ଜନ କାର୍ଯ୍ୟକ୍ରମ 

ନର୍ଲା – (ମ ନି ସ )- ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ୍ୟ ନର୍ଲା ରେ ସାର୍ବଜନୀନ ଦୁର୍ଗା ପୂଜା ମହା ଆଡମ୍ବର ସହ ଆରମ୍ଭ ହୋଇ ଯାଇଛି l ପୂଜା ପାଇଁ ଗୁରୁ ବାର ଦିନ ସନ୍ଧ୍ୟା ରେ ନିକଟସ୍ଥ ରାଣୀ ବନ୍ଧ ରୁ ଶତାଧିକ ମହିଳା ପାଣି କଳସୀ ଆଣି ମଣ୍ଡପରେ ସ୍ଥାପନ କରିବା ପରେ ମା ଦୁର୍ଗା ରୀତିନୀତି ଅନୁସାରେ ଅଧିବାସ ଓ ବେଲବରଣ ପୂଜା କରାଯାଇଥିଲା l ଆଜି ଶୁକ୍ରବାର ସକାଳୁ କର୍ତ୍ତା ସୁନୀଲ ଚାନ୍ଦ ଓ ତାଙ୍କ ଧର୍ମପତ୍ନୀ ଦମୟନ୍ତୀ ଚାନ୍ଦ ଦ୍ୱାରା ରୀତି ନୀତି ଅନୁସାରେ ମୁଖ୍ୟ ପୂଜକ ଭାବେ ସୁନାସିର ମିଶ୍ର, ଦୟାନିଧି ବିଶି ଙ୍କ ସହ ନିରଜ ମହାପାତ୍ର ଦଶ ଭୁଜା ମା ଦୁର୍ଗା ଙ୍କ ପୂଜା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି l ଅନୁଷ୍ଠିତ ଦୁର୍ଗା ପୂଜା ଉପଲକ୍ଷେ ପତ୍ୟହ ରାତିରେ ଭଜନ ସମାରୋହ ସହ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳା ସହ ସମାପନ ହେବ ବୋଲି ପୂଜା ପରିଚାଳନା କମିଟି ସଭାପତି ଚକ୍ରଧର ଗୌଡ଼, ସାଧାରଣ ସମ୍ପାଦକ ପ୍ରକାଶ କରିଥିବା ବେଳେ କମିଟି ର ଉପସଭାପତି ରୋହିତ ମାଝୀ, ଯୁଗ୍ମ ସମ୍ପାଦକ ଟୁକୁନା ପାତ୍ର, କୋଷାଧକ୍ଷ ରାଜେନ୍ଦ୍ର ପୂଜାରୀଙ୍କ ସମେତ ସଦସ୍ୟ କିଶୋର ମାଝୀ, ମନ୍ମଥ ପୂଜାରୀ, ବଡ ହଂସ, ମନବୋଧ ସାହୁ, ପ୍ରିୟବ୍ରତ ଚାନ୍ଦ ପ୍ରମୁଖ ଶାନ୍ତି ଶୃଙ୍ଖଳା ସହ ପରିଚାଳନା ପାଇଁ ସହଯୋଗ କରୁଛନ୍ତି l ଶ୍ରଦ୍ଧାଳୁ ଙ୍କ ମନୋରଞ୍ଜନ ପାଇଁ ଶୁକ୍ରବାର ଓ ଶନିବାର ରାତିରେ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ରବିବାର, ସୋମବାର ଓ ମଙ୍ଗଳ ବାର ଦିନ ରାତିରେ ପଶ୍ଚିମ ଓଡ଼ିଶାର ପ୍ରଖ୍ୟାତ ଦଣ୍ଡ ନାଚ ପରିବେଷଣ କରାଯିବ ବୋଲି ପରିଚାଳନା କମିଟି ଦ୍ୱାରା ଜଣା ପଡିଛି l

ନିରଞ୍ଜନ ଗଉଡ଼, ନର୍ଲା, ପ୍ରଗତିଶୀଳ ମସିହା

Related posts

କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ 

masiha

ସତ୍ୟ ନାରାୟଣ ମହାପାତ୍ର ଙ୍କ ଉପସ୍ଥାପନା ଜଗନ୍ମାତାଙ୍କ ସପ୍ତମ ସ୍ବରୂପ ମାତା କାଳରାତ୍ରି

Sunil Chandra Nayak

ମହାସ୍ମୀତା ଓଝା ଙ୍କ ପ୍ରବନ୍ଧ ହେରା ପଞ୍ଚମୀ କାହିଁକି ହୁଏ ?

Leave a Comment

error: Content is protected !!