ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ଼ ସବୁମଣ୍ଡପରେ ମା ଦୁର୍ଗାଙ୍କ ପୂଜା ଆରମ୍ଭ

 ଜୁନାଗଡ଼,୩୦/୯ (ମ ନି ସ)   ଜୁନାଗଡ଼ ସହର ଓ ଆଖପାଖ ଅଞ୍ଚଳର ପ୍ରତ୍ୟେକ ଶକ୍ତି ପୀଠରେ ଦଶହରା ପୂଜା ଚାଲିଥିବା ବେଳେ ସବୁ ପୂଜା ମଣ୍ଡପରେ ବେଶ ଜାକଜମକରେ ଜଗତ ଜନନୀ ମା ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଛି।ଏହିସବୁ ପୀଠ ଓ ମଣ୍ଡପ ମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ ବଢ଼ିବାରେ ଲାଗିଥିବା ଦେଖିବାକୁ ମିଳୁଛି।ସହରର ପୁରାତନ ଶକ୍ତି ପୀଠ ମା ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବରୁ ଏଠାରେ ମାଙ୍କ ଦଶହରା ଯାତ୍ରା ସହ ସ୍ବତନ୍ତ ପୂଜା ଅଷ୍ଟମୀ ରେ ସମ୍ପନ୍ନ ହେବ, ସେହିପରି ଅନ୍ୟତମ ଶକ୍ତି ପୀଠ କନକ ଦୁର୍ଗା ଓ ଗାୟତ୍ରୀ ଶକ୍ତି ପୀଠରେ ମହା ନବମୀ ପୂଜା ସ୍ୱତନ୍ତ୍ର ରୀତି କାନ୍ତି ସହ ଚାଲିଛି,।ଏହିସବୁ ପୀଠମାନଙ୍କରେ ସୁନ୍ଦର ଆଲୋକ ମାଲାରେ ସଜ୍ଜିତ କରାଯାଇଛି। ଅନ୍ୟ ପକ୍ଷରେ ସହରର ସାହୁ ପଡା ଦୁର୍ଗାପୂଜା କମିଟି ସ୍ଵର୍ଣଜୟନ୍ତି ପାଳନ କରୁଛି ଏଥିନେଇ ମଣ୍ଡପରେ ମା ଦଶଭୁଜାଙ୍କ ସହ ବିଭିନ୍ନ ପାର୍ଷ ଦେବାଦେବୀଙ୍କ ମୂର୍ତ୍ତି ବେଶ ସୁନ୍ଦର ଭାବେ ପ୍ରତିଷ୍ଠା କରାଯାଇଛି।ଏହି ପୁଜାମଣ୍ଡପ ସୁଉଚ୍ଚ ତୋରଣ ସାଙ୍ଗକୁ ଆକର୍ଷଣୀୟ ଆଲୋକମାଳାରେ ସଜ୍ଜିତ କରାଯାଇଛି।ମାରବାଡ଼ି ପଡା, ହିଂଜିଲିବାହିଲି ଓ ଲଙ୍କେଶ୍ୱରୀ କ୍ଳବ ପୂଜା ମଣ୍ଡପରେ ମଧ୍ୟ ବେଶ ଜାକଜମକରେ ମାଙ୍କ ପୂଜା ଚାଲିଛି।ଲଙ୍କେଶ୍ୱରୀ କ୍ଳବ ପୂଜା ମଣ୍ଡପ ଚଳିତ ବର୍ଷ ବେଶ ଆକର୍ଷଣୀୟ ହୋଇଥିବା ବେଳେ ଆଲୋକ ସଜ୍ଜା ମଧ୍ୟ ବେଶ ସୁନ୍ଦର ହୋଇଛି।ଏହିସବୁ ପୂଜାମଣ୍ଡପ ଯୋଗୁ ସହର ରଙ୍ଗୀନ ଆଲୋକ ମାଲାରେ ଝଲସୁଛି।ପ୍ରତେକ ପୂଜା କମିଟି ଓ ପ୍ରଶାସନ ପକ୍ଷରୁ ଟ୍ରାଫିକ ଓ ଶାନ୍ତି ଶୃଙ୍ଖଳା ପାଇଁ କଡା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାଯାଇଛି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଭ୍ରମର ବାଗ ଙ୍କ କବିତା ହେ କଳା ଠାକୁର 

ରାଷ୍ଟ୍ରପତି ପ୍ରାର୍ଥିନୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ପାଇଁ ମା’ବନଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା

Sunil Chandra Nayak

ବିଦ୍ୟାଳୟ ନିକଟରେ ଅଜଣା ମହିଳାଙ୍କ ବିଭତ୍ସ ମୃତଦେହ ଉଦ୍ଧାର

Leave a Comment

error: Content is protected !!