ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟିଟିଲାଗଡ଼ର ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର, ଡ଼ିଆଟନଠାରେ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ 

ଟେମରି  (30/9): ପୂର୍ବ କାଳରେ ପ୍ରଚଳିତ ବିଭିନ୍ନ ପ୍ରକାର ଶିକ୍ଷାନୁଷ୍ଠାନ ମାନଙ୍କ ମଧ୍ୟରୁ ବୈଦିକ ଶିକ୍ଷାର ଆଧ୍ୟାତ୍ମିକ ଚେତନା ଆଧୁନିକ ସଭ୍ୟତାରେ ବେଶ ଗୁରୁତ୍ୱ ପୂର୍ଣ୍ଣ l ଶିକ୍ଷା କହିଲେ ସାଧାରଣତଃ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଶିକ୍ଷା କୁ ବୁଝାଇ ଥାଏ l ସଂସ୍କାର ଓ ସଂସ୍କୃତି ର ପରମ୍ପରା କୁ ବଞ୍ଚାଇବା ପାଇଁ ଆଧ୍ୟାତ୍ମିକ ଧର୍ମଗୁରୁ ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କର ଜୀ ଭାରତର ବିଭିନ୍ନ ରାଜ୍ୟରେ ସରକାରଙ୍କ ପାଠ୍ୟ ଖସଡ଼ାକୁ ନେଇ ସ୍କୁଲଗୁଡିକ ଗୁଜୁରାଟ, ବିହାର, ଓଡିଶା,ମହାରାଷ୍ଟ୍ର ତଥା ଅନ୍ୟ ରାଜ୍ୟମାନଙ୍କରେ ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ନାମରେ ସ୍କୁଲ ଖୋଲା ଯାଇଛି l ଏଥିରେ ନିଜ ନିଜ ରାଜ୍ୟର ସରକାରଙ୍କ ପାଠ୍ୟ ପୁସ୍ତକ ଅନୁଯାଇ ପାଠ ପଢା ଯାଉଛି l ତାହା ସହିତ ଆଧ୍ୟାତ୍ମିକ ଯୋଗା, ପ୍ରାଣାୟାମ, ସତସଂଗ ଓ ଆଧ୍ୟାତ୍ମିକ ଜ୍ଞାନ ପ୍ରଦାନ କରାଯାଉଛି l ସେହିପରି ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ର ଡିଆଟନଠାରେ ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ଖୋଲା ଯାଇଛି l ଆଜି ଟିଟିଲାଗଡ଼ର ଶ୍ରୀ ଶ୍ରୀ ଜ୍ଞାନମନ୍ଦିର, ଡିଆଟନଠାରେ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ମୁଖ୍ୟ ଅତିଥିଭାବେ ପଥରଳା,ଭାଟିପରା ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଅଗସ୍ତି ଜ୍ୟୋତିଷ ଯୋଗଦେଇ ଅଭିଭାଷଣ ଦେଇଥିବା ବେଳେ ,ସମ୍ମାନିତ ଅତିଥିଭାବେ ଭାବରେ କଳାହାଣ୍ଡି ଲିମସେର, ଏସଏସଜିଏମ ପ୍ରଧାନ ଗୁରୁଜୀ ସରୋଜ କୁମାର ଟୋଲଟିଆ ,କ୍ଲର୍କ କୃଷ୍ଣଚନ୍ଦ୍ର ମଶ୍ରା, ଟିଟିଲାଗଡ଼ର ଏସଏସଜିଏମ ଉପଦେଷ୍ଟା ଗୀତାଞ୍ଜଳି ଭୋଇ,ସଭାନେତ୍ରୀ ନିରୁପମା ସରାଫ ପ୍ରମୁଖ ଯୋଗ ଦେଇଥିଲେ l ଏଥିରେ ଛାତ୍ର ଛାତ୍ରୀମାନଙ୍କୁ ନେଇ ରଚନା ଓ ବକୃତା ପ୍ରତିଯୋଗିତା ଆୟୋଜନ କରାଯାଇଛିl ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଛି l ଏଥିରେ ଏସଏସଜିଏମ,ଡିଆଟନର ପ୍ରଧାନଗୁରୁମା ରୁନାଲତା ପଟ୍ଟାୟତ,ସହ-ଗୁରୁଜୀ ଗଣେଶ ଆଡ଼ଯୁଆଡ, ଅର୍ଜୁନ ବେହେରା,ହେମନ୍ତ ଆଡ଼ଯୁଆଡ,ଦ୍ରୋପଦୀ ଠେଲା,ଖୁସିରାମ ଆଡ଼ଯୁଆଡ,ବସନ୍ତ ଛୋରା,ଜ୍ୟୋତି ରଞ୍ଜନ ମିଶ୍ର,ତ୍ରିଲୋଚନ ମିଶ୍ର,ଗଗନ ବିହାରୀ ଚିନାଗୁଁ ତଥା ଅନ୍ୟାନ୍ୟ ଭଦ୍ର ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ l

ଜଗଜ୍ଜୀବନ ସାଙ୍କ ରିପୋର୍ଟ

Related posts

ତୀର୍ଯ୍ୟକ

Sunil Chandra Nayak

ଅମରନାଥ ଯାତ୍ରା: ହେଲିକପ୍ଟର ପାଇଁ ଅନ୍‌ଲାଇନ୍ ବୁକିଂ କରିପାରିବେ ଶ୍ରଦ୍ଧାଳୁ

Sunil Chandra Nayak

ମହାଶକ୍ତି ଫାଉଣ୍ଡେସନ ସହାୟତା ରେ ହିତାଧିକାରୀଙ୍କୁ ଦୁଇଲକ୍ଷ ଟଙ୍କାର ବୀମାରାଶୀ ପ୍ରଦାନ

Sunil Chandra Nayak

Leave a Comment

error: Content is protected !!