ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାମି ପାତ୍ର ଙ୍କ କବିତା ଫେରିଆସ ବାପୁ ତମେ

ଫେରିଆସ ବାପୁ ତମେ

ଫେରିଆସ ବାପୁ ତମେ
ଅନେଇ ବସିଛି ତମ ପାଇଁ ଏମାଟି
ତମେ ପରା ଆମ ପାଇଁ ଅହିଂସାର ପୂଜାରି
ସତ୍ୟ, ଧର୍ମ ନ୍ୟାୟର ପ୍ରତୀକ।
ଯେବେଠାରୁ ବାପୁ ଗଲଣୀ ଚାଲି
ସେବେଠାରୁ ଏ ଦେଶ ଗଲାଣି ଭୂଷୁଡି
ସତ୍ୟତା , ମାନବିକତା ଗଲେଣି ଭୂଲି
ମିଥ୍ୟାର ଆଶ୍ରୟ ନେଇ ଦମ୍ଭରେ ଠିଆ ହୁଅଇ।
ଆଜି କାହିଁକି ମନେପଡେ
 ତମରି ସେହି ସ୍ୱତନ୍ତ୍ର ଦିବସ 
ହସହସ ମୁଖର ଚିତ୍ର
ତୁମରି ଆଦର୍ଶ ନେଇ ବଞ୍ଚିବାର ରାହା
ବଦଳେଇ ଦିଏ ଜୀବନର ମୋଡ଼।
ଫେରିଆସ ବାପୁ ତମେ ନୂଆ ଅବତାର ନେଇ
ଆଜି ଦେଶ ଯାଉଛି ବିଗିଡି
ସମସ୍ତେ ଏଠି ସିଂହ ପରି ଗର୍ଜନ କରନ୍ତି
କଥାକଥାକେ ହାତ ହତିଆର ଦେଖାନ୍ତି।
ଡ଼ାକ୍ତରଖାନାରେ ନା ରୋଗୀ ସୁରକ୍ଷିତ
ନା ବୃଦ୍ଧା କାଳେ ଘରେ ବାପ ମାଆ ସୁରକ୍ଷିତ
ଯୁଆଡ଼େ ଦେଖ ସିଆଡେ ଖାଲି ବିଶୃଙ୍ଖଳିତ
ପ୍ରତିବାଦ କଲେ ଲାଠି ପାହାର ।
ଅର୍ଥ ପାଇଁ ଏଠି ମଣିଷ ଏତେ ବଦଳିଯାଆନ୍ତି
ଯଉଠି ଅର୍ଥ ସେଇଠି ମାନବ
ଧରଣୀ ମାଆ ଆଜି କାନ୍ଦୁଛି ଛାତି ଫଟେଇ
ପ୍ରତିବାଦ କରିବାକୁ କେହି ତା ପାଖରେ ନାହିଁ।
ଫେରିଆସ ବାପୁ ତମେ କେଉଁ ଏକ ମାତୃକୋଳକୁ
ଦମନ କର ଅତ୍ୟାଚାର ଆଉ ଭଷ୍ଟାଚାରଙ୍କୁ
ହସିଦିଅ ପୁଣି ଥରେ ତୁମରି ଦେଶ
ଜାତିର ପିତା ରୂପେ ପାଉଥାଅ ପୂଜା।

ମାମି ପାତ୍ର

ତିହିଡି ଭଦ୍ରକ

Related posts

ବଣିଜରାରେ ଗଙ୍ଗାଧର ମେହେର ଜୟନ୍ତୀ ପାଳନ

Sunil Chandra Nayak

ଆଇନ ମହାବିଦ୍ୟାଳୟର ବୃକ୍ଷରୋପଣ କାର୍ଯ୍ୟକ୍ରମ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!