ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଦଶହରା

   ଦଶହରା

ଉପେନ୍ଦ୍ର କୁମାର ବସ୍ତିଆ

 
ଆସିଅଛି ଦଶହରା ହସୁଅଛି ଧୂଳି ଧରା 
    ସରଗୁ ମରତ ରଙ୍ଗ ନେଇ 
ଦିଶୁଅଛି କେଡେ ତ୍ୱରା ନେଶୁଅଛି ତନୁ ସାରା 
     ସରଗଟା ନୀଳ ରଙ୍ଗ ହୋଇ ।
ଭାସୁଅଛି ଧଳା ରଙ୍ଗ ନାସୁଅଛି କଳା ରଙ୍ଗ 
     ଶରତ କାକର ଶିରି ଛୁଇଁ
ବାସୁଅଛି ମହମହ ହସୁଛି ଅହରହ 
  ସଜ ଶେଫାଳୀଟି କାହାପାଇଁ।
ଢ଼ଳୁଅଛି କାଶ ଫୁଲ ଦେଖାଉଛି ଛବି ତାର 
    ଛଇଳ ନଈ ତା ନୀଳରଙ୍ଗ ହୋଇ 
ଖେଳୁଅଛି ଶଶୀ ମାତି ମିଳିଅଛିମେଘସାଥି    
    କଇଁ କଥା ମନରୁ ଭୁଲି ଯାଇଁ।
ବସିଅଛି ମେଳା ଯେତେ ହସୁଅଛି ମେଢ଼ ସେତେ 
   ଦଶଭୁଜା ମା ମଙ୍ଗଳ ମୟୀ 
ମିଶୁଅଛି ତନ ତନୁ ବାସୁ ଅଛି ସବୁ କୋଣୁ
   କେତେ ବାସ ଧୂପ ଧୁଆଁ ହୋଇ ।
ଜମିଲେଣି ଜନଗଣ ନମିଲେଣି ମାଆ ଚରଣ 
    ଭରିଦିଅ ହସ ସବୁ ଦୁଃଖ ନେଇ 
କାମିଲେଣି ମନ ତଳେ ଯମିଲେଣୀ ଧରା ତଳେ 
      ନବୀନ ମହିସା ବିନାଶ ପାଇଁ ।

   ରାଉରକେଲା

Related posts

ନୂଆ ଏଲ୍‌ପିଜି ସଂଯୋଗ ପାଇଁ ସିକ୍ୟୁରିଟି ଡିପୋଜିଟ୍‌ରେ ୭୫୦ ଟଙ୍କା ବୃଦ୍ଧି

Sunil Chandra Nayak

ବିଦ୍ୟୁତ୍ ଆଘାତରେ ମୃତ୍ୟୁକୁ ନେଇ ଉତ୍ତେଜନା

ମହାଭାରତ କଥା–୫

Leave a Comment

error: Content is protected !!