ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଦଶହରା

   ଦଶହରା

ଉପେନ୍ଦ୍ର କୁମାର ବସ୍ତିଆ

 
ଆସିଅଛି ଦଶହରା ହସୁଅଛି ଧୂଳି ଧରା 
    ସରଗୁ ମରତ ରଙ୍ଗ ନେଇ 
ଦିଶୁଅଛି କେଡେ ତ୍ୱରା ନେଶୁଅଛି ତନୁ ସାରା 
     ସରଗଟା ନୀଳ ରଙ୍ଗ ହୋଇ ।
ଭାସୁଅଛି ଧଳା ରଙ୍ଗ ନାସୁଅଛି କଳା ରଙ୍ଗ 
     ଶରତ କାକର ଶିରି ଛୁଇଁ
ବାସୁଅଛି ମହମହ ହସୁଛି ଅହରହ 
  ସଜ ଶେଫାଳୀଟି କାହାପାଇଁ।
ଢ଼ଳୁଅଛି କାଶ ଫୁଲ ଦେଖାଉଛି ଛବି ତାର 
    ଛଇଳ ନଈ ତା ନୀଳରଙ୍ଗ ହୋଇ 
ଖେଳୁଅଛି ଶଶୀ ମାତି ମିଳିଅଛିମେଘସାଥି    
    କଇଁ କଥା ମନରୁ ଭୁଲି ଯାଇଁ।
ବସିଅଛି ମେଳା ଯେତେ ହସୁଅଛି ମେଢ଼ ସେତେ 
   ଦଶଭୁଜା ମା ମଙ୍ଗଳ ମୟୀ 
ମିଶୁଅଛି ତନ ତନୁ ବାସୁ ଅଛି ସବୁ କୋଣୁ
   କେତେ ବାସ ଧୂପ ଧୁଆଁ ହୋଇ ।
ଜମିଲେଣି ଜନଗଣ ନମିଲେଣି ମାଆ ଚରଣ 
    ଭରିଦିଅ ହସ ସବୁ ଦୁଃଖ ନେଇ 
କାମିଲେଣି ମନ ତଳେ ଯମିଲେଣୀ ଧରା ତଳେ 
      ନବୀନ ମହିସା ବିନାଶ ପାଇଁ ।

   ରାଉରକେଲା

Related posts

ଚନ୍ଦାହାଣ୍ଡି ଠାରେ ଅରବିନ୍ଦ ପାଠଚକ୍ର ଅନୁଷ୍ଠିତ

Sunil Chandra Nayak

ଜାମଦା ଥାନା! ବୃଦ୍ଧାଙ୍କୁ ଡାହାଣୀ ଜନିତ ହତ୍ୟା ସନ୍ଦେହ

Sunil Chandra Nayak

ରାଷ୍ଟ୍ରୀୟ ବେରୋଜଗାର ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!