ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଦାମପାହାଡ଼ ରେଳ ଷ୍ଟେସନ ଦୁର୍ଗାପୂଜା କମିଟି ଦ୍ବାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରରେ ସନସାଇନ ସ୍କୁଲ ଛାତ୍ରଛାତ୍ରୀଙ୍କ ସଫଳତା

ମୟୂରଭଞ୍ଜ -୦୩/୧୦/୨୨(ମସିହା) ପବିତ୍ର ଦୁର୍ଗାପୂଜା ଅବସରରେ ମୟୂରଭଞ୍ଜ ଜିଲ୍ଲାର ବାଦାମ ପାହାଡ଼ ରେଳ ଷ୍ଟେସନ ଦୁର୍ଗାପୂଜା କମିଟି ତରଫରୁ ବିଦ୍ୟାଳୟ ସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ ଆଖପାଖ ଅଂଚଳର ୧୪ ରୁ ଉର୍ଦ୍ଧ୍ବ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିପୁଣ କଳା ନୃତ୍ୟ ପରିବେଷଣ କରିଥିଲେ । ଏଥିରେ ବାଦାମ ପାହାଡ଼ର ବେସରକାରୀ ଇଂରାଜୀ ମିଡିୟମ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ରଣଜିତ୍ ରାମ ଏବଂ କୋରିଓଗ୍ରାଫର ଆକାଶ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀମାନେ ବିଭିନ୍ନ ନୃତ୍ୟ ବିଭାଗରେ ଅଂଶ ଗ୍ରହଣ କରି ୫ଟିରେ ସଫଳତା ପାଇ ବିଦ୍ୟାଳୟ ପାଇଁ ଗର୍ବ ଆଣିଛନ୍ତି । ଜୁନିଅର ଗ୍ରୁପ ନୃତ୍ୟରେ ସନସାଇଲ ସ୍କୁଲ ପ୍ରଥମ ଏବଂ ଦ୍ବିତୀୟ ସ୍ଥାନ ହାସଲ କରିଥିବା ବେଳେ ଜୁନିଅର ସୋଲୋ ଏକକ ନୃତ୍ୟରେ ପ୍ରଥମ , ଦିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରିଛନ୍ତି ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଦାମ ପାହାଡ଼ ଥାନାଧିକାରୀ ଆୟୂଷକାନ୍ତ ଜେନା,ପୂଜା କମିଟି ସଭାପତି ଶ୍ରୀ ମହେଶ ହେମ୍ବ୍ରମ, ସଂପାଦକ ନରେନ୍ଦ୍ର ଜୟସ୍ବାଲ,ଭରତ ବାରିକ,ସନ ସାଇନ୍ ସ୍କୁଲର ବିଦ୍ୟାଳୟର ଉପାଧ୍ୟକ୍ଷ ଆଫ୍ରିନ ବାନୋ, ସରସ୍ଵତୀ ଶିଶୁ ମନ୍ଦିର ଶିକ୍ଷକ ମୃତ୍ୟୁଞ୍ଜୟ ନାଥ, ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଲକ୍ଷ୍ମଣ କିସ୍କୁ ପ୍ରମୁଖ ଯୋଗ ଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

କଲମପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଚିନ୍ତାମଣୀ ବେହେରା ନିର୍ବାଚିତ

Sunil Chandra Nayak

ବେହେରା ପଡା ରାସ୍ତା ସୁଧୁରିବ କେବେ? 

Sunil Chandra Nayak

ବୁଲା କୁକୁରଙ୍କ ପ୍ରାଦୁର୍ଭାବ , କୁକୁର କାମୁଡାରେ ୩ ଆହତ

Sunil Chandra Nayak

Leave a Comment

error: Content is protected !!