ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାମାନ୍ୟ କଥାକୁ ନେଇ ଛୁରାମାଡ , ଜଣେ ମୃତ, ୩ ଗୁରୁତ

ନୂଆପଡା: ନୂଆପଡା ଜିଲ୍ଲା ଖଡିଆଳ ଏଗାର ନମ୍ବର ୱାଡ଼ ପୁଟୁପଡାରେ ଏକ ଅଭାବନୀୟ ଘଟଣା ଘଟିଛି । ସାମନ୍ୟ କଥାକୁ ନେଇ ଗଣ୍ଡଗୋଳ ହେବା ସହ ପରେ ପ୍ରତିଶୋଧ ପାଇଁ ଛୁରାମାଡ କରିବାରୁ ପୁଟୁପଡାର ପ୍ରଭାକର ଶବର ବୟସ (୪୦) ନାମକ ଜନୈକ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଥିବା ଜଣାପଡିଛି । ଗୁରୁତରଙ୍କ ମଧ୍ୟରୁ ପୁଟୁପଡାର ଦୁଇ ଜଣ ସୁରେନ୍ଦ୍ର ଶବର ଏବଂ ଦେବେନ୍ଦ୍ର ଶବରଙ୍କୁ ଚିକିତ୍ସା ପାଇଁ ରାୟପୁର ଏବଂ ସାହୁପଡା ଗ୍ରାମର ସାଗର ସାହୁଙ୍କୁ ନୂଆପଡା ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ଅଭିଯୋଗ ପାଇଁ ଖଡିଆଳ ପୁଲିସ ପକ୍ଷରୁ ଏସଡିପିଓ ସନ୍ତକ ଜେନା ଏବଂ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ପହଚିଂ ଘଟଣାର ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁସାରେ ସାହୁପଡାର ସାଗର ସାହୁ ଶୌଚ କରିବା ପାଇଁ ପୁଟୁପଡା ନିକଟରେ ଥିବା କେନାଲ୍ ନିକଟକୁ ଯାଇଥିଲେ । ରାସ୍ତାକଡରେ ସାଗର ଶୈାଚ କରୁଥିବାବେଳେ ପୁଟୁପଡାର ସୁରେନ୍ଦ୍ର ଏବଂ ଦେବେନ୍ଦ୍ର ଆସି ମନା କରିଥିଲେ | ଉକ୍ତ ଘଟଣାକୁ ନେଇ ଗଣ୍ଡଗୋଳ ହେବା ସହ ମାଡପିଟ ହୋଇଥିଲା । ତେବେ ଏହା ପରେ ସୁରେନ୍ଦ୍ର ଏବଂ ଦେବେନ୍ଦ୍ର ଆସି ଗାଁରେ ଥିବା ପ୍ରହରୀ ମଣ୍ଡପ ନିକଟରେ ବସିଥିବାବେଳେ ସାଗର ସାହୁ ପ୍ରତିଶୋଧ ନେବା ପାଇଁ ସାଙ୍ଗରେ ନିରାକାର ସାହୁ ଆସି ପୁଣି ଗଣ୍ଡଗୋଳ କରିଥିଲେ । ଏହି ସମୟରେ ସାଗର ସାହୁ ଛୁରୀରେ ଆକ୍ରମଣ କରୁଥିବାବେଳେ ସାଗରଙ୍କ କବଳରୁ ସୁରେନ୍ଦ୍ର ଏବଂ ଦେବେନ୍ଦ୍ରଙ୍କୁ ଛଡାଇବା ପାଇଁ ପ୍ରଭାକର ଆସିଥିବାବେଳେ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଫଳରେ ଗୁରୁତର ଅବସ୍ଥାରେ ପ୍ରଭାଙ୍କୁ ସ୍ଥାନୀୟ ମିଶନ ହସପିଟାଲରେ ଭର୍ତ୍ତି କରାଯାଇଥିଲା | ତେବେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପୂଜାରୀଗୁଡା ଗ୍ରାମ ରେ ପଶିଲା ଭାଲୁ ଲୋକେ ଆତଙ୍କିତ

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ଜଗନ୍ନାଥ

Sunil Chandra Nayak

ଜଗଦା ସ୍ଥିତ ଆଣ୍ଟି ନିର୍ମଳ ନର୍ସରୀ ସ୍କୁଲର ଗ୍ରୀଷ୍ମକାଳୀନ ଶିବିର

Leave a Comment

error: Content is protected !!