ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ଠାରେ ସମ୍ପନ୍ନ ହେଲା ଯୋଡି ଛତର ଯାତ୍ରା

ନୂଆପଡା:  ଚୌହାନ ବଂଶୀୟ ଇଷ୍ଟଦେବୀ ମା’ ସମଲେଶ୍ବରୀ ଏବଂ ରକ୍ତାମ୍ବରୀଙ୍କ ଯୋଡି ଛତର ଯାତ୍ରା ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ସମ୍ପର୍ଣ୍ଣ । ଖଡ଼ିଆଳ ସହରକୁ ଅନ୍ୟ ଜିଲ୍ଲାର ଗୁଡିକରେ ବିଭିନ୍ନ ଦେବାଦେବୀଙ୍କ ଛତର ଯାତ୍ରା ଚାଲିଥିବାବେଳେ, ଖଡ଼ିଆଳରେ ମଧ୍ୟ ଯୋଡି ଛତର ଯାତ୍ରା ଅନୁଷ୍ଠିତ ହୋଇଛି , ଯାହାକି ଏକ ବିରଳ ପରମ୍ପରା ବୋଲି ଗବେଷକ ମାନେ ମତ ଦିଅନ୍ତି । ଯୋଡି ଛତର ଯାତ୍ରା ଦେଖିବା ପାଇଁ ପଡ଼ୋଶୀ କଳାହାଣ୍ଡି, ବଲାଙ୍ଗୀର, ନବରଙ୍ଗପୁର ସମେତ ଛତିଶଗଡ଼ ରାଜ୍ୟରୁ ଖଡ଼ିଆଳକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ।

ରାଜା ରାଜୁଡା ଶାସନ କାଳରେ ଖଡ଼ିଆଳ ତତ୍କାଳୀନ ଚୌହାନ ବଂଶୀୟ ରାଜା ରତନ ସିଂ ଦେଓ ଖଡ଼ିଆଳ ଗଡ଼ଜାତ ରାଜ୍ୟର ସୁରକ୍ଷା ପାଇଁ ୧୮୨୦ ମସିହା ପଲମାଗଡରୁ ବଡ ଭଉଣୀ ଦେବୀ ମା’ ରକ୍ତାମ୍ବରୀକୁ ଆଣି ରାଜ ଦରବାରରେ ସ୍ଥାପନା କରିଥିଲେ । ସେହିଭଳି ସାନ ଭଉଣୀ ଦେବୀ ମା’ ସମଲେଶ୍ବରୀଙ୍କୁ କୋମନା ଗଡରୁ ଆଣି ଇଷ୍ଟଦେବୀ ରୂପେ ସ୍ଥାପନା କରିଥିଲେ । ସେହି ଶହଶହ ବର୍ଷର ଐତିହ୍ୟ ପରମ୍ପରାକୁ ରକ୍ଷା କରିବା ନେଇ ବର୍ତ୍ତମାନର ଯୁବରାଜ ଦେବ ଦେବ ସିଂ ଦେଓଙ୍କ ନେତୃତ୍ୱରେ ଖଡ଼ିଆଳ ଠାରେ ଯୋଡି ଛତର ଯାତ୍ରା ପାଳିତ ହୋଇ ଆସୁଛି । ଉଭୟ ମା’ ପ୍ରତିବର୍ଷ ଦଶହରା ପୀଠ ଦଶମୀ ଦିନ ଛତର ଦେହରେ ବିରାଜ ମାନ କରି ଘର ଘର ଯାଇ ପୂଜା ପାଉଥିଲେ । ହେଲେ ଚଳିତ ବର୍ଷ ଉଭୟ ମା’ଙ୍କ ଯୋଡି ଛତର ଘର ଘର ନ ଯାଇ ଭବ୍ୟ ସମାରୋହରେ ବଜାର ତାଳେ ତାଳେ ସହରର ମୁଖ୍ୟ ରାସ୍ତାରେ ଯୋଡ଼ି ଛତରଯାତ୍ରା ଭ୍ରମଣ କରୁଥିବା ଦେଖିବାକୁ ମିଳିଥିଲା ।

ଯୋଡି ଛତର ଯାତ୍ରା ସମୟରେ ଶ୍ରଦ୍ଧାଳୁ ମା’ଙ୍କୁ ଦର୍ଶନ କଲେ ମାନସିକ ପୂରଣ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ଯାହାଫଳରେ ମା’ଙ୍କ ଆଶିଷ ପାଇବା ପାଇଁ ଦୀପ, ଧୂପ, ନୈବେଦ୍ୟ ସହିତ ଖଇ ଗୁଡ଼ ଘିଅ ମନ୍ଦାର ମାଳା ଧରି ସଡକର ଉଭୟ ପାର୍ଶ୍ୱରେ ଭକ୍ତ ମାନେ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା । ଦଶମୀରେ ପ୍ରଥମେ ଉଭୟ ମା’ ଖଡ଼ିଆଳ ରାଣୀ ସାହେବାଙ୍କ ଠାରୁ ପୂଜା ପାଇବା ପରେ ଅନ୍ୟାନ୍ୟ ଜାତି, ଧର୍ମ, ବର୍ଣ୍ଣ ସମସ୍ତଙ୍କ ଠାରୁ ପୂଜା ପାଇବାର ପରମ୍ପରା ଖଡ଼ିଆଳ ଠାରେ ରହିଛି । ଏନେଇ ବିଶାଳ ଯୋଡ଼ି ଛତର ଯାତ୍ରାକୁ ଘଣ୍ଟ ଶଙ୍ଖ ବାଦ୍ୟରେ ସହର ପରିକ୍ରମା କରାଯାଇଛି 

 ଖଡ଼ିଆଳ ଠାରେ ଯୋଡି ଛତର ଯାତ୍ରା ଦର୍ଶନ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଜନ ସମାବେଶ ହୋଇଥିଲା । ଯୋଡି ଛତର ଯାତ୍ରା ଦର୍ଶନ କଲେ ମାନସିକ ପୂରଣ ହୋଇଥାଏ ବୋଲି ଲୋକଙ୍କ ଅଗାଢ ବିଶ୍ୱାସ ରହିଛି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା ଦୀପର ଦୀପାବଳୀ

Sunil Chandra Nayak

କୋର୍ଟ ପରିସରରେ ବୃକ୍ଷ ରୋପଣ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା।ଆଜିର ସୁବିଚାର

Leave a Comment

error: Content is protected !!