ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ର ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାରଘରଣୀ ଙ୍କ ବାର୍ଷିକ ଦଶହରା ପର୍ବ ସମ୍ପର୍ଣ୍ଣ…

ମାନସିକ ବଳି ରେ ରକ୍ତ ରଞ୍ଜିତ ହେଲା ମାଁ ଙ୍କ ଶକ୍ତି ପୀଠ…

କଳାହାଣ୍ଡି ଜିଲ୍ଲା ଧର୍ମଗଡ ର ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାର ଘରଣୀ ଦେବୀଙ୍କ ବାର୍ଷିକ ଦଶହରା ଓ ଛତର ଯାତ୍ରା ମହାସମାରୋହରେ ଆଜି ଶେଷ ହୋଇଛି। କରୋନା କଟକଣା ଯୋଗୁଁ ଦୁଇ ବର୍ଷ ହେଲା ଭକ୍ତଙ୍କୁ ଦର୍ଶନ ମନା ଥିବା ବେଳେ ଚଳିତ ବର୍ଷ ମାଁ ଙ୍କ ଛତର ଦର୍ଶନ କରିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା। ଆଜି ସକାଳୁ ମାଁ ଙ୍କ ପୂଜାରୀ ନିକଟସ୍ଥ ତେନ୍ତୁଳିଆ ପଡା ରୁ ପାରମ୍ପାରିକ ବାଜା ସହ ଏକ ଶୋଭଯାତ୍ରାରେ ମନ୍ଦିରକୁ ଆସି ମାଁ ଙ୍କୁ ଆବାହନ କରିଥିଲେ ଏବଂ ଧର୍ମଗଡ ପୁରୁଣା ଗୋରୁବଜାର ପଡା ର ଜୟ ସିଂ ନାଏକ ଙ୍କ ଘରୁ ପୂଜା ବିଧି ପରେ ଛତର ମନ୍ଦିର ଅଭିମୁଖେ ଯାତ୍ରା କରିଥିଲା। ହଜାର ହଜାର ଶ୍ରଦ୍ଧାଳୁ ରାସ୍ତାର ଦୁଇ କଡ଼ରେ ଠିଆ ହୋଇ ଯୋଡ ହସ୍ତରେ ମାଁ ଙ୍କ ଦର୍ଶନ କରିଥିଲେ।ମାଁ ଙ୍କ ସଦୃଶ୍ୟ ଛତର ମନ୍ଦିର ଭିତରେ ପ୍ରବେଶ କରବା ପରେ ମନ୍ଦିର ପୁଝାରୀ ବନ୍ଦାପନା କରିଥିଲେ। ଏହି ସମୟରେ ଦେବୀଙ୍କ କାଲିସୀ ଲାଗିଥିବା ଭକ୍ତ ମାନେ ମୁନିଆ କଣ୍ଟା ଗାଲକୁ ଫୋଡ଼ି ମାଁ ଙ୍କର ଶକ୍ତି ପ୍ରଦର୍ଶନ କରିବା ଦୃଶ୍ୟ ବେଶ୍ ରୋମାଞ୍ଚକର ଥିଲା। ମୁନିଆ କଣ୍ଟା ରେ କାଳୀସୀ ମାନେ ଗାଲକୁ ଫୋଡୁ ଥିଲେ ହେଁ, ସେମାନଙ୍କ ଅଙ୍ଗରୁ ବିନ୍ଦୁ ଟିଏ ମଧ୍ଯ ରକ୍ତ ନ ବାହାରିବା ପ୍ରତିବର୍ଷ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଏହା କେବଳ ମାଁ ଙ୍କ ପାଇଁ ସମ୍ଭବ ହୋଇଥାଏ ବୋଲି ସମସ୍ତେ ବିଶ୍ୱାସ କରନ୍ତି। କେଉଁ ଆବାହମାନ କାଳରୁ ମାଁ ଭଣ୍ଡାର ଘରଣୀ ଦେବୀଙ୍କ ଏଭଳି ଧାର୍ମିକ ପରମ୍ପରା କୁ ଲୋକେ ଦର୍ଶନ କରି ଆସୁଛନ୍ତି। ମାଁ ଙ୍କ ଛତର ପୂଜା ସରିବା ପରେ ମନ୍ଦିର ଭିତରେ ପୂଜା ଶେଷ ହେବାପରେ ସଦୃଶ୍ୟ ଛତର କୁ ମନ୍ଦିର ଭିତରେ ରଖା ଯାଇଥାଏ। ଏହା ପରେ ଶ୍ରଦ୍ଧାଳୁ ମାନେ ଶୁକ୍ଲ ଭୋଗ ଅର୍ପଣ କରିଥାନ୍ତି।

ମାନସିକ କରିଥିବା ଭକ୍ତ ମାନେ ପାରା, କୁକୁଡ଼ା, ବୋଦା ବଳି ଅର୍ପଣ କରିଥାନ୍ତି।ମାନସିକ ବଳି ରେ ରକ୍ତ ରଞ୍ଜିତ ହୁଏ ମାଁ ଙ୍କ ଶକ୍ତି ପୀଠ। କେଉଁ ଆବାହମାନ କାଳରୁ ଚଳି ଆସିଛି ଏହି ବଳି ପ୍ରଥା। ଏହି ବଳି ପ୍ରଥାକୁ ବନ୍ଦ କରିବା ପାଇଁ ପ୍ରଶାସନ ଯେତେ କଠୋର ହେଲେ ମଧ୍ଯ ଭକ୍ତ ଙ୍କ ଧାର୍ମିକ ପରମ୍ପରା ଆଗରେ ହାର ମାନିଛି ପ୍ରଶାସନ।

ଛତର ଆସିବା ପୁର୍ବରୁ ସେଠାରେ ଚାଲିଥିବା ସାର୍ବଜନୀନ ଦୁର୍ଗାପୂଜା କୁ ମଣ୍ଡପ କୁ ମଧ୍ଯ ବିଜେ କରନ୍ତି ଦେବୀଙ୍କ କାଲିସୀ । ମାଁ ଭଣ୍ଡାର ଘରଣୀ ଦେବୀଙ୍କ ଛତର ଯାତ୍ରା ସହ ଧର୍ମଗଡ ରେ ଶେଷ ହୁଏ ଶାରଦୀୟ ଦୁର୍ଗାପୂଜା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ପତଂଜଳି ଯୋଗ ପୀଠ ତରଫରୁ ଗୁରୁ ପୂର୍ଣ୍ଣିମା ପାଳିତ

Sunil Chandra Nayak

କୋକସରା ବ୍ଲକରେ ଗାନ୍ଧି ଜୟନ୍ତି ପାଳନ

Sunil Chandra Nayak

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ସୁରେଶ ଚନ୍ଦ୍ର ପାଢ଼ୀ ଙ୍କ କବିତା ମଣିଷ

Sunil Chandra Nayak

Leave a Comment

error: Content is protected !!