ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓପିଏସସି ପରୀକ୍ଷାରେ ଉତୀର୍ଣ୍ଣ ହେଲେ ପାପଡାହାଣ୍ଡିର ଚନ୍ଦନ

ପାପଡାହାଣ୍ଡି,7/10, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ମହାକୁମା ନୂଆ ସାହିର ଚନ୍ଦନ କୁମାର ନାୟକ ଚଳିତ ବର୍ଷ ଓପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି | ନବରଙ୍ଗପୁର ଜିଲ୍ଲା ସହ ପାପଡାହାଣ୍ଡି ବ୍ଲକ ପାଇଁ ଗୌରବ ଆଣିଛନ୍ତି | ସେ 149 ନମ୍ବର ରେଙ୍କରେ ରହିଛନ୍ତି | ସେ ଗତ ଦୁଇ ବର୍ଷ ଧରି ଭୁବନେଶ୍ୱର ଠାରେ ରହି ଓପିଏସସି ଲାଗି ପ୍ରସ୍ତୁତ ହେଉଥିଲେ | ଶୁକ୍ରବାର ରେଜଲ୍ଟ ପ୍ରକାଶ ପାଇବା ପରେ ପାପଡାହାଣ୍ଡିରେ ଖୁସିର ଲହରି ଖେଳଯାଇଛି | ଚନ୍ଦନଙ୍କ ବାପା ଜଗନ୍ନାଥ ନାୟକ ବଡ଼ କୁମୁଲି ଠାରେ ଏଲଆଇ ଅଛନ୍ତି | ଚନ୍ଦନ ନିଜର ସମସ୍ତ ଶ୍ରେୟ ବାପା ମା ଓ ଗୁରୁଜନଙ୍କୁ ଦେଇଛନ୍ତି | ଅଗାମି ଦିନରେ ଲୋକଙ୍କ ସେବା କରିବେ ବୋଲି କହିଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ |

Related posts

ନୂଆପଡା ଜିଲା ର ଗର୍ବ ଓ ଗୌରବ, ଜିଲ୍ଲାର ପ୍ରଥମ କମ ବୟସ୍କ ଛାତ୍ରୀ ଅର୍ଚ୍ଚନା ତିୱାରୀ ଗଣିତ ବିଭାଗରେ ପିଏଚଡି ଲାଭ

Sunil Chandra Nayak

ୟୁଥ୍ ଚେଂଜ ମେକର ଆୱାର୍ଡ଼ ପାଇଲେ ଯୁବ ଡ଼ାକ୍ତର ଲୋକନାଥ ସାହୁ

Sunil Chandra Nayak

ଆସନ୍ତୁ ଜାଣିବା ରାଣୀ ସୁନୟନାଙ୍କ ନିଷ୍ପତ୍ତି ବିଷୟରେ

Sunil Chandra Nayak

Leave a Comment

error: Content is protected !!