ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓପିଏସସି ପରୀକ୍ଷାରେ ଉତୀର୍ଣ୍ଣ ହେଲେ ପାପଡାହାଣ୍ଡିର ଚନ୍ଦନ

ପାପଡାହାଣ୍ଡି,7/10, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ମହାକୁମା ନୂଆ ସାହିର ଚନ୍ଦନ କୁମାର ନାୟକ ଚଳିତ ବର୍ଷ ଓପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି | ନବରଙ୍ଗପୁର ଜିଲ୍ଲା ସହ ପାପଡାହାଣ୍ଡି ବ୍ଲକ ପାଇଁ ଗୌରବ ଆଣିଛନ୍ତି | ସେ 149 ନମ୍ବର ରେଙ୍କରେ ରହିଛନ୍ତି | ସେ ଗତ ଦୁଇ ବର୍ଷ ଧରି ଭୁବନେଶ୍ୱର ଠାରେ ରହି ଓପିଏସସି ଲାଗି ପ୍ରସ୍ତୁତ ହେଉଥିଲେ | ଶୁକ୍ରବାର ରେଜଲ୍ଟ ପ୍ରକାଶ ପାଇବା ପରେ ପାପଡାହାଣ୍ଡିରେ ଖୁସିର ଲହରି ଖେଳଯାଇଛି | ଚନ୍ଦନଙ୍କ ବାପା ଜଗନ୍ନାଥ ନାୟକ ବଡ଼ କୁମୁଲି ଠାରେ ଏଲଆଇ ଅଛନ୍ତି | ଚନ୍ଦନ ନିଜର ସମସ୍ତ ଶ୍ରେୟ ବାପା ମା ଓ ଗୁରୁଜନଙ୍କୁ ଦେଇଛନ୍ତି | ଅଗାମି ଦିନରେ ଲୋକଙ୍କ ସେବା କରିବେ ବୋଲି କହିଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ |

Related posts

ବେକରେ ଓଢଣୀ ଦେଇ ମହିଳାଙ୍କ ଆତ୍ମହତ୍ଯା

ଇଭେଣ୍ଟ ଅର୍ଗନାଇଜର କାର୍ଯ୍ୟଳୟର ଶୁଭାରମ୍ଭ

Sunil Chandra Nayak

ଆଜି ମହାପ୍ରଭୁଙ୍କର ବନକଲଗି ନୀତି, ଶ୍ରୀମନ୍ଦିରରେ ୫ଘଣ୍ଟା ବନ୍ଦ୍ ରହିବ ସାଧାରଣ ଦର୍ଶନ

Sunil Chandra Nayak

Leave a Comment

error: Content is protected !!