ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍କଳମଣି ଗୋପବନ୍ଧୁ ୱେଲେଫେୟାର ଟ୍ରଷ୍ଟ ପକ୍ଷରୁ ଗୋପନ୍ଧୁଙ୍କ ଜୟନ୍ତୀ ପାଳନ

ରାଉରକେଲା/ଉତ୍କଳମଣି ଗୋପବନ୍ଧୁ ୱେଲେଫେୟାର ଟ୍ରଷ୍ଟ ଆନୁକୂଲ୍ୟରେ ବାଲିଯୋଡି ଛକ ନିକଟସ୍ଥ ଗୋପବନ୍ଧୁ ପ୍ରତିମୂର୍ତ୍ତି ପରିସରରେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ୧୪୫ ତମ ଜୟନ୍ତୀ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠାନର ସମ୍ପାଦକ ତଥା ସମାଜସେବୀ ଅରୁଣ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ ଅମୁଲ୍ୟ କୁମାର ପ୍ରଧାନ, ଡାକ୍ତର ଫକୀର ଚରଣ ହୋତା, ଜାତୀୟ ଶ୍ରମିକ ଶିକ୍ଷା ପ୍ରତିଷ୍ଠାନର ଶିକ୍ଷାଧିକାରୀ ଡା. ଧର୍ମେନ୍ଦ୍ର ମିଶ୍ର, ବିଶିଷ୍ଟ ନୁର୍ତ୍ୟଶିଳ୍ପୀ ତଥା ସମାଜସେବୀ ପଦ୍ମିନୀ ପାଣିଗ୍ରାହୀ, ଡାକ୍ତର ବିଷ୍ଣୁପ୍ରୀୟା ଦେଇ, ସଚେତନ ନାଗରିକ ମଞ୍ଚର ସାଧାରଣ ସଂପାଦକ ପି ପି ରାୟ, ଯଥାକ୍ରମେ ମୁଖ୍ୟଅତିଥି ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଓ ବକ୍ତା ଭାବେ ଯୋଗଦେଇ ଉତ୍କଳ ମଣି ଗୋପବନ୍ଧୁଙ୍କ କର୍ମମୟ ଜୀବନ, ସମାଜସେବା, ରାଜନୈତିକ ଚିନ୍ତାଧାରା, ସ୍ୱାଧୀନତା ସଂଗ୍ରାମ ସର୍ବୋପରି ନବ ଓଡିଶା ଗଠନରେ ତାଙ୍କର ଭୂମିକା ସମ୍ପର୍କରେ ଅତିଥି ମାନେ ବିସ୍ତୃତ ଆଲୋଚନା କରିଥିଲେ l ଆଜିର ଯୁବ ଛାତ୍ର ସମାଜ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ଆହ୍ୱାନ ଦେଇଥିଲେ ଓ ଉତ୍କଳମଣି ଗୋପବନ୍ଧୁଙ୍କ ନାମରେ ରାଜ୍ୟ ଓ କେନ୍ଦ୍ର ସରକାର କିଛି ଜନହିତକର ଯୋଜନା ପ୍ରଣୟନ କରିବାପାଇଁ ଏହି ସଭାରେ ମତପ୍ରକାଶ ପାଇଥିଲା l ଅନ୍ୟ ପକ୍ଷେ ଗୀତିନାଟ୍ୟ ଜଗତର ଉଜ୍ୱଳ ତାରକା ଗଣକବି ବୈଷ୍ଣବ ପାଣିଙ୍କ ଜନ୍ମଜୟନ୍ତୀ ରେ ତାଙ୍କପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା l ସଭା ପ୍ରାରମ୍ଭରେ ଉତ୍କଳମଣି ଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟ ଅତିଥି ଓ ଅନ୍ୟମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । କଳିକା ଡ୍ୟାନ୍ସ ଓ ମ୍ୟୁଜିକ ଏକାଡେମୀ ପକ୍ଷରୁ ପାରମ୍ଭିକ ସଂଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା l ଅନୁଷ୍ଠାନର ସହ ସମ୍ପାଦିକା ସଚଳା ପଣ୍ଡା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଟ ନାଗରିକ ବାସୁଦେବ ସାମଲ, ସନାତନ ସାହୁ, ମୁରଲୀଧର ଦାସ, ଶିକ୍ଷାବିତ ସିମାଞ୍ଚଳ ପଣ୍ଡା, ବାସୁଦେବ ସାମଲ, ଚାନ୍ଦମଣୀ ନାୟକ ଭଗବାନ ସାହୁ,କୈଳାସ ଚନ୍ଦ୍ର ମଲ୍ଲିକ, ପ୍ରଭାସିନୀ ରାଉତ, ରିତାରାଣୀ ଲେଙ୍କା, ନମିତା ଜେନା, ନିରୁପମା ବାରିକ, ଲଷ୍ମୀ ହାଁସଦା, କାପ୍ରା ହାଁସଦା, ଚାନ୍ଦମଣି ମାଝୀ, ନଟବର ବାରିକ, ମାୟା ହାଁସଦା, ଶୀତଲ ରାୟ, ଦେବେନ୍ଦ୍ର ସାହୁ, ବିଜୟ ହରିଚନ୍ଦନ, ନରେନ୍ଦ୍ର କୁମାର ମଲ୍ଲିକ ଆନନ୍ଦ ମୁର୍ମୁ, ରାମଚନ୍ଦ୍ର ଟୁଡୁ, ମନ୍ଦାକିନୀ ନାୟକ, ଏସ ଡି ସାହୁ, ଅସିତ କୁମାର ଦୁବେ, ସିଙ୍ଗ ମାରାଣ୍ଡି, ବିଶ୍ୱନାଥ ପଟ୍ଟନାୟକ ଓ ସାଗର ବାରିକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ଆଞ୍ଚଳିକ ମହିଳା ମହାସଂଘ ପକ୍ଷରୁ ମହିଳା ମାନଙ୍କ ଆତ୍ମନିଯୁକ୍ତି ପାଇଁ ଏକ ମିକ୍ସଚର, ପାମ୍ପଡ଼ ଷ୍ଟଲ ବସିଥିଲା। ଏହି ବଜାରକୁ ସମାଜସେବୀ ପଦ୍ମିନୀ ପାଣିଗ୍ରାହୀ ଉଦ୍ଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବହୁ ସରକାରୀ ଓ ବେସରକାରୀ ସଂସ୍ଥାର ଅଧିକାରୀ, କର୍ମକର୍ତ୍ତା, ସମାଜସେବୀ, ଶିକ୍ଷାବିତ, ସ୍ୱୟଂ ସହାୟକ ଗୋଷ୍ଠିର ମହିଳା, ବରିଷ୍ଟ ନାଗରିକ ଓ ସ୍ଥାନୀୟ ଅଞ୍ଚର ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗଦେଇଥିଲେ l ଶେଷରେ ଶୀତଲ ରାୟ ଧନ୍ୟବାଦ ଦେଇଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଦାଦନ ଶ୍ରମିକ ଙ୍କ ଟ୍ରେନ ଦୃଘଟନା ରେ ମୃତ୍ୟୁ

ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ରେ ଜାତୀୟ ବିଜ୍ଞାନ ଦିବସ

Sunil Chandra Nayak

ବିଶୋଇ ପ୍ରେସ କ୍ଳବ ତରଫରୁ ନୂତନ ଓ ବଦଳି ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!