ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୟ କୁମାର ଜେନା ଙ୍କ କବିତା ଦୁଇ ହାତ ପାତି

ସକାଳର ଜଣାଣ

ଦୁଇ ହାତ ପାତି

ବିଜୟ କୁମାର ଜେନା

ଦୁଇ ହାତ ପାତି ମାଗୁଛି ଛାମୁରେ
       ତୁମରି କରୁଣା ପାଇଁ
ଧନ ଜନ ମାନ କିଛିବି ଚାହେଁନା
      ଦୟା ରଖିଥିବ ସାଇଁ।
ଅଳପ ଆୟୁସେ ଯାହା ମୁଁ ବୁଝିଛି
     ତୁମ ଛଡା କେହି ନାହିଁ
ଆନନ୍ଦ ବିଷାଦ ସୁଖ ନିରାନନ୍ଦ
      ଏସବୁ ଆମରି ପାଇଁ।
ପ୍ରତି ମୁହୂର୍ତ୍ତରେ ପରୀକ୍ଷା ନେଉଛ
      ତୁମେ ତ ଭକ୍ତ ବାନ୍ଧବ
ତୁମରି କରୁଣା କେ ମାପି ପାରିବ
       ଅସମ୍ଭବ ଯେ ସମ୍ଭବ।
ଯୌବନରେ ପ୍ରଭୁ ଭୂଲି ଯାଇଥିଲି
      ଏବେ ତ ମନେ ପଡୁଛ
କୃତ କର୍ମ ଫଳ ଭୋଗିବା କାଳରେ
      ଅନୁଭବ ରେ ଆସୁଛ।
ତୁମରି କରୁଣା ଟିକିଏ ମିଳିଲେ
      ଅନ୍ଧାର ଯିବ ଦୂରେଇ
ଧର୍ମ ପଥ ମୋତେ ଦିଶିଯିବ ବଳେ
      ମହତ ରଖ ଗୋସାଇଁ।

 ଅବସର ପ୍ରାପ୍ତ ପ୍ରାଧ୍ୟାପକ

 ଶାମୁକା ସାହି ରଣପୁର ନୟାଗଡ଼

 

Related posts

ଚିତ୍ତ ରଂଜନ ନନ୍ଦ ଙ୍କ କବିତା ବୈପ୍ଳବିକ ସ୍ରୋତେ ଚାଲିବା

Sunil Chandra Nayak

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ଵାହୁଡିଲେ ମହାବାହୁ

Sunil Chandra Nayak

ପାଚେରୀ ଭୁଶୁଡି ପଡିବାରୁ ମାଆ ଝିଅ ଦୁଇ ଜଣଙ୍କର ମୃତ୍ୟୁ ବାପା ପୁଅ ଗୁରୁତର

Sunil Chandra Nayak

Leave a Comment

error: Content is protected !!