ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶୋଇ ! ଦୁର୍ନୀତି ଖୋର ମୃତ୍ତିକା ସଂରକ୍ଷଣ କର୍ମଚାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ମୟୂରଭଞ୍ଜ -୧୦/୧୦/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ମୁର୍ତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ ଅଧିନସ୍ଥ ବିଶୋଇ ରେଞ୍ଜର କର୍ମଚାରୀ କିଶୋର କୁମାର ବେହେରା ବିଶୋଇ ଅଂଚଳର ଜନୈକ ହିତାଧିକାରୀହ ଙ୍କ ମନରେଗା ପୋଖରୀ ଖନନ କାମରେ ମାଷ୍ଟର ରୋଲରେ ଶ୍ରମିକ ନିୟୋଜନ ମାମଲାରେ ଜନୈକ ହିତାଧିକାରୀଙ୍କ ଠାରୁ ବାଇଶି ହଜାର ଟଙ୍କା ଉତ୍କୋଚ ମାଗିଥିଲେ । ଏହାକୁ ନେଇ ହିତାଧିକାରୀ ଜଣକ ବହୁବାର ହଇରାଣ ହରକତ ହେଲାପରେ ଭିଜିଲାନ୍ସ ର ଦ୍ବାରସ୍ଥ ହୋଇଥିଲେ । ଭିଜିଲାନ୍ସ ବିଭାଗ ତରଫରୁ କଡା ନଜର ରଖାଯାଇ କିଶୋର ଙ୍କ ଗତିବିଧି ଉପରେ ନଜର ରଖି ଶେଷରେ ସୋମବାର ଦିନ ପୂର୍ବଯୋଜନା ଅନୁଯାୟୀ କିଶୋରଙ୍କୁ ମାଡ଼ି ବସିଥିଲେ । ତଦସହ ବାଇଶି ହଜାର ଟଙ୍କା ଜବତ କରିଥିଲେ । ଏହାକୁ ନେଇ ଅଫିସ ସମେତ କିଶୋର ବେହେରାଙ୍କ ୩ଟି ସ୍ଥାନରେ ଚଢାଉ ଜାରି ରଖିଥିଲେ ।ଏହାକୁ ନେଇ ବାଲେଶ୍ଵର ଭିଜିଲାନ୍ସ ଅଫିସରେ କେଶ ନମ୍ବର ୩୦//୨୦୨୨ ରୁଜୁ କରାଯାଇ ତଦନ୍ତ ଜାରି ରଖାଯାଇଛି । ଘଟଣାରେ ରାଇରଙ୍ଗପୁର ସମେତ ସମଗ୍ର ମୟୂରଭଞ୍ଜ ଜିଲ୍ଲାର ମୂର୍ତିକା ସଂରକ୍ଷଣ କାର୍ଯ୍ୟାଳୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ରାଜ୍ୟ ସରକାର ଦୁର୍ନୀତିଖୋର କର୍ମଚାରୀଙ୍କ ଉପରେ କଡା ନଜର ରଖିଛନ୍ତି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

କାଉଡି ଯାତ୍ରାର ସୁପରିଚାଳନା ନିମନ୍ତେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

Sunil Chandra Nayak

ଶ୍ରୀମଦ୍ ଗୀତାର ନବମ ଅଧ୍ଯାୟର ସାରକଥା-୯

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!