ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜ଼ିଲ୍ଲା ପାଠାଗାର ଉନ୍ନତି କରଣ କମିଟି ବୈଠକ ଅନୁଷ୍ଠିତ

ବୌଦ୍ଧ-୧୧ା୧୦ : ଆଜି ଅପରାହ୍ନ ୪.୩୦ ମିନିଟ ସମୟରେ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜ଼ିଲ୍ଲା ପାଠାଗାର ସହିତ ଅଧିକ ସଂଖ୍ୟକ ପାଠକ ପାଠିକା ସାମିଲ ପାଇଁ ଜ଼ିଲ୍ଲା ପାଠାଗାର ଉନ୍ନତିକରଣ କମିଟି ବୈଠକ ଜ଼ିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଉପସ୍ଥିତ ସଦସ୍ୟ ସଦସ୍ୟା ମାନଙ୍କୁ ସ୍ୱାଗତ କରି ବୈଠକର ଆଭିମୁଖ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ । ଏହି ବୈଠକରେ ପାଠାଗାର ପାଇଁ ଜ଼ିଲ୍ଲାର ବଦାନ୍ୟ ବ୍ୟକ୍ତିବିଶେଷଙ୍କ ଦ୍ୱାରା ପୁସ୍ତକ ଦାନ ପାଇଁ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସାହୁ ଆହ୍ୱାନ ଜଣାଇଥିଲେ । ପାଠାଗାର ପରିଚାଳନା ପାଇଁ ବୈଠକରେ ଉପସ୍ଥିତ ସଦସ୍ୟ ସଦସ୍ୟାଙ୍କ ଠାରୁ ବିଭିନ୍ନ ପ୍ରସ୍ତାବ ନିଆଯାଇଥିଲା । ଜ଼ିଲ୍ଲାପାଳଙ୍କ ଉଦ୍ୟମକ୍ରମେ ଅକ୍ଟୋବର ୨ ତାରିଖରେ ଏହି ପାଠାଗାରକୁ ନୂତନ ରୂପ ଦେଇ ଉଦଘାଟନ କରାଯାଇଥିବା ବେଳେ ପାଠାଗାରକୁ କିପରି ଛୋଟ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ କିପରି ଆକର୍ଷିତ ହୋଇପାରିବେ ବୈଠକରେ ଯୋଜନା ପ୍ରସ୍ତୁତ କରାଯାଇଥିଲା । ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଯେପରି ପାଠାଗାର ପ୍ରତି ଆକର୍ଷିତ ହୋଇପାରିବେ ଶିକ୍ଷାନୁଷ୍ଠାନର ମୁଖ୍ୟମାନେ ଦାୟିତ୍ୱ ନେବାକୁ ଜ଼ିଲ୍ଲାପାଳ ପରାମର୍ଶ ଦେଇଥିଲେ । ସପ୍ତାହକୁ ଅନ୍ତତଃ ଦୁଇଦିନ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ,ବକ୍ତୃତା,ପ୍ରବନ୍ଧ ଲିଖନ,ସଙ୍ଗିତ,କ୍ଷୁଦ୍ର ଗଳ୍ପ କଥନ,ଚିତ୍ରାଙ୍କନ ତଥା ଅନ୍ୟାନ୍ୟ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ ଛାତ୍ରଛାତ୍ରୀମାନଙ୍କ ପାଠାଗାର ପ୍ରତି ଆକର୍ଷଣ ବୃଦ୍ଧି କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ପାଠାଗାରର ବିକାଶ ପାଇଁ ଜ଼ିଲ୍ଲାବାସୀ ସହଯୋଗ କରିବା ସହିତ ଶହେ ଟଙ୍କା ଦେଇ ନିଜେ ପାଠାଗାରର ସଦସ୍ୟ ହେବା ସହିତ ନିଜର ପରିବାର ସଦସ୍ୟ ଓ ସମସ୍ତ ପରିଚିତ ବ୍ୟକ୍ତି ବିଶେଷଙ୍କୁ ଏହି ଅଭିଯାନରେ ସାମିଲ କରିବାକୁ ଜ଼ିଲ୍ଲାପାଳ ଶ୍ରୀସାହୁୂ ଆହ୍ୱାନ ଜଣାଇଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜ଼ିଲ୍ଲାପାଳ ବବିତାରାଣୀ ଦଳବେହେରା,କାର୍ଯ୍ୟନିର୍ବାହୀ ଅଧିକାରୀ ଜ଼ିଲ୍ଲାପରିଷଦ ଅଶ୍ୱିନୀ କୁମାର ମେହେର,ଉପଜିଲାପାଳ ସନତ କୁମାର ନାଏକ,ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ବୌଦ୍ଧ କଲେଜ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା, ମହିଳା କଲେଜ ଅଧ୍ୟକ୍ଷ ରବିନ୍ଦ୍ର ନାଥ ଗୁରୁ, ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ରାଜକିଶୋର ପୃଷ୍ଟି,କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷା ରାଜଲକ୍ଷ୍ମୀ ବିଶ୍ୱାଳ,ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସଂଜିବ କୁମାର ପ୍ରଧାନ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସତ୍ୟ ନାରାୟଣ ଦେହୁରୀ ଓ ବୌଦ୍ଧ କଲେଜ ଲାଇବ୍ରେରିଆନ ଅଜିତ କୁମାର ମିଶ୍ରଙ୍କ ସମେତ ସଂସ୍କୃତି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୈଠକରେ ଉପସ୍ଥିତ ଥିଲେ l

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ନିକୁଞ୍ଜ କୁମାର ଘୋଷ ଙ୍କ କବିତା ଅଗ୍ରପୂଜ୍ୟ ଗଣେଶ 

Sunil Chandra Nayak

ଆଜି ଶ୍ରୀ ଶ୍ରୀ ଅନନ୍ତ ସୁନ୍ଦରଙ୍କର ୫୫ତମ ପ୍ରତିଷ୍ଠା ଦିବସ

Sunil Chandra Nayak

ସାମ୍ବାଦିକ ସଂଘ ଓ ଲୋକ ପ୍ରତିନିଧି ତରଫରୁ ନୂତନ ବିଡ଼ିଓଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!