ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀ ପାଟଣା ଠାରେ ଆନ୍ତର୍ଜାତିକ ଶିଶୁ କନ୍ଯା ଦିବସ ପାଳିତ

ଭବାନୀପାଟଣା:୧୨/୧୦ – (ମନିସ):- ଗତ ୧୧/୧୦/୨୦୨୨ ତାରିଖ ଯଥା ମଙ୍ଗଳବାର ଦିନ ଭବାନୀପାଟଣା ସ୍ଥାନୀୟ ମହାବିର ସାଂସ୍କୃତିକ ଅନୁଷ୍ଠାନ ପ୍ରାଙ୍ଗଣରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତଥା ସମଗ୍ର ଶିକ୍ଷା ଅଭିଯାନ ତରଫରୁ ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ୨୦୨୨ ମହାସମୋରୋହରେ ପାଳିତ ହୋଇଯାଇଛି। ଉଦଯାପନି ସମାରୋହ ଅପରାହ୍ନ ୪ ଘଣ୍ଟିକା ସମୟରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି ଶ୍ରୀଯୁକ୍ତ ସୁଶାନ୍ତ କୁମାର ପଟେଲ ଯୋଗଦାନ କରିଥିଲେ। ଅନ୍ଯାନ୍ଯ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସୁଶାନ୍ତ ଚୋପଦାର, ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ମନୋଜ କୁମାର ବେହେରା,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶୈଳେନ୍ଦୁ ଶେଖର ମହାପାତ୍ର, ଜିଲ୍ଲା ଶିଶୁ ମଙ୍ଗଳ କମିଟିର ସଦସ୍ୟ ସ୍ବର୍ଣ୍ଣଲତା ମହାନ୍ତି, ମ୍ଯୁନିସିପାଲ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଇଲା ମହାନ୍ତି, ସମଗ୍ର ଶିକ୍ଷା ଅଭିଯାନ ତରଫରୁ ଲିପିକା ଅପରାଜିତା, ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା ରାଜଲକ୍ଷ୍ମୀ ଦାସ ପ୍ରମୁଖ ଯୋଗଦାନ କରିଥିଲେ। ସଭାକାର୍ଯ୍ଯ ପରିଚାଳନା ଶ୍ରୀଯୁକ୍ତ ଅଂଶୁମାନ ବାବୁ କରିଥିଲେ। ଏହି ଦିବସ ପାଳନ ଅବସରରେ ସକାଳ ୯ ଘଣ୍ଟିକା ସମୟରେ ଉତ୍ସବଟି ଶୁଭାରମ୍ଭ କରାଯାଇଥିଲା। ଶିଶୁ କନ୍ୟା ମାନଙ୍କ ମଧ୍ୟରେ ରଙ୍ଗୋଲି, ଚିତ୍ରାଙ୍କନ, ବକୃତା ଏବଂ ସାମୁହିକ ନ୍ଯୃତ୍ଯ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା। କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନ ଓ କସ୍ତୁରୀବା ଗାନ୍ଧୀ ବାଳିକା ବିଦ୍ୟାଳୟ ରୁ ଆସିଥିବା ୬ ରୁ ୧୮ ବର୍ଷର ବାଳିକାଙ୍କ ମଧ୍ୟରେ ଏହି ସବୁ ପ୍ରତିଯୋଗିତା ଗୁଡିକ ସ୍ଥାନୀୟ ମହାବୀର ସାଂସ୍କୃତିକ ଅନୁଷ୍ଠାନର ପ୍ରାଙ୍ଗଣ ଏବଂ ମ୍ଯୁନିସିପାଲ ହାଇସ୍କୁଲ, ଭବାନୀପାଟଣା ପରିସରରେ ଆୟୋଜିତ ହୋଇଥିଲା। ବିଭିନ୍ନ ପ୍ରତିଯୋଗିତା ପାଇଁ ସ୍ଥାନୀୟ ଅଞ୍ଚଳରୁ ଉକ୍ତକ୍ଷେତ୍ରରେ ପାରଦର୍ଶିତା କରିଥିବା ବିଚାରକ ମଣ୍ତଳୀ ମାନଙ୍କୁ ନିୟୋଜିତ କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ଚୟନ କରାଯାଇଥିଲା। ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥି ମାନଙ୍କ ଦ୍ବାରା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ ପୂର୍ବକ ଉତ୍ସାହିତ କରାଯାଇଥିଲା। ଏତତ୍ ବ୍ଯତିତ ଜିଲ୍ଲାରେ ଚଳିତ ବର୍ଷ ଶିକ୍ଷାକ୍ଷେତ୍ରରେ କୃତିତ୍ବ ହାସଲ କରିଥିବା ୪ ଜଣ ବାଳିକା ବୈଜୟନ୍ତି ମିଶ୍ର, ସୁଧ୍ଯାନି ପତି, ଆଞ୍ଚଳ ଆଦର୍ଶିତା ଏବଂ ଦିଶା ଅଗ୍ରୱାଲ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ତତ୍ ସହିତ ଲାଞ୍ଜିଗଡ ବ୍ଳକର ଆବାସିକ ବିଦ୍ୟାଳୟର ଛାତ୍ରୀ ଜୁଲି ମୁଣ୍ତାଙ୍କୁ ଧନୁତୀର ଚାଳନାରେ ରାଜ୍ଯସ୍ତରୀୟ ସ୍ବର୍ଣ୍ଣ ପଦକ ବିଜୟୀନି ହୋଇଥିବା ଯୋଗୁଁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପରିଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ରାଜଲକ୍ଷ୍ମୀ ଦାସ ସମସ୍ତ ଅତିଥି ଓ ପ୍ରତିଭାଗୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ଜାମଦା ର ରାଜକିଶୋର ଦାସଙ୍କ ସଫଳତା

Sunil Chandra Nayak

କାମାକ୍ଷାନଗରର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଜନ୍ମାଷ୍ଟମୀ ପାଳିତ: କୁନିକୁନି ପିଲାମାନେରାଧା ଓ କୃଷ୍ଣ ବେଶରେ ହେଲେ ସୁସଜିତ 

Sunil Chandra Nayak

ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!