ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୀତାଞ୍ଜଳି ପୃଷ୍ଟି ଙ୍କ କବିତା ମାଟିର ବାସ୍ନା

 ମାଟିର ବାସ୍ନା

        ଗୀତାଞ୍ଜଳି ପୃଷ୍ଟି

ମୋ ମାଟିର ବାସ୍ନା ସୁଗନ୍ଧ ମଧୁର
ସୁଗନ୍ଧିତ ବିଲ ପ୍ରାନ୍ତ
ତୋଳେ ଏଠି ନିତି ମଧୁର ମୂର୍ଚ୍ଛନା
ନଦ ନଦୀ ଗିରି କ୍ଷେତ ll
ଆମ୍ର କୁଞ୍ଜ ମେଳେ କୋକିଳ କୁଜନେ
ବିମୋହିତ ଆତ୍ମା ପକ୍ଷୀ
ମଳୟ ବହଇ ପ୍ରତି ଗୋଧୂଳିରେ
ଶତ ରୋମାଞ୍ଚ ଉପେକ୍ଷି ll
ଦୂର ଦେବାଳୟେ ଘଣ୍ଟ ଘଣ୍ଟା ଶବ୍ଦେ
ଅସ୍ତାଚଳେ ଲୁଚେ ରବି
କିଏ ସେଇ ଶିଳ୍ପୀ ଆଙ୍କି ଦେଇ ଯାଏ
ଲୋହିତ ବର୍ଣ୍ଣାଳୀ ଛବି ll
ମାଟିରୁ ଆକାଶ ବ୍ୟାପେ ଅନ୍ତରିକ୍ଷ
ସୁମଧୁର ଅନ୍ତାକ୍ଷରୀ
ମୋ ମାଟିର ବାସ୍ନା ଖେଳାଏ ପୁଲକ
ଛନ୍ଦାୟିତ ସପ୍ତସ୍ୱରୀ ll
ଜନନୀ ଜଠରୁ ଜନମି ଛୁଇଁଲି
ଜନ୍ମଭୂମି ପୂଜ୍ୟ ପାଦ
ସେଇ ମୋର ସ୍ଵରେ ସଙ୍ଗୀତ ସମାନ
ତୋଳୁଅଛି ମଧୁ ଛନ୍ଦ ll
ସବୁଜ ପାଟରେ ରଙ୍ଗାୟିତ ହେଇ
ମାଟି ମାଆ ମୋର ଶୋହେ
ସେଇଠି ବଢ଼ି ମୁଁ ତା’ ପାଣି ପବନେ
ତାର ଜୟଗାନ ଗାଏ ll
ରଙ୍ଗ ବେରଙ୍ଗର ଲଳିତ ସୁମନ
ଲତା କୁଞ୍ଜେ ତା’ର ଫୁଟି
ସମର୍ପି ଦେଉଛି ପରମାତ୍ମା ପଦେ
ନିତି ନିତି କେତେ ଭେଟି ll
ତା’ ବକ୍ଷ ଦେଶରେ ଖଣିଜ ସମ୍ପଦ
ସୁସଜ୍ଜିତ ଅଛି ରହି
ସାଇତି ରଖିଛି ତା’ ସନ୍ତାନ ହିତେ
ମାଆ ମୋ ମମତା ମୟୀ ll
ସେଇ ମୋ ଜନନୀ ବୀର ପ୍ରସବିନୀ
ଶୋଭାମୟୀ ଅନୁପମ
ଯା’ ପୁଣ୍ୟ ପରଶେ ବାର ବାର ଜନ୍ମି
ଜଗତେ ହେବି ମୁଁ ଧନ୍ୟ ll

କଟକ

Related posts

ଅବସର କାଳୀନ ସମ୍ବର୍ଦ୍ଧନା ସଭା

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଟେଲିଭିଜନ ଖବର…. ମେ ୩୦ ରୁ ଜୀ ସାର୍ଥକରେ ଆସୁଛି ଏକ ଭିନ୍ନ ଧରଣର ରିୟାଲିଟି ଶୋ   

Leave a Comment

error: Content is protected !!