Uncategorizedଗୀତାଞ୍ଜଳି ପୃଷ୍ଟି ଙ୍କ କବିତା ମାଟିର ବାସ୍ନା by Sunil Chandra NayakOctober 13, 20220181 Share1 ମାଟିର ବାସ୍ନା ଗୀତାଞ୍ଜଳି ପୃଷ୍ଟି ମୋ ମାଟିର ବାସ୍ନା ସୁଗନ୍ଧ ମଧୁର ସୁଗନ୍ଧିତ ବିଲ ପ୍ରାନ୍ତ ତୋଳେ ଏଠି ନିତି ମଧୁର ମୂର୍ଚ୍ଛନା ନଦ ନଦୀ ଗିରି କ୍ଷେତ ll ଆମ୍ର କୁଞ୍ଜ ମେଳେ କୋକିଳ କୁଜନେ ବିମୋହିତ ଆତ୍ମା ପକ୍ଷୀ ମଳୟ ବହଇ ପ୍ରତି ଗୋଧୂଳିରେ ଶତ ରୋମାଞ୍ଚ ଉପେକ୍ଷି ll ଦୂର ଦେବାଳୟେ ଘଣ୍ଟ ଘଣ୍ଟା ଶବ୍ଦେ ଅସ୍ତାଚଳେ ଲୁଚେ ରବି କିଏ ସେଇ ଶିଳ୍ପୀ ଆଙ୍କି ଦେଇ ଯାଏ ଲୋହିତ ବର୍ଣ୍ଣାଳୀ ଛବି ll ମାଟିରୁ ଆକାଶ ବ୍ୟାପେ ଅନ୍ତରିକ୍ଷ ସୁମଧୁର ଅନ୍ତାକ୍ଷରୀ ମୋ ମାଟିର ବାସ୍ନା ଖେଳାଏ ପୁଲକ ଛନ୍ଦାୟିତ ସପ୍ତସ୍ୱରୀ ll ଜନନୀ ଜଠରୁ ଜନମି ଛୁଇଁଲି ଜନ୍ମଭୂମି ପୂଜ୍ୟ ପାଦ ସେଇ ମୋର ସ୍ଵରେ ସଙ୍ଗୀତ ସମାନ ତୋଳୁଅଛି ମଧୁ ଛନ୍ଦ ll ସବୁଜ ପାଟରେ ରଙ୍ଗାୟିତ ହେଇ ମାଟି ମାଆ ମୋର ଶୋହେ ସେଇଠି ବଢ଼ି ମୁଁ ତା’ ପାଣି ପବନେ ତାର ଜୟଗାନ ଗାଏ ll ରଙ୍ଗ ବେରଙ୍ଗର ଲଳିତ ସୁମନ ଲତା କୁଞ୍ଜେ ତା’ର ଫୁଟି ସମର୍ପି ଦେଉଛି ପରମାତ୍ମା ପଦେ ନିତି ନିତି କେତେ ଭେଟି ll ତା’ ବକ୍ଷ ଦେଶରେ ଖଣିଜ ସମ୍ପଦ ସୁସଜ୍ଜିତ ଅଛି ରହି ସାଇତି ରଖିଛି ତା’ ସନ୍ତାନ ହିତେ ମାଆ ମୋ ମମତା ମୟୀ ll ସେଇ ମୋ ଜନନୀ ବୀର ପ୍ରସବିନୀ ଶୋଭାମୟୀ ଅନୁପମ ଯା’ ପୁଣ୍ୟ ପରଶେ ବାର ବାର ଜନ୍ମି ଜଗତେ ହେବି ମୁଁ ଧନ୍ୟ ll କଟକ