ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଳରାମ ପାନ ମେମୋରିଆଲ ଫୁଟବଲ ଟୁର୍ଣ୍ଣ।ମେଣ୍ଟ ଧର୍ମଗଡ଼କୁ ହରାଇ ମାଟି ଗାଁ ଚମ୍ପିୟାନ

 ଚିଲିଗୁଡା ( ମ ନି ସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦାସୀ ଗାଁ ରାଧା କୃଷ୍ଣ ସାଂସ୍କୃତିକ ଅନୁଷ୍ଠାନ ଆନୁକୂଲ୍ୟରେ ବଳରାମ ପାନ ମେମୋରିଆଲ ଫୁଟବଲ ଟୁର୍ଣ୍ଣ।ମେଣ୍ଟ ଦାସୀ ଗାଁ ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ୧୬ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ ।ଏହି ଖେଳ ୬ ଦିନ ଧରି ଚାଲିଥିବା ବେଳେ ଉଦଯାପିତ ଫାଇନାଲ ଖେଳ ଧର୍ମଗଡ଼ ଏବଂ ମାଟି ଗାଁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ କିଏ କାହାକୁ ଗୋଲ ଦେଇ ନ ଥିବା ବେଳେ ଟ୍ରା ଏ ବ୍ରେକରରେ ମାଟି ଗାଁ ଦଳ ୪-୨ ଗୋଳରେ ବିଜୟ ଲାଭ କରି ଚଳିତ ବର୍ଷର ଚମ୍ପିୟାନ ହୋଇଥିଲେ । ଏଥିରେ ଖେଳ ପରିଚାଳନା କରିଥିଲେ ସୁରେଶ ପଣ୍ଡା , ନବୀନ ବଗର୍ତ୍ତି ,ଶଙ୍କର ପୋଡ଼ ,ଶେଷ ଦେବ ମଳିକ ଏବଂ ଭାବେନ୍ଦ୍ର ଗୋପାଳ। ଉଦଯାପିତ ପୁରସ୍କାର ବିତରଣ ଉତ୍ସବ ରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଥିବା ବେଳେ ସମ୍ମାନିତ ଅତିଥି ଭାବରେ ସଂଯୁକ୍ତା ବେହେରା ଅଧକ୍ଷା ଭବାନୀ ପାଟଣା ମୁନ୍ସୀପାଳିଟି ,ସବିତା ମେହେର ଜୁନାଗଡ଼ ବ୍ଲକ ଅଧକ୍ଷା ,ପ୍ରମୋଦ କୁମାର ବେହେରା ଜୁନାଗଡ଼ ବ୍ଲକ ଉପ।ଧକ୍ଷ ,ଜିଲ୍ଲା ପରିଷଦ ସଭ୍ୟ। ସଂଗୀତା ଖର୍ସେଲ ,ଦାସୀ ଗାଁ ସରପଞ୍ଚ ପ୍ରମୋଦିନି ପ୍ରହରାଜ ,ଦାସୀ ଗାଁ ପେକ୍ସ ସଭାପତି ବିଶ୍ୱନାଥ କର ,ସମାଜସେବୀ ସୂର୍ଯ୍ୟ ନାରାୟଣ ପଣ୍ଡା ,ନାରାୟଣ ପ୍ରସାଦ ପାଢ଼ୀ ,ପଞ୍ଚାନନ ଲହଜଳ , ଯୁଧିଷ୍ଠି ପଣ୍ଡା    ଏବଂ ନ।ଏବ ସରପଞ୍ଚ କବିତା ପ୍ରହରାଜ ପ୍ରମୁଖ ଯୋଗଦାନ କରି କ୍ରୀଡା ପ୍ରେମୀ ମାନଙ୍କୁ ଉତ୍ସ।ହିତ କରିଥିଲେ ଏବଂ ବିଜେତା ଓ ରନର୍ସ ଅଫ ଦଳକୁ ପୁରସ୍କୃତ କରିଥିଲେ ।ଏଥିରେ ରାଧା କୃଷ୍ଣ ସାଂସ୍କୃତିକ ଅନୁଷ୍ଠାନ ର ସଭାପତି ସୁଜିତ କୁମାର ପାଢୀ ଏବଂ ସଂପାଦକ ସୌମେନ୍ଦ୍ର ପ୍ରକାଶ ମୁଣ୍ଡ ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ରେ ଧାରା ବିବରଣୀ ପ୍ରଦାନ କରିଥିଲେ ଧୀରେନ୍ଦ୍ର କୁମାର ପଣ୍ଡା ଏବଂ ନୀଳ କଣ୍ଠ ନ।ଏକ ।ଅନୁଷ୍ଠାନ ର ପ୍ରମିତ ବାଗ ,ରାଜେଶ ବାଗ ,ଅଜିତ ନ।ଏକ ,ମନୋଜ ବାଗ ,ଅଶ୍ଵବିନ ଭଇସାଲ ,ଗଜା ନନ ଲହଜଳ ,ମନରଞ୍ଜନ ନ।ଏକ ,ଅଶ୍ଵିନ ନ।ଏକ ,ଅରବିନ୍ଦ ପଣ୍ଡା ,ଖମେଶ୍ୱର ସୁନାନୀ ,କୁନା ପଣ୍ଡା ,ଉଜଳ ବକୁଳ ,ରୋହିତ ବାଗ ,ରଞ୍ଜିତ ମାଝି ଏବଂ ଅଭିମନ୍ୟୁ ଭଏସାଲ ପ୍ରମୁଖ ସହଯୋଗ କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ଅନୁଷ୍ଠାନର ସମ୍ପାଦକ ସୌମେନ୍ଦ୍ର ପ୍ରକାଶ ମୁଣ୍ଡ । ମଞ୍ଚ ପରିଚାଳନା କରିଥିଲେ ଧୀରେନ୍ଦ୍ର କୁମାର ପଣ୍ଡା ।

ସୁନ୍ଦର ମୋହନ ଛ ତ୍ରିଆ ,ଚିଲିଗୁଡା

Related posts

ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ବୈଠକ

Sunil Chandra Nayak

ବିଭିନ୍ନ ସମସ୍ୟାରେ ବୁଡି ରହିଛି ଇଡିଦା ଗୋଲକ ନାରାୟଣ ହାଇସ୍କୁଲ 

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!