ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ସପନ

      ସପନ

ଦେଖିଥିଲି ମନେ ତୋ ପାଇଁ ସପନ
ହାତଧରି ପାଶେ ବସି
ଭଲ ପାଇବାରେ କି ଭୁଲ୍ ରହିଲା
କରିଦେଲ ମୋତେ ଦୋଷୀ
ଦେଖିଥିଲି ମନେ……………….୧ 
ସାଥି ହୋଇ ଦିନେ ବାଟ ଚାଲୁଥିଲେ
କାହିଁ ହେଲ ବାଟ ବଣା
ମନର ଭିତରେ କାହିଁ ପାଇଁ ଏତେ
ରଖିଥିଲ ଏତେ ଘୃଣା
ପ୍ରେମ ତ ମୋହର ଅପବିତ୍ର ହେଲା
ଜୀବନ ଯାଉଛି ଭାସି
ଦେଖିଥିଲି ମନେ……………….୨ 
ତୁମେ କି ବୁଝିବ ପ୍ରେମର କଳଙ୍କ
ଲାଗିଲା ମଥାରେ ମୋର
ସବୁ ସପନକୁ ଭାଙ୍ଗି ଦେଇ ତୁମେ
ସୁଖରେ ରୁହ ଏଥର
ଭଲ ମୁଁ ପାଉଛି ଭୁଲିବିନି କେବେ
ତୁମେ ମୋ ପ୍ରେମର ସାକ୍ଷୀ
ଦେଖିଥିଲି ମନେ ତୋ ପାଇଁ ସପନ
ହାତଧରି ପାଶେ ବସି…………..୩

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

Related posts

ସାମ୍ବାଦିକମାନଙ୍କୁ ଆକ୍ରମଣର ସୁରକ୍ଷା ସହିତ ସ୍ୱତନ୍ତ୍ର ଆଇନ ପ୍ରଣୟନ ପାଇଁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ରେ ଗୋଳାମୁଣ୍ଡାଓ କେଗାଁ ଥାନାରେ ଜନକଲ୍ୟାଣ ସଙ୍ଘର ଦାବିପତ୍ର ପ୍ରଦାନ

Sunil Chandra Nayak

କୈଳାସ ଚନ୍ଦ୍ର ପାଢ଼ୀ ଙ୍କ କବିତା କବି ହେ କଲମଧାରି

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା କାଉଡିବାଲା

Sunil Chandra Nayak

Leave a Comment

error: Content is protected !!