ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ସପନ

      ସପନ

ଦେଖିଥିଲି ମନେ ତୋ ପାଇଁ ସପନ
ହାତଧରି ପାଶେ ବସି
ଭଲ ପାଇବାରେ କି ଭୁଲ୍ ରହିଲା
କରିଦେଲ ମୋତେ ଦୋଷୀ
ଦେଖିଥିଲି ମନେ……………….୧ 
ସାଥି ହୋଇ ଦିନେ ବାଟ ଚାଲୁଥିଲେ
କାହିଁ ହେଲ ବାଟ ବଣା
ମନର ଭିତରେ କାହିଁ ପାଇଁ ଏତେ
ରଖିଥିଲ ଏତେ ଘୃଣା
ପ୍ରେମ ତ ମୋହର ଅପବିତ୍ର ହେଲା
ଜୀବନ ଯାଉଛି ଭାସି
ଦେଖିଥିଲି ମନେ……………….୨ 
ତୁମେ କି ବୁଝିବ ପ୍ରେମର କଳଙ୍କ
ଲାଗିଲା ମଥାରେ ମୋର
ସବୁ ସପନକୁ ଭାଙ୍ଗି ଦେଇ ତୁମେ
ସୁଖରେ ରୁହ ଏଥର
ଭଲ ମୁଁ ପାଉଛି ଭୁଲିବିନି କେବେ
ତୁମେ ମୋ ପ୍ରେମର ସାକ୍ଷୀ
ଦେଖିଥିଲି ମନେ ତୋ ପାଇଁ ସପନ
ହାତଧରି ପାଶେ ବସି…………..୩

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

Related posts

ବାସନ୍ତୀ ଲତା ଜେନା ଙ୍କ କବିତା – ଶ୍ରୀରାମ ନବମୀ

Sunil Chandra Nayak

ବାଃ ବାଃ ରେ ଚିକିତ୍ସାଳୟ ମୋ ସରକାର କୁ ଫୁ 

Sunil Chandra Nayak

ନଗେନ୍ଦ୍ର କୁମାର ରାଉତ ଙ୍କ କବିତା ହେ କର୍ମବୀର

Leave a Comment

error: Content is protected !!