ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

   ଜଣାଣ

ମାନଗୋବିନ୍ଦ ସ୍ବାଇଁ

ଭକତି ନଥିଲେ ଶକତି ଯେ ନାହିଁ
      ଭାବରେ ତାଙ୍କୁ ହଁ ଦେଖ
ମୁକତିର ଗାଥା କହେ ପ୍ରଭୁ ଲୋକ
   ମିଳିବ ଜୀବନ ସୁଖ।
ଯେଉଁଠି ଥାଆରେ ଭାବନାର ଦେଖା
    ପ୍ରଭୁ ପରଂବ୍ରହ୍ମ ଭକ୍ତି
ସମଗ୍ର ଜଗତ ତାଙ୍କରି ଆଜ୍ଞାରେ
   ଦେଇଥାନ୍ତି ଶକ୍ତି ମୁକ୍ତି।
ସୁଖ ଶାନ୍ତି ତାଙ୍କ ଆଦେଶ ପ୍ରଦାନ
     ପ୍ରତୀକ୍ଷା ଆସେ ସେ ଦିନ
ପ୍ରଭୁଙ୍କୁ ଭାବରେ ଡାକି ଦେଲେ ଥରେ
    ପ୍ରଭୁ କହେ ଶାନ୍ତି ମନ।
ବାହାର ଭିତର କରିଦେ ସମାନ
    ମିଳିଯିବ ତତ୍ବଜ୍ଞାନ
ଜଳ ସ୍ଥଳ ନଭ ସଭିଙ୍କ ଭିତରେ
    ଦିବ୍ୟ ଦେହେ ଭଗବାନ।
ଅଦୃଶ୍ୟ ରୂପରେ ଆମରି ପାଖରେ
   ବୁଝେ ଆମ ଭଲମନ୍ଦ
ଦର୍ଶନ କରିଲେ ଫଳ ପ୍ରାପ୍ତି ହୁଏ
   ପ୍ରଭୁ ଜୀବନ ଆନନ୍ଦ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଗଛ ମଣିଷ ଘନଶ୍ଯାମଙ୍କ ପରଲୋକ,ବିଭିନ୍ନ ମହଲରେ ଶୋକ

Sunil Chandra Nayak

ସହିଦ୍ ନୁଦୁରାମ୍ ସୋରେନ୍ ମେମୋରିଆଲ ଟ୍ରଷ୍ଟର ସ୍ମରଣିକା ପ୍ରସ୍ତୁତି ବୈଠକ

Sunil Chandra Nayak

ସମାଜ ସେବୀ ଡମ୍ବରୁ ରଣା ଙ୍କ ପରଲୋକ

Sunil Chandra Nayak

Leave a Comment

error: Content is protected !!