ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବରଷା ରାଣୀ

   ବରଷା ରାଣୀ

  ଉପେନ୍ଦ୍ର କୁମାର ବସ୍ତିଆ

     
ସତେଲୋ ଶ୍ରାବଣୀ ତୁ ବରଷା ରାଣୀ 
    ଆସଉ ଆକାଶ ଛାଡି 
କଳାପାଟ ପିନ୍ଧି ଓଢ଼ଣୀ ପକାଇ 
    ଧରା ପୃଷ୍ଠେ ଆସୁ ମାଡ଼ି 
    ବରଷଉ ଦୁମ ଦୁମୁ
ଫିକା ପଡି ଯାଏ ମନଟି ମୋହର 
    ବସେ ରାଗେ ଗୁମୁଗୁମୁ।।
ନୀରବରେ ବସି କାନ ଡେରି ଶୁଣେ 
    ଛମଛମ ନାଚ ତୋର 
ସତ ମୁଁ କହୁଛି ଶିହରଣ ଖେଳେ 
    ଏହି ଦେହସାରା ମୋର 
     ତୋ ସାଥେ ମିଶନ୍ତି ଯାଇ 
ମନା କରିଦେଉ କେଜାଣି କାହିଁକି 
     ଯମା ବୁଝିହୁଏ ନାହିଁ ।।
ସତେଲୋ ମୋପାଇ ଏତେ ତୋ ଦରଦ 
    ହୃଦୟେ ରଖିଛୁ ଭରି 
ଭାବୁଥାଏ ବାରେ ଭିଜନ୍ତି ମୁଁ ଥରେ 
    ତୋ ପଣତ କାନି ଧରି 
    ସେଥିରେ ପାଆନ୍ତି ମଜା 
ତୋ ବାହୁ ବନ୍ଧନ ଜାବୁଡି ଧରନ୍ତି 
  ଦେଲେ ଦେବୁ ଯେତେ ସଜା ।।
ମନା କରିବିନି କେବେହେଲେ ତୋତେ 
    ମୋତେ ଯଦି ଭଲ ପାଉ 
ତୋପାଇଁ ଲେଖିବି ପ୍ରୀତିର କବିତା 
    ଝଟକିବ ଦାଉ ଦାଉ 
    ତୁହି ମୋ ବରଷା ରାଣୀ 
ବାଦଲ ଉହାଡେ ଲୁଚିଯିବୁ ଯେବେ 
    ପାଖକୁ ଆଣିବି ଟାଣି ।।
ସତ କହୁଛି ମୁଁ ଏଧରା ଧାମରେ 
    ତୋ ବିନୁ କେ ଜିଇଁ ନାହିଁ 
ଜୀବ ଜଗତର ଅତୁଟ ବନ୍ଧନ 
    ତୁଟାଇ ପାରିନି କେହି ।।
   ଜଗତ ପରାଣ ମିତ 
ସେଥିପାଇଁ ତୁ ବାରୀ ଦାନ କରି 
    ସାଧୁଛୁ ଜଗତ ହିତ ।।
   

     ରାଉରକେଲା

Related posts

ନବନିର୍ମାଣ କୃଷକ ସଂଗଠନ ସଭାପତିଙ୍କ ବୌଦ୍ଧ ଜିଲ୍ଲା ଗ୍ରସ୍ତ

Sunil Chandra Nayak

ମିନତି ଦାଶ ଙ୍କ କବିତା ଶ୍ରୀ ଗଣେଶ

Sunil Chandra Nayak

ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମାବେଶ ଅନୁଷ୍ଠିତ  

Sunil Chandra Nayak

Leave a Comment

error: Content is protected !!