Uncategorizedଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବରଷା ରାଣୀ by Sunil Chandra NayakOctober 18, 2022089 Share0 ବରଷା ରାଣୀ ଉପେନ୍ଦ୍ର କୁମାର ବସ୍ତିଆ ସତେଲୋ ଶ୍ରାବଣୀ ତୁ ବରଷା ରାଣୀ ଆସଉ ଆକାଶ ଛାଡି କଳାପାଟ ପିନ୍ଧି ଓଢ଼ଣୀ ପକାଇ ଧରା ପୃଷ୍ଠେ ଆସୁ ମାଡ଼ି ବରଷଉ ଦୁମ ଦୁମୁ ଫିକା ପଡି ଯାଏ ମନଟି ମୋହର ବସେ ରାଗେ ଗୁମୁଗୁମୁ।। ନୀରବରେ ବସି କାନ ଡେରି ଶୁଣେ ଛମଛମ ନାଚ ତୋର ସତ ମୁଁ କହୁଛି ଶିହରଣ ଖେଳେ ଏହି ଦେହସାରା ମୋର ତୋ ସାଥେ ମିଶନ୍ତି ଯାଇ ମନା କରିଦେଉ କେଜାଣି କାହିଁକି ଯମା ବୁଝିହୁଏ ନାହିଁ ।। ସତେଲୋ ମୋପାଇ ଏତେ ତୋ ଦରଦ ହୃଦୟେ ରଖିଛୁ ଭରି ଭାବୁଥାଏ ବାରେ ଭିଜନ୍ତି ମୁଁ ଥରେ ତୋ ପଣତ କାନି ଧରି ସେଥିରେ ପାଆନ୍ତି ମଜା ତୋ ବାହୁ ବନ୍ଧନ ଜାବୁଡି ଧରନ୍ତି ଦେଲେ ଦେବୁ ଯେତେ ସଜା ।। ମନା କରିବିନି କେବେହେଲେ ତୋତେ ମୋତେ ଯଦି ଭଲ ପାଉ ତୋପାଇଁ ଲେଖିବି ପ୍ରୀତିର କବିତା ଝଟକିବ ଦାଉ ଦାଉ ତୁହି ମୋ ବରଷା ରାଣୀ ବାଦଲ ଉହାଡେ ଲୁଚିଯିବୁ ଯେବେ ପାଖକୁ ଆଣିବି ଟାଣି ।। ସତ କହୁଛି ମୁଁ ଏଧରା ଧାମରେ ତୋ ବିନୁ କେ ଜିଇଁ ନାହିଁ ଜୀବ ଜଗତର ଅତୁଟ ବନ୍ଧନ ତୁଟାଇ ପାରିନି କେହି ।। ଜଗତ ପରାଣ ମିତ ସେଥିପାଇଁ ତୁ ବାରୀ ଦାନ କରି ସାଧୁଛୁ ଜଗତ ହିତ ।। ରାଉରକେଲା