ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୀବନ ଜ୍ୟୋତି କ୍ଲବ ତରଫରୁ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ

ଢେଙ୍କାନାଳ( ମ ନି ସ) ୨୦/୧୦_କଙ୍କଡ଼ାହାଡ଼ ବ୍ଲକ କେରଜୋଳି ପଞ୍ଚାୟତ କେନ୍ଦୁମୁଣ୍ଡା ଗ୍ରାମ ଠାରେ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କଙ୍କଡ଼ାହାଡ଼ ବ୍ଲକର ଓଡିଶା ଭାସ୍କର ପ୍ରତିନିଧି ଅଙ୍କୁର ସିଂହ ଯୋଗ ଦେଇ ଥିବା ବେଳେ ଗଣ ମାଧ୍ୟମ ପ୍ରତିନିଧି ପ୍ରବୀଣ ନାଏକ ଏବଂ ଜିତେନ୍ଦ୍ର ନାଏକ, ସମାଜସେବୀ ଚନ୍ଦନ ମହାନ୍ତ,ୱାର୍ଡ ମେମ୍ବର ମଙ୍ଗଳା ମହାନ୍ତ, ସମାଜସେବୀ ସନ୍ତୋଷ ମହାନ୍ତ,ସଭାପତି ଦୁଆରୀ ମୁଣ୍ଡା, ଉପ ସଭାପତି ସୁଶୀଲ ମୁଣ୍ଡା, ସହ ସମ୍ପାଦକ ଅଭିଚନ୍ଦ୍ର ମୁଣ୍ଡା, ସହଯୋଗରେ ସିପୁନ, ବୁଧୁ, ଓ ସମସ୍ତ ସଦସ୍ୟ ମାନଙ୍କ ସହଯୋଗରେ ପାଞ୍ଚ ଦିନ ଧରି ମ୍ୟାଚ ଚାଲୁ ରହିଥିଲା । ହାରା ହାରି ୩୦ଟି ଦଳ ଭାଗ ନେଇ ଥିଲେ । ଅତି ଚମତ୍କାର ଖେଳ ଚାଲୁ ରହି ଥିବା ବେଳେ, ଦର୍ଶକ ମାନେ ଉତ୍ସାହର ସହିତ ଖେଳ ଦେଖିବା ସହିତ ମଜ଼ା ଉଠାଇ ଥିଲେ । କେନ୍ଦୁମୁଣ୍ଡା ଗ୍ରାମରେ ହାରା ହାରି ଆଦିବାସୀ ସମ୍ପ୍ରଦାୟର ଲୋକ ମାନେ ରହୁଥିବା ହେତୁ , ସେମାନଙ୍କ ପରମ୍ପରା ହେଲା ମାଦଳର ସୁରେ ସୁରେ ନାଚିବା ! ଖେଳ ସମ୍ପୂର୍ଣ ହେବା ପରେ ସମସ୍ତେ ଖେଳାଳି ମାନଙ୍କୁ ଉଷାହିତ କରି ମାଦଳର ତାଳେ ତାଳେ ଉଷାହିତ କରିଥିଲେ। ପାଞ୍ଚ ଦିନ ଧରି ମ୍ୟାଚ ଚାଲି ଥିବା ବେଳେ ଦୁଇଟି ଦଳ ଫାଇନାଲକୁ ପହଁଚି ଥିଲେ, ଜୀବନ ଜ୍ୟୋତି ଫୁଟବଲ ଟିମ କେନ୍ଦୁମୁଣ୍ଡା ଓ କାଟେଣୀ ଫୁଟବଲ ଟିମ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ହୁଇ ଥିଲା, କେହି କାହାକୁ ଗୋଲ ନ ଦେଇ ଖେଳ ଶେଷ କରାଯାଇ ଥିଲା । ପରିଶେଷରେ ପେଣ୍ଡାଲ କିକ ମାଧ୍ୟମରେ କାଟେଣୀ ଦୁଇଟି ଗୋଲ ଦେଇ ଚମ୍ପିୟାନ ହୋଇ ଥିବା ବେଳେ ଜୀବନ ଜ୍ୟୋତି କେନ୍ଦୁମୁଣ୍ଡା ଟିମ ସେକେଣ୍ଡ ପୁରସ୍କାର ପାଇଁ ଯୁଗ୍ୟ ବିବେଚିତ ହୋଇ ଥିଲା । ମୁଖ୍ୟ ଅତିଥିଙ୍କ ଉପସ୍ଥିତିରେ ପୁରସ୍କାର ବିତରଣ କରା ଯାଇ ଥିଲା । ଜୀବନ ଜ୍ୟୋତି ପୁଟବଲ କ୍ଲବର ସମସ୍ତ ସଦସ୍ୟଙ୍କ ଉପସ୍ଥିତରେ ଶାନ୍ତି ଶୃଙ୍ଖଳା ର ସହିତ ଖେଳ ଶେଷ କରିବା ସହିତ ଦୂର ଦୁରାନ୍ତରୁ ଆସିଥିବା ଖେଳାଳି ବନ୍ଧୁ ମାନଙ୍କୁ ଧନ୍ୟବାଦ ଦେଇ ଥିଲେ ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଚନ୍ଦ୍ରମଣି ନାଟ୍ୟ ସଂଘ ର ସାଧାରଣ ବୈଠକ:୨୦୨୩ ରେ ପାଳନ ହେବ ଶତ ବାର୍ଷିକୀ ଉତ୍ସବ

Sunil Chandra Nayak

ଦୁଃଖିନୀ ନିସ୍ତୃଙ୍କା ହେଲେ ମୁନିଗୁଡା ବ୍ଳକ ଅଧ୍ଯକ୍ଷା

Sunil Chandra Nayak

ଜିଲ୍ଲାପାଳ ଙ୍କ ଜୁନାଗଡ ବ୍ଲକ ଗ୍ରସ୍ତ , ଉରନୟନ କାର୍ଯ୍ୟ ର ସମୀକ୍ଷା

Sunil Chandra Nayak

Leave a Comment

error: Content is protected !!