ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇଡିଦା ଗୋଲକ ନାରାୟଣ ଉଚ୍ଚ ସରକାରୀ ବିଦ୍ୟାଳୟରେ ସୁରଭି କାର୍ଯ୍ଯକ୍ରମ- ୨୦୨୨

ବାଲେଶ୍ଵର,୨୧/୧୦/୨୨- ବସ୍ତା ଜିଲ୍ଲା ଶିକ୍ଷା ଅଧିନରେଥିବା ଇଡିଦା ଗୋଲକ ନାରାୟଣ ଉଚ୍ଚ ସରକାରୀ ବିଦ୍ଯାଳୟରେ ୧୬ଟି ବିଦ୍ଯାଳୟକୁ ନେଇ ଶିଶୁ ମହୋତ୍ସବ ସୁରଭି -୨୦୨୨ ଅନୁଷ୍ଠିତ ହୋଇଯାଇଛି । ସିଆର ସି. ସି. ବିଜୟ ଚକ୍ରବର୍ତ୍ତିଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ଗୋଲକ ନାରାୟଣ ସରକାରୀ ଉଚ୍ଚ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ଚୈତନ୍ୟ କୁମାର ସାହୁଙ୍କ ସଭାପତିତ୍ବରେ ଏକ ବନ୍ଯାଢ୍ଯ ପରିବେଶରେ କଷ୍ଟର ସ୍ତରୀୟ ସୁରଭି କାର୍ଯ୍ଯକ୍ରମର ଆୟୋଜନ ହୋଇଥିଲା । ପ୍ରାରମ୍ଭରେ ସୁରଭି କାର୍ଯ୍ଯକ୍ରମର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଜିଲ୍ଲାପରିଷଦ ସଦସ୍ଯା ସୁଜାତା ଦଣ୍ତପାଟ ଯୋଗ ଦେଇ ଥିବାବେଳେ ମୂଖ୍ଯବକ୍ତା ଧିରେନ୍ଦ୍ର ନାରାୟଣ ପ୍ରହରାଜ ଯୋଗଦେଇ ଜଗନ୍ନାଥଙ୍କ ବିଗ୍ରହରେ ଧୂପଦୀପ ଓ ଫୁଲଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ସୁରଭି ମାଧ୍ୟମରେ ଲୋକାୟିତ ପ୍ରତିଭା ଅନ୍ନେଶ୍ବଣ କରି ପିଲାମାନଙ୍କର ପ୍ରତିଭାର ବିକାଶ ଘଟିଥାଏ ବୋଲି ଅତିଥିମାନେ କହିଥିଲେ । ସମ୍ମାନୀତ ଅତିଥି ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଦେବି ପ୍ରସନ୍ନଭଞ୍ଜ, ଏସ ଏମ ସି ସଭାପତି ସଞ୍ଜିବ କୁମାର ଦାସ, ଯୋଗ ଦେଇଥିଲେ । ଏହି ଉତ୍ସବରେ କ୍ଲଷ୍ଟର ଅନ୍ତର୍ଗତ ୧୬ ଟି ବିଦ୍ୟାଳୟର ଛାତ୍ରୀଛାତ୍ର ବିଭିନ୍ନ ପ୍ରତିଯୋଗିତା ଯଥା- ନାଚ, ଗୀତ, ଏକକ ଅଭିନୟ, ସୂତ୍ରଲିଖନ, ଚିତ୍ରାଙ୍କନ ଓ କୁଇଜ ପ୍ରତିଯୋଗିତା ୧୨ଶହ ଛାତ୍ରଛାତ୍ରୀ ମଧ୍ଯରୁ ୫ଶହ ୫୦ଜଣ ଅଂଶଗ୍ରହଣ କରିଥିଲେ । ଶିକ୍ଷୟତ୍ରୀ ମଞ୍ଜୁରାଣୀ ମହାପାତ୍ର, ଝରଣା ଦାସ, ମିନତୀ ରଣା, ଲୋପିତା ପାତ୍ର, ଅନୁରାଧା ବେହେରା, ଶିକ୍ଷକ ଗୋପାଳ କୃଷ୍ଣ ସାମଲ, ଜୟକୃଷ୍ଣ୍ଣ ନାୟକ, ଅଜୟକୁମାର ଗୋଛାୟତ, ପୂର୍ଣ୍ଣ ଚନ୍ଦ୍ର ଦାସ, ଶ୍ରୀଧର ସିଂ, ଅରୁଣ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ । କମଳାକାନ୍ତ ଦାସ, କାର୍ତ୍ତିକ ଚରଣ ଦାସ, ସରୋଜ ବାରିକ ପରିଚାଳନା କରିଥିଲେ । ବିଦ୍ଯାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ଆବାହନି ସଂଙ୍ଗୀତ ପରିବେଷଣ ହୋଇଥିଲା । ପୁରସ୍କାର ବିତରଣ ଉତ୍ସବରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ବାରା ସାଟିଫିକେର୍ଟ ପ୍ରଦାନ କରାଯାଇଥିଲା । ଶେଷରେ ଶିକ୍ଷକ କାଳିଚରଣ ସେନାପତି ଧନ୍ଯବାଦ ଦେବାପରେ କାର୍ଯ୍ଯକ୍ରମ ଶେଷ ହୋଇଥିଲା ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

 

Related posts

ମୃତ୍ୟୁ ହୋଇଥିବା ମହିଳାଙ୍କ ପରିବାର ଅଭିଯୋଗ ଶୁଣାନୀରେ ଅଭିଯୋଗ କଲେ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଜୀବନର ଅଙ୍କ

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକର ପ୍ରତ୍ୟେକ ଗ୍ରାମାଞ୍ଚଳରେ ବୋଲେନ୍ ଯାତ୍ରା ଆୟୋଜିତ ହେଉଛି

Leave a Comment

error: Content is protected !!