ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରାରେ ଆମ ଆଦମୀ ପାର୍ଟିର କର୍ମକର୍ତ୍ତା ସମାବେଶ

କୋକସରା,୨୧/୧୦-  (ମ ନି ସ)  ଶୁକ୍ରବାର କୋକସରା ବ୍ଲକ ସଦର ମହକୁମା ଧାନ ମଣ୍ଡିରେ ଧର୍ମଗଡ ନିର୍ବାଚନ ମଣ୍ଡଳୀ ଆମ୍ ଆଦମୀ ପାର୍ଟି ପକ୍ଷରୁ କର୍ମକର୍ତ୍ତାଙ୍କୁ ନେଇ ସମାବେଶ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଆମ୍ ଆଦମୀ ପାର୍ଟିର ଧର୍ମଗଡ ଉପଖଣ୍ଡର ଧର୍ମଗଡ, କୋକସରା, କଲମପୁର, ଜୟପାଟଣା ବ୍ଲକରୁ ଶତାଧିକ ଦଳୀୟ କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ। ସମାବେଶରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ନିର୍ବାଚନ ମଣ୍ଡଳୀ ସଂଯୋଜକ ଡୋଲେଶ୍ୱର ସାହୁ, ମୁଖ୍ୟ ବକ୍ତା ଭାବେ ଜିଲ୍ଲା ସଭାପତି ବିଘ୍ନରାଜ ପଣ୍ଡା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସାଧାରଣ ସମ୍ପାଦକ ଗଣେଶ ବାଗ, ଜିଲ୍ଲା ଉପ ସଭାପତି ତଥା କୋକସରା ବ୍ଲକ ସଂଯୋଜକ ପ୍ରଫୁଲ୍ଲ କର, ଜିଲ୍ଲା ସମ୍ପାଦକ ହେରମ୍ବ ସେନାପତି ବିବେକାନନ୍ଦ ବାଗ, ଧର୍ମଗଡ ନିର୍ବାଚନ ମଣ୍ଡଳୀ ସଭାପତି ଭୋଦେଵ ବେହେରା ସମେତ କୋକସରା ବ୍ଲକ ସଂଯୋଜକ ଡିସେମ୍ବର ଖରସେଲ, ଲାଞ୍ଜିଗଡ ବ୍ଲକ ସଭାପତି ଅର୍ଜୁନ ପୁଝାରି, କଲମପୁର ବ୍ଲକ ସଭାପତି ସୁରେନ୍ଦ୍ର ବାଗ, ଜୟପାଟଣା ବ୍ଲକ ସଭାପତି ପ୍ରସନ୍ନ ସାହୁ ଓ ଧର୍ମଗଡ ବ୍ଲକ ସଭାପତି ରାଜେଶ ଗୋପାଲ ଉପସ୍ଥିତ ରହି ଆମ ଆଦମୀ ପାର୍ଟିର ମୂଳମନ୍ତ୍ର ଓ ଆଗାମୀ ରଣନୀତି ସହ ତୃଣମୂଳ ସ୍ତରରେ ସାଧାରଣ ଲୋକଙ୍କ ସହ ସୁଖଦୁଃଖର ସାଥି ହୋଇ ଆଗକୁ ବଢିବ ବୋଳି ମତ ରଖିଥିଲେ। ମଞ୍ଚକୁ ଆମପାଣି ଯୋନ ସଭାପତି ଶରତ କୁମାର ନାଏକ ପରିଚାଳନା କରିଥିଲେ।

Related posts

କଳାହାଣ୍ଡି ଜିଲ୍ଲା ପ୍ରଶାସନ ଦ୍ବାରା ପୋଷ୍ୟ ସନ୍ତାନ ପାଳନ ସମ୍ପର୍କିତ ରଥର ଶୁଭାରମ୍ଭ 

Sunil Chandra Nayak

ନୂଆପଡ଼ା – ବିଭିନ୍ନ ସ୍ଥାନ ରେ ହିନ୍ଦୁ ନବ ବର୍ଷ ପାଳନ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!