ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଶତବାର୍ଷିକୀ ଉତ୍ସବ ପାଳନ କରିବା ପାଇଁ ପ୍ରସ୍ତୁତି ବୈଠକ

ରୁପ୍ରା, ୨୨/୧୦(ମନୀସ): ଆସନ୍ତା ଡ଼ିସେମ୍ବର ମାସ ପ୍ରଥମ ସପ୍ତାହରେ କଳାହାଣ୍ଡି ଜିଲ୍ଲା ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଶତବାର୍ଷିକୀ ଉତ୍ସବ ପାଳନ କରାଯିବା ପାଇଁ ଆଜି ଅପରାହ୍ନରେ ରୁପ୍ରା ମଣ୍ଡଳର ଭାଲୁକଟା ଗ୍ରାମ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ନୀଳମଣି ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ସାଧାରଣ ସଂପାଦକ ନବୀନ କିଶୋର ସାହୁ ଯୋଗଦାନ କରି ଗତ ୯/୧୦/୨୦୨୨ ରିଖରେ ହୋଇଥିବା ଜିଲ୍ଲା କମିଟି ବୈଠକର ନିଷ୍ପତି ଉପରେ ବିବରଣୀ ପଠନ କରିଥିଲେ । ବିବରଣୀ ପଠନ ପରେ ସମାଜର ଶତ ବାର୍ଷିକ ଉତ୍ସବ ପାଳନ, ହଳଦିର ଦ୍ବିତୀୟ ସଂସ୍କରଣ ପ୍ରକାଶନ, ରୁପ୍ରାରେ ନୂତନ ଭାବେ ନିର୍ମାଣ ହୋଇଥିବା ଚଣ୍ଡୀ ସମଲେଇ ମନ୍ଦିର ପ୍ରତିଷ୍ଠା ପ୍ରମୁଖ ବିଷୟ ଉପରେ ଆଜିର ପ୍ରସ୍ତୁତି ବୈଠକରେ ଆଲୋଚନା କରାଯାଇଥିଲା । ନର୍ଲା ବ୍ଲକ୍ ସଭାପତି ରବିନ୍ଦ୍ର ସାହୁ (ଚକା) ଙ୍କ ଆବାହକତ୍ବରେ ଅନୁଷ୍ଠିତ ଆଜିର ବୈଠକରେ ନନ୍ଦକିଶୋର ସାହୁ, ଜିଲ୍ଲା ଉପସଭାପତି ଭରତ ସାହୁ, ଅକୃର ସାହୁ, ଦୁର୍ଗା ପ୍ରସାଦ ସାହୁ, ଉଜ୍ଜ୍ୱଳ ସାହୁ, ଖୁସିରାମ ସାହୁ, ଟିକୁନୁ ସାହୁ, କୁଳମଣି ସାହୁ, କେସିଙ୍ଗା ବ୍ଲକ ସଭାପତି ଚକ୍ରଧର ସାହୁ, ସୁଲପାଣି ସାହୁ,ବାଲସି ମଣ୍ଡଳ ସଂପାଦକ ଅଶ୍ବିନୀ ସାହୁ, ଜିଲ୍ଲା କମିଟି ଗଣମାଧ୍ୟମ ସଂଯୋଜକ ଗଜିନ୍ଦ୍ର ସାହୁ, ଶିବପ୍ରସାଦ ସାହୁ, ନେହେରୁ ଲାଲ୍ ସାହୁ, ମୁରଲୀଧର ସାହୁ, ଉଛବ ସାହୁ, ଗୁରୁଦେବ ସାହୁ ଓ ଧୃବଚରଣ ସାହୁ ପ୍ରମୁଖ ଯୋଗଦାନ କରି ଶତବାର୍ଷିକୀ ଉତ୍ସବ କାର୍ଯ୍ୟକ୍ରମ ଉପରେ ମତଦେଇଥିଲେ । ପୂର୍ବ ବୈଠକର ନିଷ୍ପତି ଅନୁଯାୟୀ ସାମାନ୍ୟ ପରିବର୍ତ୍ତନ କରାଯାଇ ଡ଼ିସେମ୍ବର ମାସ ୪ ତାରିଖରେ ଚଣ୍ଡୀ ସମଲେଇ ମନ୍ଦିରର ରତ୍ନମୁଦ ସହିତ ଶତବାର୍ଷିକୀ ଉତ୍ସବ ପାଳନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିବା ଗଣମାଧ୍ୟମ ସଂଯୋଜକ ଶ୍ରୀ ସାହୁ ସୂଚନା ଦେଇଛନ୍ତି । ସେହିପରି ୫ ଓ ୬ ତାରିଖ ଦୁଇଦିନ ଧରି ମନ୍ଦିର ପ୍ରତିଷ୍ଠା ସହ ସିଂହାସନ ବିଜେ ଓ ନାମଯଜ୍ଞ ହେବାର ନିଷ୍ପତ୍ତି ନିଆଯାଇଛି । ଯାହାକି ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ତଥା ରାଜ୍ୟ ବାହାରରୁ ସମାଜର ବିଶିଷ୍ଟ ବ୍ୟକ୍ତି ବିଶେଷ ଅତିଥି ଭାବେ ଯୋଗଦେବେ । ଅକ୍ଟୋବର ୩୦ ତାରିଖରେ କାର୍ଯ୍ୟକ୍ରମର ଚୁଡାନ୍ତ ପ୍ରସ୍ତୁତି ବୈଠକ କରିବା ପାଇଁ ଆଜି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିବା ବେଳେ ଶେଷରେ ଜିଲ୍ଲା ସଭାପତି ନିଳମଣି ସାହୁ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ସାରକୋଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ବଚ୍ଛତାପକ୍ଷ ପାଳନ

Sunil Chandra Nayak

ଉପେନ୍ଦ୍ର ବସ୍ତିଆ ଙ୍କ କବିତା ତ୍ରିରଙ୍ଗା ପତାକା

Sunil Chandra Nayak

କୋକସରା ଭାଜପା ଦଳ ପକ୍ଷରୁ ହର ଘର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!