ପଞ୍ଚାୟତିରାଜ ନିର୍ବାଚନ ମଇଦାନରେ ଦୢଷ୍ଟିହୀନ ସରପଞ୍ଚ ପ୍ରାର୍ଥୀ । ଆଜି ନାମାଙ୍କନର ଶେଷ ଦିନରେ କୋମନା ବ୍ଲକ ଗଣ୍ତାମେର ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ଜଣେ ଦୢଷ୍ଟିହୀନ ଯୁବକ ନାମାଙ୍କନ ପତ୍ର ଦାଖଳ କରିଛନ୍ତି । ଏ ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାରେ ବିଷୟ ହୋଇଛି ।
ନୂଆପଡା ଜିଲ୍ଲା କୋମନା ବ୍ଲକ ଗଣ୍ତାମେର ପଞ୍ଚାୟତର ଦାବ୍ରୀ ଗାଁର ଯୁବକ ଶାନ୍ତିଲାଲ ଶବର । ସେ ଜନ୍ମରୁ ଦୢଷ୍ଟିହୀନ । ଦେଖି ସିନା ପାରନ୍ତି ନାହିଁ, ହେଲେ ନିଜ ପଞ୍ଚାୟତର ବିକାଶ ପାଇଁ ଦେଖିଛନ୍ତି ଅନେକ ସ୍ବପ୍ନ । ଲୋକଙ୍କ ପାଇଁ କାମ କରିବା ପାଇଁ ସେ ଚଳିତ ବର୍ଷର ନିର୍ବାଚନ ମୈଦାନରେ ସରପଞ୍ଚ ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି । ଗାଁ ଲୋକଙ୍କ ଅନୁରୋଧ କ୍ରମେ ସେ ସରପଞ୍ଚ ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି । ଗାଁ ଲୋକ ବି ତାଙ୍କୁ ସମର୍ଥନ କରୁଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ