ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସୂଚନା ଅଧିକାରୀଙ୍କୁ ମିଳିଲା ନ୍ଯାୟ, ଅର୍ଥ ଦଣ୍ଡରେ ଦଣ୍ଡିତ ହେଲେ ୨ ବ୍ଲକ କର୍ମଚାରୀ

ବାଲେଶ୍ଵର,୧୦/୧୨/୨୨- ଭାରତ ସରକାରଙ୍କ ସୂଚନା ଅଧିକାର ଅଧିନିୟମ-୨୦୦୫ ଅନୁଯାୟୀ ଜଣେ ଭାରତୀୟ ନାଗରିକ ଭାରତ ବର୍ଷର ଯେକୌଣସି କାର୍ଯ୍ଯାଳୟକୁ ସୂଚନା ମାଗିପାରିବ । ଏହି ପରିପ୍ରେକ୍ଷୀରେ ଜଣେ ସୂଚନା ଅଧିକାର କର୍ମୀ ସୂଚନା ମାଗିଥିଲେ । ସୂଚନା ପ୍ରଦାନ ପାଇଁ ସୂଚନା କର୍ମୀଙ୍କୁ କାର୍ଯ୍ୟାଳୟ ତରଫରୁ ୨୦ ହଜାର ଟଙ୍କା ଦାବି କରାଯାଇଥିଲା । ଶେଷରେ କର୍ମୀ ଜଣଙ୍କ ଓଡିଶା ରାଜ୍ୟ କମିଶନରଙ୍କ ନିକଟରେ ଅପିଲ କରିଥିଲେ । ଯାହାର ଫଳସ୍ବରୂପ ଜୋରିମାନା କରିଛନ୍ତି କମିଶନର । ଏପରି ଏକ ଘଟଣା ପରିଲକ୍ଷିତ ହୋଇଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କାର୍ଯ୍ୟାଳୟ କ୍ଷେତ୍ରରେ । ଉକ୍ତ ବ୍ଲକ ଅଧିନ ଖଇରା ପଞ୍ଚାୟତ ଆଳଦା ଗ୍ରାମର ସୂଚନା ଅଧିକାର କର୍ମୀ ପଦ୍ମଲୋଚନ ଦାସ ଗତ ୨୦୧୬-୧୭ ମସିହାରେ ବ୍ଲକ କାର୍ଯ୍ୟାଳୟରେ ପିଆଇଓ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ କିଛି ତଥ୍ୟ ମାଗିଥିଲେ । ଆବେଦନକାରୀଙ୍କ ଫର୍ମ – ‘ କ ‘ ଟିକୁ ବିଚାରକୁ ନେଇ ସୂଚନା ପ୍ରଦାନ ନିମନ୍ତେ ସୂଚନା ଅଧିକାର କର୍ମୀଙ୍କୁ ପିଆଇଓ ୨୦ ହଜାର ଟଙ୍କା ଦାବି କରିଥିଲେ । ଆବଶ୍ୟକତା ଠାରୁ ଅଧିକ ଅର୍ଥ ଦାବି କରାଯାଇଥିବା ମନେକରି କର୍ମୀ ଜଣଙ୍କ ପ୍ରଥମ ଅପିଲ କର୍ତ୍ତୃପକ୍ଷଙ୍କ ନିକଟରେ ପୁନର୍ବାର ଅପିଲ କରିଥିଲେ । କିନ୍ତୁ ପ୍ରଥମ ଅପିଲ କର୍ତ୍ତୃପକ୍ଷଙ୍କ ଠାରୁ ନିରାଶ ହେବାପରେ ବାଧ୍ୟ ହୋଇ କର୍ମୀ ଜଣଙ୍କ ରାଜ୍ୟ ସୂଚନା କମିଶନରଙ୍କ ନିକଟରେ ଅପିଲ କରିଥିଲେ । ରାଜ୍ୟ ସୂଚନା କମିଶନରଙ୍କ ତରଫରୁ ଉଭୟ ପକ୍ଷଙ୍କୁ ହାଜର ହେବାପାଇଁ ଚିଠି ହୋଇଥିଲା । ମାତ୍ର କମିଶନରଙ୍କ ଚିଠିକୁ ଅବମାନନା କରି ସୂଚନା ପ୍ରଦାନକାରୀ ନିର୍ଦ୍ଧାରିତ ତାରିଖରେ କମିଶନରଙ୍କ ନିକଟରେ ଉପସ୍ଥିତ ହୋଇ ନଥିଲେ । ଆବେଦନକାରୀଙ୍କ ଆବେଦନକୁ ମାନ୍ଯବର କମିଶନର ତନ୍ନ ତନ୍ନ କରି ତର୍ଜମା କରିବା ପରେ ଅଧିକ ଅର୍ଥ ଦାବି କରିବା ଓ ତଥ୍ୟ ପ୍ରଦାନ ନକରିବା କାରଣରୁ ଶେଷରେ ବାଧ୍ୟ ହୋଇ କମିଶନର ଖଇରା ବ୍ଲକ କାର୍ଯ୍ୟାଳୟର ମଧୁସ୍ମିତା ସ,ବରିଷ୍ଠ ଅମଲା, (ex-Referred PIO-cum-DA,Establishment Section) ଏବଂ Mr. Manabhanjan Mohapatra,ex-Referred PIO-cum-Ex- Cashier ଙ୍କୁ ତା ୦୫/୧୨/୨୦୨୨ ରିଖରେ ଅର୍ଥଦଣ୍ଡ ସ୍ବରୂପ ଜଣକା ୫ହଜାର ଟଙ୍କା କରି ଦୁଇ ଜଣଙ୍କୁ ୧୦ ହଜାର ଟଙ୍କା ଜୋରିମାନା କରିଛନ୍ତି । ଉକ୍ତ ଜୋରିମାନା ରାଶି ଚଳିତ ୨୦୨୨ ମସିହା ଡିସେମ୍ବର ମାସ ଦରମାରୁ କଟାଯାଇ ରାଜ୍ୟ ରାଜକୋଷରେ ଜମା ପାଇଁ କମିଶନଙ୍କ ଚିଠିରୁ ସ୍ପଷ୍ଟ ହୋଇଛି । ଅପରପକ୍ଷେ ଆବେଦନକାରୀ (ସୂଚନାକର୍ମୀ) ଶ୍ରୀ ଦାସଙ୍କୁ ଜୋରିମାନା ସ୍ବରୂପ ୫ ହଜାର ଟଙ୍କା ଦେବା ସହିତ ମାଗିଥିବା ସମସ୍ତ ତଥ୍ୟ ମଗଣାରେ ଯୋଗାଇ ଦେବା ପାଇଁ ବର୍ତ୍ତମାନର ବିଡ଼ିଓ ପର୍ଶୁରାମ ପଣ୍ଡାଙ୍କୁ ଚିଠି ଦ୍ବାରା ଅବଗତ କରାଇଛନ୍ତି ରାଜ୍ୟ କମିଶନର ।

    ଏଠାରେ ସ୍ମରଣଯୋଗ୍ଯ କି ସୂଚନା ପ୍ରଦାନ ନିମନ୍ତେ କର୍ମୀ ଜଣଙ୍କ ଆବଶ୍ୟକ ଉଚିତ୍ ଅର୍ଥରାଶି ଦେବାକୁ ପ୍ରସ୍ତୁତ ଥିବା ବେଳେ ଅଧିକ ଅର୍ଥରାଶି ଦାବିକରିବା ଏବଂ ଶେଷରେ ଜୋରିମାନା ସ୍ବରୂପ ଅର୍ଥ ଦଣ୍ଡରେ ଦଣ୍ଡିତ ହେବା ଏକ ଉଦ୍ଦେଶ୍ୟ ମୂଳକ ଚିନ୍ତାଧାରା । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି କି ସୂଚନା ନଦେବା ପାଇଁ ଏହା ଏକ ହୀନ ଚକ୍ରାନ୍ତ ଥିଲା । ଯାହା କମିଶନଙ୍କ ଚିଠି ପ୍ରମାଣିତ କରିଛି । ସୂଚନା ପାଇଁ ବାରମ୍ବାର କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନିରାଶ ହୋଇଥିବା ଶ୍ରୀ ଦାସଙ୍କୁ ନ୍ଯାୟ ମିଳିଥିବାରୁ ସେ ଆତ୍ମସନ୍ତୋଷ ଲାଭ କରିବା ସଂଗେ ସଂଗେ ରାଜ୍ୟ ସୂଚନା କମିଶନରଙ୍କ ଆଇନ ବିଭାଗକୁ ସାଧୁବାଦ ଜଣାଇଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଶିଉନି ଓ ହଂସପଡ଼ା ରେ ଦୀପାବଳି ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ସଡକ ଦୁର୍ଘଟଣାରେ ମଟରସାଇକେଲ ଚାଳକ ମୃତ ଜଣେ ଗୁରୁତର

Sunil Chandra Nayak

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ପାଇଁ ପ୍ରାର୍ଥୀ ପତ୍ର ଦାଲଖର ତନଖି ପରେ ୪୨୩ ଜଣ ପ୍ରାର୍ଥୀ ନାକଚ ହୋଇଛନ୍ତି

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort