ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉମାକାନ୍ତ ଦାସ ଙ୍କ କବିତା ମାଆ ବିରଜାଙ୍କୁ ଅଳି

ମାଆ ବିରଜାଙ୍କୁ ଅଳି

ଉମାକାନ୍ତ ଦାସ

ଆଖି ଦେଇ ମୋତେ କରିଛୁ ମା” ଅନ୍ଧ
ଦେଇ ନାହୁଁ ଶିକ୍ଷା ଜ୍ଞାନ
ଜ୍ଞାନୀଙ୍କ ସମାାଜେ ଏକା ମୁଁ ଅଜ୍ଞାନ
ନିତ୍ୟ କରେ ତୋତେ ଧ୍ଯାନ ।।
ଯଦି ଦେଉ ବିଦ୍ଯା ହୋଇଲେ ପଣ୍ଡିତ
ନ ଯିବି କି ତୋ ଶରଣ,
ଏମିତି ଭାବିଲେ ମାଆ ତୁ ବିରଜା
ପାଇବି କି ଶ୍ରୀଚରଣ ।।
ନିଧନୀ କରି ତୁ ଖୁସି ହେଉ ମାତ
ନଦେଉ ମୋ ହାତେ ଧନ ,
ଦେଇ ଦେବୁ ଯଦି ମା” ଧନ ସମ୍ପତ୍ତି
ନ ଦେବି କି ତୋତେ ମନ ।।
ମୋ ଗରିବ ପଣ ତୋତେ ଲାଗେ ଖୁସି
ରଖୁ କରି ଦୀନହୀନ
କାହିଁକି ଦେବୁ ତୁ ଧନ ଜ୍ଞାନ ମୋତ
ତୋତେ କି ମିଳିବ ମାନ ।।
ଧନ ମୁଁ ଚାହେଁ ନା ଚାହେଁ ନା ମୁଁ ମାନ
ଚାହେଁ ତୋ ନାମ ଭଜନ
ତୋ ନାମ କୀର୍ତ୍ତିନେ ସରବଦା ରହି
ଚାଲି ଯାଉ ଏ ଜୀବନ ।।
ହେ ମାଆ ବିରଜା ତୁହି ଦୁଇ ଭୁଜା
ମୋ ଅଳି ଅର୍ଦ୍ଦଳି ଘେନ,
ନ ଘନିଲେ ଅଳି ଦେବି ପ୍ରାଣ ବଳି
ଯିବ ତୋର ସନମାନ ।।

ଲାଲବାଗ ,ଖାନନର

ମଙ୍ଗଳ ପୁର ,ଯାଜପୁର

Related posts

ଲତା ବେହେରା  ଙ୍କ କବିତା ସ୍ୱାଭିମାନ

Sunil Chandra Nayak

କବି ନିକୁଞ୍ଜ କୁମାର ଘୋଷ ଙ୍କ କବିତା ଜଙ୍ଗଲ ସୁରକ୍ଷା 

ସମ୍ବାଦ ଆମ ଓଡିଶା ପ୍ରତିଯୋଗିତା କେଗାଁରେ ଭାଗନେଲ ୧୬୯ ଛାତ୍ରଛାତ୍ରୀ

Sunil Chandra Nayak

Leave a Comment

error: Content is protected !!