ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିଳ୍ପପତି ଓ ସମାଜସେବୀ ଉମା ବାବୁଙ୍କ ପରଲୋକ

ଜୁନାଗଡ଼ ,୨୬/୧୦(ମ ନି ସ) ଜୁନାଗଡ଼ ସହରର ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ଓମପ୍ରକାଶ ଖେମକା(ଉମାବାବୁ) ଙ୍କ ୭୯ ବର୍ଷ ବୟସରେ ନିଜ ବାସ ଭାବବନରେ ପରଲୋକ ହୋଇଯାଇଛି।ସେ କିଛିଦିନ ହେଲା ରୋଗଗ୍ରସ୍ଥ ହୋଇ ଶଯ୍ୟାଶାୟୀ ଥିଲେ।ସେ ଜୁନାଗଡ଼ ସହରରେ ପୁରାତନ ଧାନମିଲ ତଥା ପେଟ୍ରୋଲ ପମ୍ପ ପରି କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା କରି ଏ ଅଞ୍ଚଳର ଲୋକଙ୍କୁ ରୋଜଗାର ଯୋଗାଇ ଆସୁଥିଲେ। ଏଥିସହ ଅନେକ ସମାଜ ସେବା କାର୍ଯ୍ୟରେ ଜଡିତ ରହି ଲୋକଙ୍କ ପ୍ରିୟଭାଜନ ହୋଇଥିଲେ।ତାଙ୍କ ମୃତୁ ସମୟରେ ୩ ପୁଅ ବିନୋଦ ଖେମକା, ପ୍ରମୋଦ ଖେମକା,ଓ ଦିଲ୍ଲୀପ ଖେମକା ସହ ପୁତ୍ର ବଧୁ ଓ ପରିବାର ଲୋକେ ଉପସ୍ଥିତ ରହି ଥିଲେ।ଗୁରୁବାର ସ୍ଥାନୀୟ ହାତୀନଦୀ ସ୍ମଶାନ ମୁକ୍ତି ଧାମରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ।ତାଙ୍କ ବିୟୋଗରେ ଜୁନାଗଡ଼ ଅଂଚଳରେ ଶୋକରଛାୟା ଖେଳିଯିବା ସହ ଜୁନାଗଡ଼ ର ପୂର୍ବତନ ନଗରପାଳ ଲାୟନ ମାଣିକ ଚାନ୍ଦ ଅଗ୍ରୱାଲ, ବେଦପ୍ରକାଶ ଗୋଏଲ, ନଗରପାଳ ମୁକେଶ ଅଗ୍ରୱାଲ, ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ସ୍ବର୍ଗତ ଆତ୍ମାର ସଦଗତି କାମନା କରିଛନ୍ତି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଘରୁ ହାଟକୁ ଯାଉଥିବା ରାସ୍ତାରେ ଟଳି ପଡିଲେ ମହିଳା

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ଯନ୍ତ୍ରଣା ନଈ ର ଢେଉ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!