ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂତନ ଶିଵ ଲିଙ୍ଗ ସ୍ଥାପନ 

ତେନ୍ତୁଲିଖୁଣ୍ଟି ୨୬/୧୦/୨୨ ତେନ୍ତୁଳିଖୁଣ୍ଟି ବ୍ଳକର ସଦର ପଂଚାୟତ ମଙ୍ଗରଦୋରା ର ଘୁମରେଶ୍ୱର ର ଦେଢ଼ମାସ ତଳେ ଲିଙ୍ଗ କୌଣସି ଦୂର୍ବୁତ୍ତ ଚୋରେଇ ନେଇଥିଲେ।ସେହି ପୀଠରେ ଆଜି ନୂତନ ଲିଙ୍ଗ ସ୍ଥାପନ କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମ ରେ ତେନ୍ତୁଳିିଖୁଣ୍ଟି ବ୍ଳକର ଶିଵ ଭକ୍ତ ଙ୍କ ସହ ମଙ୍ଗରଦୋରା ଗ୍ରାମବାସୀ, ତେନ୍ତୁଳିିଖୁଣ୍ଟି ଗ୍ରାମବାସୀ ସହ ଯୁବଗୋଷ୍ଠୀ ଉପସ୍ଥିତ ରହି ପୂଜାର୍ଚ୍ଚନା ସାହାଯ୍ୟ କରିଥିଲେ , ଭକ୍ତ ବୃନ୍ଦ ଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା। ବିଶିଷ୍ଟ ପୁରୋହିତ ଶେଷଦେଵ ତ୍ରିପାଠୀ, ସୀତାକାନ୍ତ ତ୍ରିପାଠୀ ପୂଜା କରିଥିବା ବେଳେ ସୁଶାନ୍ତ ଶତପଥୀ ଦମ୍ପତ୍ତି କର୍ତା ଭାବେ ଦାୟିତ୍ୱ ତୁଲାଇ ଥିଲେ। ଏହିପୀଠ ଟି ତେନ୍ତୁଳିଖୁଣ୍ଟି ବ୍ଲକ ର ଏକ ପର୍ଯ୍ୟଟନ କ୍ଷେତ୍ର ହୋଇଥିବା ଓ ଭକ୍ତ ଙ୍କୁ ଆକୃଷ୍ଟ କରିବାକୁ ବିନା ଶିବ ଲିଙ୍ଗ ରେ କାର୍ତ୍ତିକ ମାସ ପୁରି ଯାଉଥିବା ରୁ ତେନ୍ତୁଳିଖୁଣ୍ଟି ଶୈବ ଭକ୍ତ ଙ୍କ ପ୍ରଚେଷ୍ଟା ରେ ଆଜିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ତେନ୍ତୁଳିଖୁଣ୍ଟି ରେ ଜିଲ୍ଲାପାଳ ଙ୍କ ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣି

Sunil Chandra Nayak

ଦୀପାବଳି ରେ ଗରିବ ଙ୍କୁ ବସ୍ତ୍ର ବାଣ୍ଟିଲେ ସମାଜସେବୀ 

Sunil Chandra Nayak

ଭବାନୀପାଟଣା ଠାରେ ଓଡିଶା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ତଥା ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!