ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରୟାଲ ଚାଲେଞ୍ଜ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ରାଉରକେଲା/ ବନ୍ଧମୁଣ୍ଡା ରୟାଲ କ୍ଲବ ତରଫରୁ ସେକ୍ଟର ସି ୧୦ ନମ୍ବର ପଡିଆଠାରେ ରୟାଲ ଚାଲେଞ୍ଜ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଅଛି।ଏହି ଟୁର୍ଣ୍ଣାମେଣ୍ଟରେ ବିଜେପି ରାଜ୍ୟ ମୁଖପାତ୍ର ଧୀରେନ ସେନାପତି ମୁଖ୍ୟଅତିଥି , ଆଇ ରାଜା , ଯୁବନେତା ରଞ୍ଜନ ନାୟକ ଓ ନାଗେଶ୍ଵର ଜଗଦଲା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କ୍ଲବ ତରଫରୁ କ୍ରିଷ୍ଣା ପ୍ରସାଦ ରେଡ୍ଡୀ ଓ ସମସ୍ତ ସଦସ୍ୟ ଟୁର୍ଣ୍ଣାମେଣ୍ଟକୁ ସୁନ୍ଦର ଭାବରେ ଆୟୋଜନ କରିଥିବାରୁ ଅତିଥିମାନେ ପ୍ରଶଂସା କରିଥିଲେ ।ଏହି ଟୁର୍ଣ୍ଣାମେଣ୍ଟ ୨୭ ତାରିଖରୁ ୨୯ତାରିଖ   ପର୍ଯ୍ୟନ୍ତ ଚାଲିଥିଲା । ବନ୍ଧମୁଣ୍ଡା ତଥା ଆଖପାଖ ଅଂଚଳରୁ ଶତାଧିକ ଲୋକ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ମରଣାନ୍ତକ ଆକ୍ରମଣ ଅଭିଯୁକ୍ତ ଙ୍କୁ ୫ ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଲେ ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୌରା ଜଜ

Sunil Chandra Nayak

ପୂର୍ଣ୍ଣଚନ୍ଦ୍ର ଭବନ ପରିସରରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି ସାଂଗଠନିକ ବୈଠକ

Sunil Chandra Nayak

ବ୍ଲକସ୍ତରୀୟ ମିଶନଶକ୍ତି ଋଣ ମେଳା

Sunil Chandra Nayak

Leave a Comment

error: Content is protected !!