ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିପଦ ସଂକୁଳ କର୍ଲା କୋଟ ସ୍କୁଲ , କୋଠା ବାରଣ୍ଡାରେ ପଢୁଛନ୍ତି ଛାତ୍ର ଛାତ୍ରୀ

ଚିଲିଗୁଡା-/ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଣିଜରା ଗ୍ରାମ ପଞ୍ଚାୟତ କର୍ଲାକୋଟ ଗ୍ରାମର ପ୍ରାଥମିକ ବିଦ୍ୟାଳୟ କୋଠା ଏବେ ବିପଦ ସଂକୁଳ ଅବସ୍ଥାରେ ପଡିରହିଛି । ଏହି ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଯାଏ ୬୨ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଶିକ୍ଷା ଦାନ ପାଇଁ ୨ ଜଣ ଶିକ୍ଷକ ରହିଛନ୍ତି । ତେବେ ଶ୍ରେଣୀ କୋଠରୀ ଗୁଡିକ ବିପଦ ସଂକୁଳ ଅବସ୍ଥାରେ ରହିଥିବା ବେଳେ କେତେ ବେଳେ ମଧ୍ୟ ଭାଙ୍ଗି ଯିବ ସେ ନେଇ ଭୟ ଲାଗି ରହିଛି ।କୋଠା ଗୁଡିକର ଛାତ ଫାଟି ଆଁ କରି ଥିବା ବେଳେ ଖପର ,ପାଟି ଗୁଡିକ ନଷ୍ଟ ହୋଇ ଯାଇଛି ।ଏପରିକି ଅଫିସ କୋଠରୀ ମଧ୍ୟ ଠିକ ନାହିଁ । ତେବେ ଶ୍ରେଣୀ ଗୃହ ଭଙ୍ଗା ଦଦରା ଅବସ୍ଥାରେ ରହିଥିବାରୁ ଛାତ୍ରଛାତ୍ରୀ ମାନେ ବାଧ୍ୟ ହୋଇ ବାରଣ୍ଡାରେ ବସି ପାଠ ପଢୁଛନ୍ତି ।ଏ ସମ୍ପର୍କରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁନୀଲ କୁମାର ମେହେରଙ୍କୁ ପଚାରିବାରୁ ଏ ବିଷୟରେ ପଂଚାୟତରେ ଦୃଷ୍ଟି ଆକର୍ଷଣ କରାଯାଇଛି ହେଲେ ସ୍କୁଲ ଗୃହଟି ମହାଜନ ଜାଗାରେ ରହିଥିବାରୁ ନୂତନ ଶ୍ରେଣୀ ଗୃହ ନିର୍ମାଣ ହୋଇପାରୁନାହିଁ । ଯାହା ଫଳରେ ଛାତ୍ର ଛାତ୍ରୀ ଅସୁବିଧା ଭୋଗୁଛନ୍ତି ବୋଲି କହିଛନ୍ତି ।ଜିଲ୍ଲା ପ୍ରଶାସନ ତୁରନ୍ତ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରି ନୂତନ ଶ୍ରେଣୀ ଗୃହ ନିର୍ମାଣ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଶିକ୍ଷା କମିଟି ତଥା ଗ୍ରାମ ବାସୀ ଦାବି କରିଛନ୍ତି ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ନିମ୍ନମାନର ଗ୍ରାମୀଣ ଉଦ୍ୟାନ, କାମ ମନ୍ଥର ଗତିରେ ଚାଲିଛି ତୁରନ୍ତ ଶେଷ କରିବା ପାଇଁ ଦାବି

Sunil Chandra Nayak

ଭବାନୀ ପାଟଣା ଠାରେ ଆନ୍ତର୍ଜାତିକ ଶିଶୁ କନ୍ଯା ଦିବସ ପାଳିତ

Sunil Chandra Nayak

ରଥଯାତ୍ରା ପାଇଁ ପୁରୀକୁ ଚାଲିବ ୨୦୫ ସ୍ବତନ୍ତ୍ର ଟ୍ରେନ୍‌: ରେଳମନ୍ତ୍ରୀ

Sunil Chandra Nayak

Leave a Comment

error: Content is protected !!