ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ଠାରେ ଓଡିଶା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ତଥା ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

ଭବାନୀପାଟଣା: ମ ନି ସ/ତା ୨୯.୧୦.୨୦୨୨/: ଆଜି ସ୍ଥାନୀୟ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ତଥା ଜାତୀୟ ବିପର୍ଜୟ ପ୍ରଶମନ ଦିବସ ପାଳିତ ହୋଇଯାଇଛି। ପ୍ରତିବର୍ଷ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୩ ବର୍ଷ ତଳେ ଘଟିଥିବା ପ୍ରଳୟଙ୍କରୀ ତଥା ମହା ବିନାଶକାରୀ ମହାବାତ୍ୟାର ଭୟଙ୍କର ବିନାଶକୁ ଆଖି ଆଗରେ ରଖି ଏହି ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ କରାଯାଉଛି। ବିପର୍ଯ୍ୟୟ ପୂର୍ବରୁ ପ୍ରସ୍ତୁତି , ବିପର୍ଯ୍ୟୟ ସମୟରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଓ ମୁକାବିଲା, ବିପର୍ଯ୍ୟୟ ପରେ ଥଇଥାନ ଓ ପୁନଃ ସଂସ୍ଥାପନ ଏବଂ ଏହାର ସୁପରିଚାଳନା ଜିଲ୍ଲା ପ୍ରଶାସନ ଉପରେ ନ୍ୟସ୍ତ ଥାଏ।ବର୍ତ୍ତମାନ ଚଳିତ ବର୍ଷଠାରୁ ବିପର୍ଯ୍ୟୟ ପରିଚାଳନା ପାଇଁ ଗ୍ରାମ ପଞ୍ଚାୟତ କୁ ମଧ୍ୟ ଦାୟିତ୍ଵ ନିର୍ବାହ କରାଯାଇଛି। ପ୍ରଥମେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମନୋଜ ବେହେରା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ସୂଚନା ଦେଇ ସମସ୍ତଙ୍କୁ ସ୍ଵାଗତ କରିଥିଲେ। ଉପ ଜିଲ୍ଲାପାଳ ଡ ବିଶ୍ୱଜିତ୍ ଦାସ ନିଜ ବକ୍ତବ୍ୟରେ ମହାବାତ୍ୟା ର ଅନୁଭୂତି,ସରକାରଙ୍କ ରଣନୀତି ଓ ସଫଳ ମୁକାବିଲା ଉପରେ ବିସ୍ତୃତ ବିବରଣୀ ଦେଇଥିଲେ ।ତହସିଲଦାର କଳାହାଣ୍ଡି ଶ୍ରୀ ଉପେନ୍ଦ୍ର ଲୁହା ବିପର୍ଯ୍ୟୟ ପରିଚାଳନା ରେ ପ୍ରଶାସନ ର ଭୂମିକା ଓ ଓଡ଼ିଶା ସରକାରଙ୍କ ଆଗୁଆ ପଦକ୍ଷେପ ଯୋଗୁଁ ଆଜି ଓଡିଶା ବିଶ୍ୱରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି ଉପରେ ମତ ରଖିଥିଲେ । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପରାମର୍ଶଦାତା ଓସ୍ଡମା କଳାହାଣ୍ଡି ଶ୍ରୀ ପ୍ରଦୋଷ ଜେନା ଜିଲ୍ଲାରେ ୪ ଗୋଟି ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀ ,ଗ୍ରାମପଞ୍ଚାୟତ ସ୍ତରରେ ସ୍ବେଛାସେବୀ, ଆପଦାମିତ୍ର, ସ୍ଵୟଂ ସହାୟକ ଗୋଷ୍ଠୀ ର ତାଲିମ, ମୋଡେଲ ବ୍ଲକ ବିପର୍ଯ୍ୟୟ ପରିଚାଳନା ଯୋଜନାରେ ଜୁନାଗଡ ପଞ୍ଚାୟତ ସମିତି ଓ ମୋଡେଲ ଗ୍ରାମପଞ୍ଚାୟତ ବିପର୍ଜୟ ପରିଚାଳନାରେ ବଣିଜରା ଗ୍ରାମ ପଞ୍ଚାୟତ କୁ ଅନ୍ତର୍ଭୁକ୍ତ ଉପରେ ସୂଚନା ଦେଇଥିଲେ। ସଭାର ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଚନ୍ଦନ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନାକୁ ସର୍ବାଗ୍ରେ ସ୍ଥାନ ଦିଆଯାଇଛି ଏବଂ ଏଥିପାଇଁ ପ୍ରଶାସନ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି ବୋଲି ମତ ରଖିଥିଲେ । ସଭାରେ ହାଇସ୍କୁଲ ସ୍ତରୀୟ ପ୍ରବନ୍ଧ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଉତିର୍ଣ୍ଣ ପ୍ରତିଯୋଗୀଙ୍କୁ ଅଧ୍ୟକ୍ଷ ପୁରସ୍କାର ପ୍ରଦାନ କରିଥିଲେ । ଅଗ୍ନିଶମ ଅଧିକାରୀ ଶ୍ରୀ ସନତ ପ୍ରଧାନ ନିଜ ଟିମ୍ ସହ ବିପର୍ଯ୍ୟୟ ପରିଚାଳନା ରେ ବିଭିନ୍ନ ଉପକରଣ ର ଉପଯୋଗ ଉପରେ ପ୍ରଦର୍ଶନ କରିଥିଲେ।ସଭାରେ ଏମ ରାମପୁର, କର୍ଲାମୁଣ୍ଡା, କେସିଙ୍ଗା, ଥୁଆମୂଳ ରାମପୁର, ନର୍ଲା ର ତହସିଲଦାର, ଜିଲ୍ଲା ଜରୁରୀ ଶାଖା ଅଧିକାରୀ ଶ୍ରୀ ପ୍ରମୋଦ କୁମାର ଖିଲୋ ଓ କର୍ମଚାରୀ ଉପସ୍ଥିତ ଥିଲେ।

Related posts

ଗୋଲାମୁଣ୍ଡା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କଲେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ

Sunil Chandra Nayak

ନୀଳଗିରି ଥାନା ପୋଲିସର ଅମାନବୀୟ କାର୍ଯ୍ୟ ବିରୋଧରେ ପ୍ରେସ ଆସୋସିଏସନର କଳାବ୍ୟାଚ ପରିଧାନ

Sunil Chandra Nayak

ଚପ୍ରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!