ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ରିଜ ଭୁଶୁଡ଼ିବାରୁ ଖସି ପଡ଼ିଲା ଦୁଇ ଚଳନ୍ତା କାର୍: ଦୁର୍ଘଟଣାରେ ୭ ଜଣ ଆହତ..

ଭବାନୀପାଟଣା/ଥୁଆମୂଳ ରାମପୁର ରାସ୍ତାରେ ଭାଗିରଥି ପାର୍କ ନିକଟସ୍ଥ   ବ୍ରିଜ୍‌ ଭୁଶୁଡ଼ିବାରୁ ୨ଟି ଚଳନ୍ତା କାର ଭଗ୍ନବ୍ରିଜ୍‌ ତଳକୁ ଖସିପଡ଼ିଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ନିକଟରେ ଆଜି ଅପରାହ୍ନରେ ଏହି ଅଭାବନୀୟ ଘଟଣା ଘଟିଛି। ଘଟଣାସ୍ଥଳରୁ ୭ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ଡାକ୍ତରଖାନାରେ ଭତ୍ତି କରାଯାଇଛି। ମାତ୍ର ଦୁର୍ଘଟଣାର ସାମ୍ନା କରିଥିବା ଲୋକଙ୍କ ମଧ୍ୟରୁ ଅଜିତ ନାୟକ ନନ୍ଦିଘୋଷ ଟିଭି ନବରଙ୍ଗପୁର ବୋଲି କୁହାଯାଉଥିବା ବେଳେ ଅନ୍ୟ ମାନଙ୍କ  ପରିଚୟ ମିଳିପାରି ନାହିଁ। ତେବେ ଏହି ଦୁର୍ଘଟଣା ଯୋଗୁଁ ଭବାନୀପାଟଣା ଠାରୁ ଥୁଆମୂଳ ରାମପୁର ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଛି।

ଭବାନୀପାଟଣାରେ ବ୍ରିଜ୍ ଭୁଶୁଡିପଡିବାରୁ ୨ଟି ଚଳନ୍ତି କାର ଭାଙ୍ଗି ନଷ୍ଟ ହୋଇଯାଇଛି । ସୌଭାବ୍ୟବସତଃ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇନାହିଁ । କିନ୍ତୁ ୭ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତି କରାଯାଇଛି । ଭବାନୀପାଟଣାଠାରୁ ଥୁଆମୂଳ ରାମପୁର ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଛି । ଅପରାହ୍ଣ ୩ ଟାରେ ଏଭଳି ଅଘଟଣା ଘଟଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଭବାନୀପାଟଣା ଠାରୁ ଥୁଆମୁଳ ରାମପୁର ଯାଇଥିବା ରାସ୍ତାର ସାଇଧାମ ନିକଟ ବ୍ରିଜ ବହୁ ପୁରୁଣା ଥିଲା । ମରାମତି ହୋଇନଥିବାରୁ ବ୍ରିଜ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାରୁ ଥୁଆମୂଳ ରାମପୁର ରାସ୍ତାର ସାଈଧାମ ନିକଟରେ ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ବ୍ରିଜ୍‌ ଭୁଶୁଡ଼ିଛି। ଭବାନୀପାଟଣା ଠାରୁ ମାତ୍ର ୨ କିଲୋମିଟର ଦୂରରେ ଅର୍ଥାତ ଜଣାଶୁଣା ଭାଗିରଥୀ ପାର୍କ ନିକଟରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି।

ଅପରାହ୍ନ ସମୟରେ ଅନ୍ୟ ଦିନ ଭଳି ଆଜି ମଧ୍ୟ ବ୍ରିଜ୍‌ ଉପରେ ଯାନବାହନ ଓ ଲୋକେ ଯିବା ଆସିବା କରୁଥିଲେ। କିନ୍ତୁ ହଠାତ୍‌ ବ୍ରିଜ୍‌ଟି ଭୁଶୁଡ଼ି ପଡ଼ିଥିଲା। ଯେଉଁ ସମୟରେ ବ୍ରିଜ୍‌ଟି ଭୁଶୁଡ଼ି ପଡ଼ିଲା, ସେହି ସମୟରେ ୨ଟି କାର୍‌ ଯାଉଥିଲା। ଏହି ୨ଟି କାର୍‌ରେ ୭ ଜଣ ଥିଲେ। ସେମାନେ ବ୍ରିଜ୍‌ ସହିତ ତଳେ ଚାପି ହୋଇଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇଁ ପୁଲିସ ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି, ସେମାନଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର କରାଯାଇଥିବା ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ ଭବାନୀପାଟଣା ଠାରୁ ଥୁଆମୂଳ ରାମପୁର ଯାଇଥିବା ରାସ୍ତାର ସାଈଧାମ ନିକଟ ବ୍ରିଜ୍‌ ବହୁ ପୁରୁଣା ଥିଲା। ଏହାର ଉପଯୁକ୍ତ ମରାମତି ଅଥିବା ବିକଳ୍ପ ରାସ୍ତା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯିବାର ଆବଶ୍ୟକତା ଥିଲା। କିନ୍ତୁ ପ୍ରଶାସନ ଏହା କରି ନଥିବାରୁ ଆଜି ଏକ ବଡ଼ ଅଘଟଣ ଘଟିଛି ବୋଲି ଅଭିଯୋଗ ହୋଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ତୀର୍ଯ୍ୟକ

Sunil Chandra Nayak

ଚିଲକପୁର ରେ ମହାଭାରତ ପାରାୟଣ କାର୍ଯ୍ୟକ୍ରମ ଉଦଯାପିତ

ପୁଣି ମହଙ୍ଗା ମାଡ,ମହଙ୍ଗା ହେଲା ତୃତୀୟ ପକ୍ଷ ବୀମା, ଗାଡି କିଣିବାକୁ ଖର୍ଚ୍ଚ କରିବେ ଅଧିକ ଟଙ୍କା

Leave a Comment

error: Content is protected !!