ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶୈବ ପୀଠ ରେ ବୃକ୍ଷ ରୋପଣ 

ନର୍ଲା – ୩୧/୧0(ମ. ନି. ସ)-କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ ଅନ୍ତର୍ଗତ ନର୍ଲା ଗ୍ରାମ ପଞାୟତର ସମରକଟା ଶୈବ ପୀଠ ରେ ପୂର୍ବତନ ନାଏବ ସରପଞ୍ଚ କମଳା ପ୍ରଧାନୀ ଓ ତାଙ୍କ ପୁଅ ଅରୁଣ ପ୍ରଧାନୀ,ପୁତ୍ରବଧୂ ରାଜଶ୍ରୀ ପ୍ରଧାନୀ, ମନ୍ଦିର ପୂଜକ ଜଟା ବାହୁକ ଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି l ନୀତି ରୀତି ଅନୁଯାୟୀ ପୀଠ ରେ ପୂଜାର୍ଚ୍ଚନା କରିବା ପରେ ବୃକ୍ଷ ଓ ମାଟି ପୂଜା କରି ହରିବୋଳ ହୁଳହୁଳି ଦେଇ ବୃକ୍ଷ ରୋପଣ କରାଯାଇଥିଲା, କପୁରଚନ ମାଝୀ ଙ୍କ ନେତୃତ୍ବ ରେ ପ୍ରାକୃତିକ ପରିବେଶ ରେ ସଂକୀର୍ତନ ଓ ଖଞଣୀ ଭଜନ କରାଯାଇ ବୃକ୍ଷ ରୋପଣ ପରେ ଶ୍ରଦ୍ଧାଳୁ ଭକ୍ତ ହବିଷାନ୍ନ ଭକ୍ଷଣ କରିଥିଲେ l ଏହି କାର୍ଯକ୍ରମ ରେ ଶୈବ ପୀଠ ର ସହଯୋଗୀ ଭକ୍ତ ମାନେ ଉପସ୍ଥିତ ରହିଥିବା ବେଳେ ବାବା ପର୍ଶୁରାମ ଭୋଇ ପିତାମ୍ବର ଗଉଡ଼,ନେପାଳ ଗଉଡ଼,ଥବିର ପାଢ଼ୀ,ଅନ୍ତ ପଧାନ ପ୍ରମୁଖ ସହଯୋଗ କରିଥିଲେ l

 ନର୍ଲା ରୁ ଦୀପକ ଠାକୁର ଙ୍କ ରିପୋର୍ଟ

 

Related posts

ଗାଁ ଗାଁ ରେ ଗୁଜବ ରୁ ଦୁରେଇ ରହିବା ପାଇଁ ସଚେତନ କରୁଛନ୍ତି ସରପଞ୍ଚ

Sunil Chandra Nayak

ମମତା ଶତପଥୀ ଙ୍କ ଗଳ୍ପ ନିଷିଦ୍ଧ ଇଲାକା 

Sunil Chandra Nayak

କବିତା – ଧନ୍ୟ ରେ ମାନବ ଜାତି

Sunil Chandra Nayak

Leave a Comment

error: Content is protected !!