ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡିଆ ଭାଷା ବିକାଶ ମଞ୍ଚ ତରଫରୁ ଭଗବତୀଚରଣଙ୍କ ସ୍ମୃତି ଦିବସ ଓ ଗୁରୁଚରଣଙ୍କ ଜୟନ୍ତୀ ପାଳିତ

ଭଗବତୀ ଓ ଗୁରୁଚରଣ ଥିଲେ କ୍ରାନ୍ତିର ସ୍ଫୁଲିଙ୍ଗ …

ରାଉରକେଲା/ ଭଗବତୀ ଚରଣ ପାଣିଗ୍ରାହୀ ଓ ଗୁରୁଚରଣ ପଟ୍ଟନାୟକ ଥିଲେ କ୍ରାନ୍ତିର ସ୍ଫୁଲିଙ୍ଗ । ଓଡିଶାରେ ସାମ୍ୟବାଦୀ ସଂଗଠର ପ୍ରାଣ ପ୍ରତିଷ୍ଠାତା ଉଭୟ ମନିଷୀଙ୍କ ଦିଗଦର୍ଶନ ଆମ୍ଭମାନଙ୍କ ଜୀବନୀ ଓ ଲେଖନୀର ପ୍ରେରଣାର ଉତ୍ସ ବୋଲି ଅତିଥିମାନେ ମତପ୍ରକାଶ କରିଛନ୍ତି । ସହରର ପ୍ରଗତିଶୀଳ ସାହିତ୍ୟନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ତରଫରୁ କଲଚରାଲ ଏକାଡ଼େମୀରେ ଆୟୋଜିତ ଉଭୟ ମନିଷୀଙ୍କ ସ୍ମୃତି ଚାରଣ ସଭାରେ ଶିକ୍ଷାବିତ ପ୍ରଶାନ୍ତ କୁମାର ପତି ଓ ଅତିଥି ତଥା ଆଲୋଚକ ଭାବେ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ନିଜ ବକ୍ତବ୍ଯରେ ଉପରୋକ୍ତ ମନ୍ତବ୍ଯ ଦେଇଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ଯ ରେ କହିଲେ ଯେ ଓଡିଶାରେ କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା ସଂପାଦକଙ୍କ ମଧ୍ୟରୁ ଭଗବତୀ, ପ୍ରାଣନାଥ ଓ ଗୁରୁଚରଣଙ୍କ ଅବଦାନ ସର୍ବଦା ଚିରସ୍ମରଣୀୟ । ସେମାନେ ଥିଲେ ମାର୍କ୍ସବାଦ ଚେତନାର ସୂର୍ଯ୍ୟ । ଉଭୟ ସଂଗ୍ରାମୀ ଓଡିଶାର ଚାଷୀ ମୂଲିଆ ଓ ଶ୍ରମିକ ଆନ୍ଦୋଳନର ତଥା ଓଡିଶାରେ ସାମ୍ୟବାଦୀ ସଂଗଠନର ପ୍ରାଣ ପ୍ରତିଷ୍ଠାତା । ୧୯୩୫ରୁ ୧୯୬୦ ମଧ୍ୟରେ ଏହି ମନିଷୀ ଦ୍ବୟଙ୍କ ସୃଷ୍ଟି ସମ୍ଭାର ସାହିତ୍ୟ ଜଗତରେ ଅଲିଭା ସ୍ବାକ୍ଷର ବହନ କରିଛି। ପ୍ରାରମ୍ଭରେ ମଂଚର ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ର ଅତିଥି ଙ୍କ ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମର ଆଭିମୁଖ୍ଯ ସଂପର୍କରେ ବକ୍ତବ୍ଯ ପ୍ରଦାନ କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ କବି ବଳରାମ ରାଉଳଙ୍କ ସଭାପତିତ୍ବ ଓ ସଂଯୋଜନାରେ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏହି ପ୍ରଗତିଶୀଳ କବିତା ପାଠୋତ୍ସବରେ ସର୍ବଶ୍ରୀ କୁଞ୍ଜବିହାରୀ ରାଉତ, ତ୍ରିଲୋଚନ ସ୍ବାଇଁ,ଅଭିରାମ ପ୍ରଧାନ,ପ୍ରକାଶ ଚନ୍ଦ୍ର ସେଠୀ, ଶ୍ବେତକୁମାର ବେହେରା, ବବିତା ମହାଳିକ, ରଶ୍ମି ସାହୁ,ଡା କୃପାସିନ୍ଧୁ ନାୟକ,ଅଶୋକ କୁମାର ପଟ୍ଟନାୟକ,ବିଭୁ ନାୟକ, ବ୍ରଜବିହାରୀ ଦାଶ, ଧୋବେଇ ବେହେରା, ଅଜୟ ମହାନ୍ତି, କାଶୀନାଥ ପାତ୍ର, ପ୍ରଫୁଲ୍ଲ ସାମଲ ପ୍ରମୁଖ କବିତା ପାଠ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଗଗନ ବିହାରୀ ଧଳ, ମିତା ପ୍ରଧାନ, ଡଲିରାଣୀ ବ୍ରହ୍ମା,ବିଜୟ ରାୟ,ଚିତ୍ତରଞ୍ଜନ ବ୍ରହ୍ମା, ଅକ୍ଷୟ ସାମଲ, ସୁନିଲ୍ ମହାନ୍ତି,ଅଶୋକ ମହାନ୍ତି,ଗୌତମ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିବା ଶ୍ରୀ ପତି କବିତା ଗୁଡିକ ସମୀକ୍ଷା କରିବା ସହ ସଭାପତିତ୍ବ ଅଭିଭାଷଣ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବସଷ୍ଟାଣ୍ଡ ଦୁର୍ଗାପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଟେମରି ଓ ଚିଚିଆ ରେ ବିଶ୍ୱକର୍ମା ପୂଜା ଆୟୋଜିତ 

Sunil Chandra Nayak

Leave a Comment

error: Content is protected !!