ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର ଟାଉନ ଥାନାରେ ସଂପର୍କ ଆନୁକୁଲ୍ୟରେ ‘ଶିଶୁ ମିତ୍ର ଥାନା’ ଉଦଘାଟିତ

ରାଇରଙ୍ଗପୁର -୩୧/୧୦/୨୨/  ଶିଶୁ ହସିଲେ ଦେଶ ହସିବ ।ଶିଶୁ ହିଁ ଆଗାମୀ ଦିନରେ ଦେଶର ନାଗରିକ । ଶିଶୁ ଅସୁରକ୍ଷିତ ରହିଲେ ସମାଜ ଅସୁରକ୍ଷିତ ଓ ଅସ୍ଥିର ହେବ । ଶିଶୁ ମାନଙ୍କୁ ସେମାନଙ୍କ ସାମ୍ବିଧାନିକ ମୌଳିକ ଅଧିକାର ପାଇଁ ରାଜ୍ୟ ସରକାର ଵହୁଵିଧ‌ ଯୋଜନା ପ୍ରଣୟନ କରୁଛନ୍ତି। ଶିଶୁ ମାନଙ୍କ ମୌଳିକ ଅଧିକାର, ଶିକ୍ଷା, ସ୍ବାସ୍ଥ୍ୟ, ସୁରକ୍ଷା, ବିକାଶ ତଥା ଭବିଷ୍ୟତରେ ଆତ୍ମ ନିର୍ଭରଶୀଳ ପାଇଁ ରାଜ୍ୟ ସରକାର ସଦା ସର୍ବଦା ଚେଷ୍ଟିତ । ରାଜ୍ୟ ସରକାର ‘ସଂପର୍କ ସହଯୋଗ’ଆନୁକୂଲ୍ଯରେ ରାଜ୍ୟ ପୋଲିସ ବିଭାଗ ତରଫରୁ ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ସମେତ ୧୫ ଟି ଥାନା ଜଗତସିଂହପୁର, ଯାଜପୁର,ନୟାଗଡ଼, ବାଲେଶ୍ଵର, ରାଉରକେଲା, କେନ୍ଦୁଝର,ବରଗଡ଼, ସୋନପୁର, ଝାରସୁଗୁଡ଼ା, ଗଂଜାମ, କଳାହାଣ୍ଡି,ଦେବଗଡ, ଢେଙ୍କାନାଳ, ଅନୁଗୁଳ ଥାନାରେ ଶିଶୁ ମିତ୍ର ଥାନା ଉଦ୍ଘାଟନ ରାଜ୍ୟ ଗୃହମନ୍ତ୍ରୀ ତୁଷାରକାନ୍ତି ବେହେରା ଭାର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଥିଲେ । ଏଥିରେ ପୋଲିସ ଡିଜିପି ଶ୍ରୀ ସୁନୀଲ ବଂଶଲ ଙ୍କ ସମେତ ରାଜ୍ୟର ବରିଷ୍ଠ ପୋଲିସ ପ୍ରଶାସନିକ ଅଧିକାରୀ ଏବଂ ଶିଶୁ ଓ ମହିଳା ବିଭାଗର କମିଶନର ଏଣ୍ଡ ସେକ୍ରେଟାରୀ ସମେତ ବିଭାଗୀୟ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ଶିଶୁ ମିତ୍ର ଥାନା ଉଦେଶ୍ୟ ଉପରେ କହିଥିଲେ ।ଶିଶୁମାନେ ଆଗାମୀ ପିଢୀର ଭବିଷ୍ୟତ । ମାଆ ମାନେ ସମାଜର ମେରୁଦଣ୍ଡ ।ସେମାନଙ୍କୁ କେହି ମାନସିକ, ଶାରିରୀକ,ଅଶ୍ରାବ୍ଯ,ଅଶାଳିନ,ଅଭଦ୍ରୋଚିତ ବ୍ଯବହାର କରିପାରିବେ ନାହିଁ । ସେମାନଙ୍କ ପ୍ରତି ଅତ୍ୟାଚାର ହେଉଥିଲେ ଯେ କେହି ବ୍ୟକ୍ତି ସଂପର୍କ ହେଲ୍ପ ଡେସ୍କ ସହାୟତା ନେଇ ପାରିବେ । ପୋଲିସ ସମସ୍ତଙ୍କର ବଂଧୁ । ପୋଲିସ ସଦା ସର୍ବଦା ଶିଶୁ,ମହିଳା ବୟସ୍କମାନଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ସଦା ସର୍ବଦା ପ୍ରସ୍ତୁତ ଅଛି । ସେମାନଙ୍କୁ ସମାଜର ପ୍ରଗତି ରଥରେ ଆଗେଇ ନେବା ପାଇଁ ପୋଲିସର କର୍ତ୍ତବ୍ୟ । ସମସ୍ତେ ସୁରକ୍ଷିତ ଓ ଆତ୍ମନିର୍ଭରଶୀଳ ହେଲେ ଦେଶ ଆଗକୁ ବଢିବ ।ଏହି ଉଦଘାଟନ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଉମାଶଙ୍କର ମହାରଣା, ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ଗୋକୁଳାନନ୍ଦ ସାହୁ, ରାଇରଙ୍ଗପୁର ଆଦର୍ଶ ଥାନା ଅଧିକାରୀ ଶ୍ରୀ ଅଜୟ ସୁଦର୍ଶନ ବାଗେ, ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିକାରୀ ଏନ୍ କେ ମଲ୍ଲିକ, ରାଇରଙ୍ଗପୁର ଟାଉନ ଥାନାର ସମସ୍ତ କର୍ମଚାରୀ , ରାଇରଙ୍ଗପୁର ପୋଲିସ ସମିତିର ସଭ୍ଯବୃନ୍ଦ, ବିଭିନ୍ନ ବିଦ୍ୟାଳୟରର ଶିକ୍ଷକ/ଶିକ୍ଷୟିତ୍ରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ କୁମାର ବିଶ୍ବାଳ ରିପୋର୍ଟ।

Related posts

ଖଡ଼ିଆଳ ମହିଳା ଯୁକ୍ତ ଦୁଇ ମାଧ୍ୟମିକ ବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଏତ ବିପରୀତ ବାଣୀ

Sunil Chandra Nayak

ଛାତ୍ର ବିଜେଡିର ସାଙ୍ଗଠନିକ ପୁନର୍ଗଠନ , ଅବିନାଶ ହେଲେ କାର୍ଯ୍ୟକାରୀ ସଭାପତି 

Sunil Chandra Nayak

Leave a Comment

error: Content is protected !!