ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରତୀୟ ଜନତା ପାର୍ଟି ବୌଦ୍ଧ ଜିଲ୍ଲା ତରଫରୁ ଅର୍ଚ୍ଚନା ନାଗ କେଳେ ଙ୍କ।ରି, ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ରେ ସଂପୃକ୍ତ ବିଜେଡି ନେତାଙ୍କୁ ତଦନ୍ତ ପରିସର ଭୁକ୍ତ ନେଇ ଦାବିପତ୍ର ପ୍ରଦାନ 

ବୌଦ୍ଧ – ୦୧.୧୧- ଆଜି ଭାରତୀୟ ଜନତା ପାର୍ଟି ବୌଦ୍ଧ ଜିଲ୍ଲା ତରଫରୁ ଅର୍ଚ୍ଚନା ନାଗ , ଓ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ରେ ସଂପୃକ୍ତ ବିଜେଡି ନେତାଙ୍କୁ ତଦନ୍ତ ପରିସର ଭୁକ୍ତ ଦାବୀ ରେ, ଅଧୁନl ସମଗ୍ର ରାଜ୍ୟରେ ଅସନ୍ତୋଷ ର ଆଲୋଡନ କରିଥିବା , ଅର୍ଚ୍ଚନା ନାଗ କେଳେଙ୍କlରୀ ଓ ନିମାପଡ଼ା ଜିଲ୍ଲାପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ପ୍ରସଙ୍ଗରେ ବିଜୁଜନତାଦଳ ନେତା ,ମନ୍ତ୍ରୀ ଙ୍କ ସଂପୃକ୍ତି ସ୍ପଷ୍ଟ ହୋଇଛି l ଏଣୁ ତୁରନ୍ତ ଓଡ଼ିଶା ରାଜ୍ୟ ସରକାର ଏହାର ନ୍ୟାୟିକ ତଦନ୍ତ ତୁରନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମହାମହିମ ରାଜ୍ୟପାଳ ଓଡ଼ିଶା ଙ୍କୁ ଏକ ସ୍ମାରକ ପତ୍ର ବୌଦ୍ଧ ଜିଲ୍ଲା ଉପଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ୍ କରାଯାଇଥିଲା l ଆଜିର ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତିଙ୍କ ସହିତ ଜିଲ୍ଲା ବିଜେପି ସାଧାରଣ ସଂପାଦକ ଶ୍ରୀ ତାପସ କୁମାର ପଟ୍ଟନାୟକ,ଶ୍ରୀ ପ୍ରେମାନନ୍ଦ ମିଶ୍ର ବିଜେପି ମୁଖ୍ୟ ପ୍ରବକ୍ତା ,ଶ୍ରୀ ବ୍ୟୋମକେଶ ମହାପାତ୍ର ନଗର ମଣ୍ଡଳ ସଭାପତି ବିଜେପି ବୌଦ୍ଧ,ସାଧାରଣ ସଂପାଦକ ଶ୍ରୀ ରାଜ କୁମାର ମେହେର, ଶ୍ରୀ ପ୍ରଭୁଦତ ଦଲାଲ, ଶ୍ରୀ ଆଶୁତୋଷ ବାରିକ, ପ୍ରଶାନ୍ତ ମେହେର, ପ୍ରମୁଖ ନେତୃବୃନ୍ଦ ଅଂଶ ଗ୍ରହଣ କରିଥିଲେ l

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ପ୍ରଥମ ବର୍ଷା – ଅସ୍ଥାୟୀ ପୋଲକୁ ଧୋଇ ନେଲା

ଦୁର୍ଘଟଣା ଗ୍ରସ୍ତ ମୃତ୍ୟୁ ନୁହେଁ ହତ୍ୟା କରାଯାଇଥିବା ଅଭିଯୋଗ କରି ରାସ୍ତାରୋକ

Sunil Chandra Nayak

କଳାହାଣ୍ଡି ସାଂସଦଙ୍କ ଦିନିକିଆ ନର୍ଲା ବ୍ଲକ୍ ଗସ୍ତ, ବୁଝିଲେ ଲୋକଙ୍କ ଦୁଃଖ ସୁଖ 

Sunil Chandra Nayak

Leave a Comment

error: Content is protected !!