ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଧାୟକଙ୍କ ଦ୍ବାରା ଭିତ୍ତିପ୍ରସ୍ତର ସ୍ଥାପନ

ବାଲେଶ୍ଵର,୦୨/୧୧/୨୨- ଦୀର୍ଘ ଦିନ ଧରି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବର୍ତ୍ତନା-ଓସ୍ତପାଳ ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତିକରଣର ଆବଶ୍ୟକତା ଦେଖାଦେଇଥିଲା । ଏଥିପାଇଁ ବିଭିନ୍ନ ସମୟରେ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀଙ୍କ ନିକଟରେ ଜନସାଧାରଣ ଦାବି କରିଆସୁଥିଲେ । ଜନସାଧାରଣଙ୍କ ଦାବିକୁ ଯଥାର୍ଥ ମନେକରି ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଥିଲେ ବିଧାୟକ । ଫଳସ୍ୱରୂପ ଆଜି ତା ୦୨/୧୧/୨୨ ରିଖରେ ରାସ୍ତାର ପ୍ରଶସ୍ତି ଓ ଉନ୍ନତି କରଣ ନିମନ୍ତେ ନଡିଆ ବାଡେଇ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ବିଧାୟକ । ଏହି ଉପଲକ୍ଷେ ଆୟୋଜିତ ସଭାରେ ମାନ୍ଯବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁଣଗାନ କରିଥିଲେ ବିଧାୟକ ଶ୍ରୀଯୁକ୍ତ ପାଣିଗ୍ରାହୀ । ଉକ୍ତ ସଭାରେ ଶତାଧିକ ଲୋକଙ୍କ ସମାଗମ ହୋଇଥିଲା ।   ଏଥିସହିତ ଉକ୍ତ ବ୍ଲକର ସରକୋଣା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ୫ଟି କାର୍ଯ୍ୟ କିପରି ଶୀଘ୍ର ସମାପ୍ତ ହେବ ପରାମର୍ଶ ଦେଇଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବାଲାଜି ସେଠୀ ଙ୍କ କବିତା ଦେହ ଆଉ ମନ 

Sunil Chandra Nayak

ବିବେକସେନା ତରଫରୁ କଳାହାଣ୍ଡି ପ୍ରତିଷ୍ଠା ଦିବସ ପାଳିତ ଓ କଳାହାଣ୍ଡି ମାନଚିତ୍ର ର ଚିତ୍ରାଙ୍କନ ପ୍ରତିଯୋଗିତା

Sunil Chandra Nayak

ଟାଟା ପାୱାର ପକ୍ଷରୁ ରାଇରଙ୍ଗପୁର ହାଇସ୍କୁଲରେ ବନ ମହୋତ୍ସବ

Sunil Chandra Nayak

Leave a Comment

error: Content is protected !!