ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଧାୟକଙ୍କ ଦ୍ବାରା ଭିତ୍ତିପ୍ରସ୍ତର ସ୍ଥାପନ

ବାଲେଶ୍ଵର,୦୨/୧୧/୨୨- ଦୀର୍ଘ ଦିନ ଧରି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବର୍ତ୍ତନା-ଓସ୍ତପାଳ ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତିକରଣର ଆବଶ୍ୟକତା ଦେଖାଦେଇଥିଲା । ଏଥିପାଇଁ ବିଭିନ୍ନ ସମୟରେ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀଙ୍କ ନିକଟରେ ଜନସାଧାରଣ ଦାବି କରିଆସୁଥିଲେ । ଜନସାଧାରଣଙ୍କ ଦାବିକୁ ଯଥାର୍ଥ ମନେକରି ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଥିଲେ ବିଧାୟକ । ଫଳସ୍ୱରୂପ ଆଜି ତା ୦୨/୧୧/୨୨ ରିଖରେ ରାସ୍ତାର ପ୍ରଶସ୍ତି ଓ ଉନ୍ନତି କରଣ ନିମନ୍ତେ ନଡିଆ ବାଡେଇ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ବିଧାୟକ । ଏହି ଉପଲକ୍ଷେ ଆୟୋଜିତ ସଭାରେ ମାନ୍ଯବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁଣଗାନ କରିଥିଲେ ବିଧାୟକ ଶ୍ରୀଯୁକ୍ତ ପାଣିଗ୍ରାହୀ । ଉକ୍ତ ସଭାରେ ଶତାଧିକ ଲୋକଙ୍କ ସମାଗମ ହୋଇଥିଲା ।   ଏଥିସହିତ ଉକ୍ତ ବ୍ଲକର ସରକୋଣା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ୫ଟି କାର୍ଯ୍ୟ କିପରି ଶୀଘ୍ର ସମାପ୍ତ ହେବ ପରାମର୍ଶ ଦେଇଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବାଲି ମାଫିଆ ଙ୍କ କବଜା ରେ ହାତୀନଦୀ

Sunil Chandra Nayak

ଗାଁରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ବ୍ଲକ ଉପାଧ୍ୟକ୍ଷ ଙ୍କ ଦ୍ୱାରସ୍ଥ ହେଲେ ପୁଝାରିପଡା ଗ୍ରାମବାସୀ

ଏ କି ପୋଲିସ ବାବୁଙ୍କ ମାନବିକତା ???

Sunil Chandra Nayak

Leave a Comment

error: Content is protected !!