ଭବାନୀପାଟଣା: ମ.ନୀ.ସ:- ତା ୨୫.୧.୨୦୨୨ ଭାରତୀୟ ନିର୍ବାଚନ କମିଶନ ପ୍ରତିଷ୍ଠା ଦିବସ ସ୍ମୃତିରେ ପ୍ରତି ବର୍ଷ ଭଳି ଏହି ବର୍ଷରେ ମଧ୍ୟ ଜାତୀୟ ଭୋଟର ଦିବସ ପାଳନ କରାଯାଏ। ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପ୍ରଶାସନ ଦ୍ଵାରା ୧୨ ତମ ଜାତୀୟ ଭୋଟର ଦିବସ ପାଳନ ହୋଇଯାଇଛି। କୋଭିଡ୍ – ୧୯ କଟକଣା ନିୟମ ପାଳନ ପୂର୍ବକ ସମ୍ମିଳନୀ କକ୍ଷରେ ବିଏଲ୍ ଓ ତଥା ନୂତନ ଭୋଟର ଙ୍କ ଗ୍ରହଣରେ ସଭା ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଭୋଟର ଦିବସ ର ବିଷୟ ରହିଛି ” ନିର୍ବାଚନକୁ ସମ୍ମିଳିତ, ସୁଲଭ ଓ ସହଭାଗୀ କରିବା”ଏବଂ ଏହି ବିଷୟରେ ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀଚନ୍ଦନ ଭୋଟର ତାଲିକାରେ ଉଲ୍ଲେଖନୀୟ କାର୍ଯଯୋଗୁଁ ୭୭ ଲାଞ୍ଜିଗଡ ବିଏଲ୍ ଓ ଶ୍ରୀ କୈଳାଶ ଚନ୍ଦ୍ର ଦାସ ସହକାରୀ ଶିକ୍ଷକ ଏବଂ ୭୮ ଜୁନାଗଡ ପାଇଁ ବିଏଲ୍ ଓ ଶ୍ରୀ ଗିରିଧାରୀ ଛତ୍ରିଆ ,ଶିକ୍ଷକ / ଶ୍ରୀ ଲିଙ୍ଗରାଜ ବେହେରା ଶିକ୍ଷକ ଙ୍କୁ ପୁରସ୍କୃତ କରିଥିଲେ। ଉପସ୍ଥିତ ନୂତନ ଭୋଟରଙ୍କୁ ଭୋଟର ପରିଚୟ ପତ୍ର ପ୍ରଦାନ କରି ଗଣତନ୍ତ୍ର କୁ ସୁଦୃଢ କରିବାକୁ ତଥା ନିଜର ମତଦାନ ନିଶ୍ଚୟ ଦେବାକୁ ସଙ୍କଳ୍ପ ନେବାପାଇଁ କହିଥିଲେ । ସଭାରେ ଅନ୍ୟମାନଙ୍କମଧ୍ୟରେ ଜରୁରୀ ଅଧିକାରୀ ସୁଶ୍ରୀ ପ୍ରଧାନ, ଡି ଆଇ ପି ଆର୍ ଓ ଶ୍ରୀ ମନୋଜ ବେହେରା,ଡି ପି ଓ ଶ୍ରୀ ପ୍ରହ୍ଲାଦ ପ୍ରଧାନ ସମେତ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କର୍ମଚାରୀ ଉପସ୍ଥିତ ଥିଲେ
previous post