ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ଝରା ଶେଫାଳି ମୁଁ

 ଝରା ଶେଫାଳି ମୁଁ

     ବେଣୁଧର ସୂତାର

   
ମୁଗ୍ଧ ଆବେଗର ତନ୍ମୟ ସପନ
ଏଇମୋ ନିଟୋଳ ନୟନ କୋଳେ
ଏତେ ସପନକୁ ରାତି ନାହିଁ ବନ୍ଧୁ
ରଙ୍ଗଭୂମି ଏଇ ଭବ ଶୟଳେ ।।
ନୀଳ ଗଗନର ନୀଳିମା ବକ୍ଷରୁ
ଉଇଁ ଆସେ ତାରା ଫୁଲରେ ଜହ୍ନ
ପ୍ରୀତି ଜୋଛନାରେ      
                  ଭିଜେ ମୁଁ ରାତିରେ
ଅଳସ ଆଖିରେ ମିଠା ସପନ ।।
ଜୋଛନା ପଖଳା ଚାରୁ ବିଭାବରୀ
ମୋ ପାଇଁ କି ପ୍ରୀତି ଅଳକାପୁରୀ
ପ୍ରୀତି ପୀୟୂଷରେ  
                    ରୋମାଞ୍ଚ ରାସରେ
ରାତିକ ପାଇଁକି ମୁଁ ଅଭିସାରୀ ।। 
ରୂପ ମହକର ଅମିୟ ରାସରେ
ତୋଷାଇ ପାରେ ମୁଁ ମୋ ପ୍ରିୟତମ
ମୁଁ ଯେ ଅନୁପମା କୌମୁଦୀ ସୁଷମା
ଘେନିରଚେ ମର୍ତ୍ତ୍ୟେ ପବିତ୍ରପ୍ରେମ ।
ଦେହସିନା ଭିଜେ ଭିଜା ନିଶୀଥରେ
ଅସଙ୍ଗ ଅଙ୍ଗର ବହଳ ପ୍ରେମେ
ମନ ମରୁଥାଏ ଦୁଃଖ ନଦୀ ଧାରେ
ମରୁ ମୃଗତୃଷ୍ଣା ମୋ ଓଠ ଚୁମେ ।।
ଭବ ଉପବନ ଝରା ଶେଫାଳି ମୁଁ
ରାତିକ ପାଇଁକି ଆୟୁଷ ମୋର
ରସ ରହସ୍ୟର ରୂପଶାଳା କୋଳେ
ବ୍ୟର୍ଥ ରମଣୀୟ ରସ ଶୃଙ୍ଗାର ।।
ମୁଁ ଯେ ଅଭିଶପ୍ତା ଏମାଟି ମର୍ତ୍ତ୍ୟରେ
ଅମରାବତୀର ପ୍ରୀତି ସୁମନ
ବୁକୁତଳେ ମୋର ବେଦନାର ଭାର
ବିଧାତା ଦେଇଛି କ୍ଷୀଣ ଜୀବନ ।।
ସତ୍ତା ନୁହେଁ ମୋର 
                     ବ୍ୟର୍ଥତାରେ ଗଢା
ରୂପ ରସ ବାସେ ମୂର୍ଛନା ତୋଳେ
ଅଙ୍ଗେ ଅଙ୍ଗୀକାର 
                    ସୌନ୍ଦର୍ଯ୍ୟ ସ୍ବାକ୍ଷର
ନିଖିଳପ୍ରାଣରେ ମହକ ବୋଳେ ।।
ମୁଁ ଯେ ନିବେଦିତା ଚରଣ ସେବିତା
ମଙ୍ଗଳ ବେଭାରେ ମଙ୍ଗଳାଚାର
କେବେ ଶୋଭେ ମୁହିଁ 
                  ଚିନ୍ମୟ ଚରଣେ
କେବେସାଜେ ଭକ୍ତି ହୃଦୟହାର ।।

କେଶଦୁରାପାଳ

କେନ୍ଦୁଝର

Related posts

ମେଧାବୀ ଛାତ୍ରଛାତ୍ରୀଙ୍କୁ “ଅନୁଧ୍ୟାନ”ପକ୍ଷରୁ ସମ୍ବର୍ଦ୍ଧନା

Sunil Chandra Nayak

ଖଡ଼ିଆଳ ବିଧାୟକ ଭୋଟଦାନ ସାବ୍ୟସ୍ତ

Sunil Chandra Nayak

ଭାରତର୧୫ ତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଦଶପୁର ମଣ୍ଡଳବିଜୟ ଉତ୍ସବ ପାଳନ

Sunil Chandra Nayak

Leave a Comment

error: Content is protected !!